Avatar Fire And Ash First Review: ଭାରତର ସବୁଠୁ ବଡ଼ ନିର୍ଦ୍ଦେଶକ କଲେ ରିଭ୍ୟୁ, 'ଅବତାର: ଫାୟର ଆଣ୍ଡ ଆଶ' କିପରି ଲାଗିଲା ?

NEWS7
driver-and-helper-injured-truck-accident-in-chandabali

ନୂଆଦିଲ୍ଲୀ: ଚର୍ଚ୍ଚିତ ହଲିଉଡ୍ ନିର୍ଦ୍ଦେଶକ ଜେମ୍ସ କ୍ୟାମେରୁନଙ୍କ ଆଗାମୀ ଫିଲ୍ମ ‘ଅବତାର: ଫାୟର ଆଣ୍ଡ ଆଶ୍’କୁ ସବୁ ସିନେମା ପ୍ରେମୀ ଅପେକ୍ଷା କରି ରହିଛନ୍ତି । କ୍ୟାମେରୁନଙ୍କ ଗଣତି ସେହି କିଛି ନିର୍ଦ୍ଦେଶକଙ୍କ ମଧ୍ୟରେ ହୁଏ, ଯିଏ ନିଜ କ୍ୟାମେରାରେ ଏପରି କାହାଣୀ ଗଢନ୍ତି, ଯେଉଁଥିରେ ଦର୍ଶକ ନିଜକୁ ହଜାଇ ଦିଅନ୍ତି । କ୍ୟାମେରୁନଙ୍କ ଅବତାର ଫିଲ୍ମ ମଧ୍ୟ ତାଙ୍କ ଚମତ୍କାର ନିର୍ଦ୍ଦେଶନାର ପ୍ରମାଣ ଅଟେ । ଅବତାର ଲୋକଙ୍କୁ 'ପ୍ୟାଣ୍ଡୋରା'ର ଏପରି ଏକ ଦୁନିଆ ନେଇଯାଏ, ଯେଉଁଠାରୁ ଦର୍ଶକ ନିଜକୁ ବାହାର କରିପାରନ୍ତି ନାହିଁ ।

ଏବେ ପୁଣି ଥରେ କ୍ୟାମେରୁନ୍ ସେହି ଚମତ୍କାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତାଙ୍କ ଫିଲ୍ମ ଅବତାରର ତୃତୀୟ ପାର୍ଟ 'ଅବତାର: ଫାୟର ଆଣ୍ଡ ଆଶ୍' ଖୁବଶୀଘ୍ର ବଡ଼ ପଦରେ ଆସିବାକୁ ଯାଉଛି । ଅବତାର ତୃତୀୟ ପାର୍ଟକୁ ସମସ୍ତେ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଫିଲ୍ମ ଡିସେମ୍ୱର ୧୯ରେ ସିନେମା ଘରକୁ ଆସିବ । କିନ୍ତୁ ଏହା ପୂର୍ବରୁ ଫିଲ୍ମର ରିଭ୍ୟୁ ଆସିଛି । ଆଉ ଏହି ରିଭ୍ୟୁ ଦେଇଛନ୍ତି ଭାରତର ସବୁଠୁ ବଡ଼ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ।

ବାହୁବଳୀ ଓ ଆରଆରଆର ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲି ଏହି ଫିଲ୍ମକୁ ଦେଖିଛନ୍ତି । ପ୍ରଥମେ ଏହି ଫିଲ୍ମ ଦେଖିବାର ସୁଯୋଗ ଦେଇଥିବାରୁ କ୍ୟାମେରୁନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ପିଲ୍ମକୁ ନେଇ ରାଜାମୌଲି କହିଛନ୍ତି-ଫାୟର ଆଣ୍ଡ ଆଶ୍ ଦେଖିବାର ଅଭିଜ୍ଞତା ପୂରା ନିଆରା ଥିଲା । ହ୍ୟାଟ୍ସ ଅଫ୍, ଆପଣ କ'ଣ ଚରିତ୍ର ଗଢିଛନ୍ତି ! ଏକ ଅଦ୍ଭୂତ ଦୁନିଆକୁ ଗଢିଛନ୍ତି । ମୁଁ କେବଳ ଏହାକୁ ଦେଖି ଅଟକି ରହିଯାଇଥିଲି । ମୁଁ ଏହି ଦୁନିଆର ଚରିତ୍ରଗୁଡ଼ିକୁ ଗୋଟିଏ ପିଲା ପରି ଦେଖୁଥିଲି । ସେମାନେ ସମସ୍ତେ ଅଦ୍ଭୂତ ।"

ଜ୍ୟାକ୍ ସ୍ଲିଙ୍କ ଚରିତ୍ରକୁ ପ୍ରଶଂସା କରି ରାଜାମୌଲି କହିଥିଲେ, "ମୁଁ ଥିଏଟର ଛାଡି ଦେଇଥିଲି, କିନ୍ତୁ ମୁଁ ଏହି ଫିଲ୍ମକୁ ମୋ ମନରୁ ବାହାର କରିପାରୁନାହିଁ । ମୋତେ ଯାହା ବାନ୍ଧି ରଖିଥିଲା ତାହା ହେଉଛି ଜ୍ୟାକଙ୍କ ନୈତିକ ଦ୍ୱନ୍ଦ୍ୱ (ମୋରାଲ୍ ଡିଲେମା) । ପ୍ରଥମ ଅବତାର ଫିଲ୍ମରେ ମଧ୍ୟ ସେ ବହୁତ ଶକ୍ତିଶାଳୀ ଥିଲେ । ମୁଁ ଭାବୁଥିଲି କିଏ ତାଙ୍କ ସ୍ଥାନ ନେଇପାରିବ, କିନ୍ତୁ ତାହା ହେଲା ନାହିଁ । ଏହି ଫିଲ୍ମଟିରେ ସେ ବହୁତ ଭଲ କରିଥିଲେ । ପ୍ରଥମ ଫିଲ୍ମରେ, ମୁଁ ମାଇଲ୍ସର ଚରିତ୍ରକୁ ଘୃଣା କରୁଥିଲି, କିନ୍ତୁ ଏହି ଫିଲ୍ମରେ, ମୁଁ ଚାହିଁଲେ ମଧ୍ୟ ତାଙ୍କୁ ଘୃଣା କରିପାରିଲି ନାହିଁ । ମୁଁ ତାଙ୍କୁ ଭଲ ପାଇବାକୁ ଚାହୁଁଥିଲି, କିନ୍ତୁ ମୁଁ ତାହା ମଧ୍ୟ କରିପାରିଲି ନାହିଁ ।"