Live Live
LIVE

ସାର୍‌ ନିଆଁ ଲାଗିଛି ତୁରନ୍ତ ଆସ୍, ହେଲେ ମନା କରିଦେଲେ ଅଫିସର, ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ଧରାଇଦେଲେ...

NEWS7
driver-dead-and-5-injured-in-accident-in-paradeep

ପାଟଣା ୧୧/୦୩: ସାର୍ ନିଆଁ ଲାଗିଗଲା । ତୁରନ୍ତ ଆସ । ପାଟଣା ଅଗ୍ନିଶମ କାର୍ଯ୍ୟାଳୟକୁ ଆସିଲା ଫୋନ୍ କଲ୍ । ଫୋନ ପାଇ ଅଗ୍ନିଶମ ବାହିନୀ ଦମକଳ ଗାଡି ନେଇ ନିଆଁ ଲିଭାଇବାକୁ ଯାଇଥିଲେ କାର୍ଯ୍ୟରତ ଫାୟାରମ୍ୟାନ ରାକେଶ ପଣ୍ଡା । ତେବେ ରାକେଶ ରାସ୍ତାରେ ଏକ ଗାଡ ଥିବାରୁ ଗାଡ଼ି ନେବାକୁ ଅମଙ୍ଗ ହୋଇଥିଲେ । କହିଥିଲେ ସେ ସ୍ଥାନକୁ ଯାଇ ପାରିବ ନାହିଁ ଗାଡି ।

ଗତ ମାର୍ଚ୍ଚ ୩ ତାରିଖରେ ସଦର ନିର୍ବାଚନ ମଣ୍ଡଳୀ କୁମୂଳାବାହାଳୀ ଗ୍ରାମର ଏକ ଶାଳ ଗଛରେ ନିଆଁ ଲାଗିଥିଲା । ପାଟଣା କାଠବାରି ଗ୍ରାମର ଦିନେଶ ମହାନ୍ତ ନିଆଁ ଲିଭା ଗାଡ଼ିକୁ ଗଛ ନିକଟକୁ ଆଣିବାକୁ କହିଥିଲେ । ଶେଷରେ ବାଧ୍ୟ ହୋଇ ପାଇପ ଲଗାଇ ନିଆଁକୁ ଲିଭାଇବାକୁ ଚେଷ୍ଟା କରାଯାଇଥିଲା । ଏହାପରେ ଦିନେଶ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଫୋନ ଲଗାଇ ରାକେଶଙ୍କୁ ଦେଇଥିଲେ ।

ରାକେଶ ମୁଖ୍ୟମନ୍ତ୍ରୀ ଫୋନରେ ଥିବା କଥାକୁ ବିଶ୍ୱାସ ନ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନିନଥିଲେ । ଏହା ପରେ ତାଙ୍କୁ ନିଲମ୍ବନ କାରାଯାଇଥିବା ପାଟଣା ଅଗ୍ନିଶମ କେନ୍ଦ୍ର ଅଧିକାରୀ ଗୌରହରୀ ହେମ୍ବ୍ରମ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶକୁ ଅସମ୍ମାନ କରି ନିଲମ୍ବିତ ହୋଇଛନ୍ତି ।

also read..

​​​​​​​ଧାନ କିଣା ସେଣ୍ଟରରେ ମନ ଇଚ୍ଛା ରହିଲେ ଅନୁପସ୍ଥିତ, ନୋଡାଲ ଅଫିସରଙ୍କ ମାସକର ଦରମା