ନୂଆ ଟ୍ରେଡ୍ ଡିଲ୍‌ରେ ଓଡ଼ିଶାକୁ ମିଳିବ ଫାଇଦା, ଆମେରିକା ବଜାରରେ ବଢିବ ଓଡ଼ିଶା ଖାଦ୍ୟର ଚାହିଦା

NEWS7
dragon-was-upset-before-the-meeting-of-the-quad

ଭୁବନେଶ୍ୱର ୦୫।୦୨ : ଭାରତ-ଆମେରିକା ଟ୍ରେଡ୍ ଡିଲରେ ଓଡ଼ିଶାକୁ ମିଳିବ ଫାଇଦା । ଶୁକ୍ଲ କୋହଳ ହେବା ଯୋଗୁ ଓଡ଼ିଶାକୁ ମିଳିବ ଫାଇଦା । ଟାରିଫ ଛାଡ଼ ପରେ ଆମେରିକା ବଜାରରେ ଓଡ଼ିଶା ଖାଦ୍ୟର ଚାହିଦା ବଢିବ । ଏନେଇ ‘X’ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏ ଖବର ବି ପଢନ୍ତୁ:- ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ବଡ଼ ଘୋଷଣା, ସଂପୂର୍ଣ୍ଣ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା

ନିକଟରେ ଭାରତ-ଆମେରିକା ମଧ୍ୟରେ ନୂଆ ଟ୍ରେଡ୍ ଡିଲ୍ ହୋଇଛି । ଯେଉଁଥିରେ ୧୮ ପ୍ରତିଶତରେ ଶୁକ୍ଲ ଲାଗୁ କରିବାକୁ ଆମେରିକା ସରକାର ରାଜି ହୋଇଛନ୍ତି । ତେବେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଏହି ନୂଆ ଟ୍ରେଡ୍ ଡିଲ୍ ପରେ ଓଡ଼ିଶାକୁ ଜବରଦସ୍ତ ଫାଇଦା ହେବ । ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଓ ଅର୍ଥନୀତିକୁ ଏହି ଡିଲ୍ ଏକ ନୂତନ ପରିଚୟ ଦେବ । ଏପିରିକି ଟାରିଫ ଛାଡ଼ ପରେ ଆମେରିକା ବଜାରରେ ଓଡ଼ିଶା ଖାଦ୍ୟର ଚାହିଦା ବଢିବ । ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ  ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ। ଏହାଦ୍ୱାରା ଆମ ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବଢିବା ସହ ଓଡ଼ିଶା 'ବ୍ଲୁ-ଇକୋନୋମି'ର ଏକ ପ୍ରମୁଖ କେନ୍ଦ୍ର ପାଲଟିବ। 

​​​​​​​

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଫଳରେ ଏବେ ସବୁଠି ପହଞ୍ଚିବ ଓଡ଼ିଶାର କାରିଗରୀ। ଶୁଳ୍କ କୋହଳ ହେବା କାରଣରୁ ରପ୍ତାନି ସହଜ ହେବ, ଯାହା ଆମ ବୁଣାକାର ଓ ହସ୍ତତନ୍ତ ଶିଳ୍ପୀଙ୍କ ପାଇଁ ରୋଜଗାରର ନୂଆ ପଥ ଉନ୍ମୁକ୍ତ କରିବ। ବିଶ୍ୱ ଦରବାରରେ ଓଡ଼ିଶାର ପାରମ୍ପରିକ ପୋଷାକ ଏବେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ।

ସେହିପରି ଭାରତ ଓ ଆମେରିକା ମଧ୍ୟରେ ବୈଷୟିକ ଭାଗିଦାରୀ ଓଡ଼ିଶାକୁ ବିଶ୍ୱ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେବାକୁ ଯାଉଛି। ଓଡ଼ିଶାରେ ଥିବା Rare-Earth Mineralsର ବୈଶ୍ଵିକ ଚାହିଦା ବୃଦ୍ଧି ପାଇଲେ, ଆମ ରାଜ୍ୟ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପେଣ୍ଠସ୍ଥଳୀ ହେବ। ଏହି ଚୁକ୍ତି ଓଡ଼ିଶାର ଖଣିଜ ସମ୍ପଦକୁ 'ଗ୍ଲୋବାଲ୍ ଟେକ୍' ସହ ଯୋଡ଼ିବ।