ତିଆରି ହେବାଠୁ ରାସ୍ତା ଡିଜାଇନ ଭୁଲ୍: ମନ୍ତ୍ରୀ କହିଲେ- 'ସ୍ୱର ଉଠାଇଲି, କେହି ଶୁଣିଲେନି'

NEWS7
dr-reddys-and-rdif-commence-clinical-trial-of-sputnik-v-vaccine-in-india

ଭୁବନେଶ୍ୱର: ଜାନୁଆରୀ ୩୧ ତାରିଖ। ବ୍ରହ୍ମପୁର ହଲଦିଆପଦରେ ହୋଇଥିଲା ଭୟଙ୍କର ଦୁର୍ଘଟଣା। ଚାଲିଯାଇଥିଲା ୫ ନୀରିହଙ୍କ ଜୀବନ। ଏହାକୁ ନେଇ ରୋଡ଼ ସେଫ୍ଟି କମିଟି ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ। ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ମଧ୍ୟ ଲେଖିଛନ୍ତି। ଏହା ଉପରେ ବିଭାଗୀୟ ଟିମ୍ ସ୍ପଟ୍ ଉପରକୁ ଯାଇ ତଦନ୍ତ କରିଛି।ଯେଉଁ ଗାଡ଼ି ଦୁର୍ଘଟଣା କରିଥିଲା, ତାର ରେଜିଷ୍ଟ୍ରେସନ ବାତିଲ କରାଯାଇଛି। ଡ୍ରାଇଭରକୁ ମଧ୍ୟ ବିଏନଏସ ୧୦୫ରେ ତୁରନ୍ତ ଗିରଫ କରାଯାଇଥିଲା।

ହଳଦିଆପଦର ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି। ଏ ଘଟଣା ଏବେର ନୁହେଁ । ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେ ଠାରୁ ଡିଜାଇନ ଭୁଲ ଅଛି। ଏହା ଭିତରେ ବହୁତ୍ ଜୀବନ ଅକାରଣରେ ଗଲାଣି। ନିଜର ସ୍ବାର୍ଥ ସାଧନ ପାଇଁ ଯେଉଁ ଭଳି କାମ କରାଯାଇଥିଲା। ସମସ୍ତେ ନିନ୍ଦା ମଧ୍ୟ କରୁଛନ୍ତି। ଆଉ ଆଜି ଯେଉଁମାନେ କହୁଛନ୍ତି, ସେମାନେ ଆଗରୁ କହୁନଥିଲେ।

ସେ କହିଛନ୍ତି ଯେ ବ୍ରିଜ ପ୍ରସଙ୍ଗରେ ଆଗରୁ ବହୁତ ଥର ସ୍ୱର ଉତ୍ତୋଳନ କରିଛି ବୋଲି କହିଲେ ପରିବହନ ମନ୍ତ୍ରୀ । କିନ୍ତୁ ଏ ପର୍ଯ୍ୟନ୍ତ ଭୁଲ ହୋଇଥିବା ଡିଜାଇନ୍ ପରିବର୍ତ୍ତନ କରାଯାଇ ନଥିଲା । ହଳଦିଆପଦର ଦୁର୍ଘଟଣା ଏବେ ସମସ୍ତଙ୍କ ଆଖି ଖୋଲିଯାଇଛି । ତେଣୁ ଆଗକୁ ଡିଜାଇନ ଭଲ ଭାବେ କରାଯିବ ।