ନବୀନଙ୍କ ସହଯୋଗ ମାଗିବା ପୂର୍ବରୁ ତାଙ୍କ ଦଳର ବିଧାୟକ ମାନଙ୍କ ପାଖରୁ ଆଗ ସହଯୋଗ ମାଗନ୍ତୁ ଭକ୍ତ

NEWS7
driver-take-44000-rupees

ଭୁବନେଶ୍ବର ୩।୨: ରାଜ୍ୟସଭା ନିର୍ବାଚନ ଚତୁର୍ଥ ସିଟ୍ ନେଇ ନବୀନ-ଭକ୍ତ ଭେଟଘାଟ ପ୍ରସଙ୍ଗରେ ଭକ୍ତ ଦାସଙ୍କୁ ତେରେଛା ବାଣ ମାରିଲେ ଏକାମ୍ର ବିଧାୟକ ବାବୁ ସିଂହ । ଭକ୍ତ ଦାସ ନିଜ ଗଡ଼ରେ ନିଜେ ଛିଡା ହେବା ପାଇଁ ଚେଷ୍ଟା କରନ୍ତୁ ବୋଲି ବାବୁ ସିଂହ କହିଛନ୍ତି । କଂଗ୍ରେସ ବିଧାୟକ ତାଙ୍କ ଦଳ ପ୍ରାର୍ଥୀକୁ ସମର୍ଥନ କରିବେ ତ ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନଙ୍କ ସହଯୋଗ ମାଗିବା ପୂର୍ବରୁ ତାଙ୍କ ଦଳର ବିଧାୟକ ମାନଙ୍କ ପାଖରୁ ଆଗ ସହଯୋଗ ମାଗନ୍ତୁ ।

ପିସିସି ସଭାପତି ଭକ୍ତ ଦାସ ପୂର୍ବରୁ ଏକ ପ୍ରସଙ୍ଗରେ ବିଜେଡିକୁ ସହଯୋଗ ମାଗିଥିଲେ। ଭକ୍ତ ଦାସ ନିଜ ଗୋଡ଼ରେ ନିଜେ ଛିଡା ହେବା ପାଇଁ ଚେଷ୍ଟା କରନ୍ତୁ। ନବୀନଙ୍କ ସହଯୋଗ ମାଗିବା ପୂର୍ବରୁ ତାଙ୍କ ଦଳର ବିଧାୟକ ମାନଙ୍କ ପାଖରୁ ଆଗ ସହଯୋଗ ମାଗନ୍ତୁ । କଂଗ୍ରେସ ବିଧାୟକ ତାଙ୍କ ଦଳ ପ୍ରାର୍ଥୀକୁ ସମର୍ଥନ କରିବେ ତ ? ସେ ସହଯୋଗ ଆଗ ନିଜ ଦଳ ଭିତରୁ ମାଗି ସାରନ୍ତୁ। ତାପରେ ବାହାର ଦଳ ପାଖକୁ ଯିବେ । ବିଜେପି ତାର ନିଜ ସକ୍ଷମରେ ଦୁଇଟି ସିଟ୍ ଜିତୁଛି । ଅପେକ୍ଷା କରନ୍ତୁ ରେଜଲ୍ଟ କ’ଣ ହେଉଛି ବୋଲି ବାବୁ ସିଂହ କହିଛନ୍ତି ।