ପ୍ଲେନରେ ଲାଖିଗଲା ପାରାସୁଟ, ୧୫୦୦୦ ଫୁଟ ଉପରେ ଝୁଲି ରହିଲେ ସ୍କାଇ ଡାଇଭର, #Watch Video

NEWS7
dowanload-this-app-to-polluted-area-you-around

କ୍ୱିନସଲ୍ୟାଣ୍ଡ ୧୨।୧୨: ସୋସିଆଲ ମିଡିଆରେ ଷ୍ଟଣ୍ଟ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ। ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏକ ଅଷ୍ଟ୍ରେଲିୟ ସ୍କାଇ ଡାଇଭର ୧୫ହଜାର ଫୁଟ ଆକାଶରେ ଏପରି ପରିସ୍ଥିତିର ସାମ୍ନା କରିଛନ୍ତି ଯାହାକୁ ଦେଖି ଲୋକଙ୍କ ନିଶ୍ୱାସ ଅଟକି ଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସ୍କାଇଡାଇଭର ବିମାନରୁ ବାହାରକୁ ବାହାରିବାମାତ୍ରେ ତାଙ୍କ ପାରାସୁଟ ଖୋଲି ସେସନା କାରୱାଁ ବିମାନର ଟେଲ୍ ରେ ଫଶି ଯାଉଥିବା ଦେଖା ଯାଇଛି।

ଘଟଣା ଯୋଗୁ ସ୍କାଇଡାଇଭର କିଛି ସେକେଣ୍ଡ ପରେ ପ୍ଲେନ ପଛରେ ଝୁଲି ରହିଥିବା ଦେଖା ଯାଉଛନ୍ତି। ଏହା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହି ଭିଡିଓ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଭାଇରାଲ ହେଉଥିବା ଭିଡିଓରେ ଦେଖା ଯାଉଛି ସ୍କାଇଡାଇଭର ଯେମିତି ବିମାନରୁ ବାହାରକୁ ବାହାରୁଛନ୍ତି ପବନରେ ତାଙ୍କ ପାରାସୁଟ୍ ଖୋଲି ଯାଉଛି ଓ ବିମାନ ପଛ ଟେଲରେ ଗୁଡେଇ ହୋଇ ଯାଉଛି। ଏହାପରେ ସ୍କାଇ ଡାଇଭର ବିମାନର ଟେଲ ରେ ଝୁଲି ରହୁଛନ୍ତି।

ଏଥିରେ ସ୍କାଇଡାଇଭର ଭୟଭୀତ ନ ହୋଇ ସାହାସ ପ୍ରଦର୍ଶନ କରୁଛନ୍ତି। ପକେଟରୁ ଛୁରି କାଢି ପାରାସୁଟର ରଶି କାଟି ନିଜକୁ ମୁକ୍ତ କରୁଛନ୍ତି ଓ ତଳକୁ ଖସି ପାଖରେ ରଖିଥିବା ଏମାର୍ଜେନ୍ସୀ ପାରସୁଟ୍ ଖୋଲୁଛନ୍ତି। ଏହି ଦୃଶ୍ୟ କୌଣସି ଚମତ୍କାରଠୁ କମ ନୁହେଁ। ରିଜର୍ଭ ପାରାସୁଟ୍ ଦ୍ୱାରା ସ୍କାଇଡାଇଭର କିଛି ସମୟ ପରେ ଲ୍ୟାଣ୍ଡ କରିଯାଉଛନ୍ତି। ଏଥି ପାଇଁ ତାଙ୍କୁ ସାମାନ୍ୟ ଆଘତ ଲାଗିଛି। ହେଲେ ଏହି ଭିଡିଓ ଦେଖି ସୋସିଆଲ ମିଡିଆରେ ୟୁଜରଙ୍କ ନିଶ୍ୱାସ ଅଟକି ଯାଉଛି।

ଲୋକେ ଭିଡିଓ ଦେଖି ନାନା କମେଣ୍ଟ କରୁଛନ୍ତି। ଏଥିରେ ଜଣେ ୟୁଜର ସ୍କାଇ ଡାଇଭର ଲକି ଥିଲେ ବୋଲି ଉଲ୍ଲେଖ କରିଛନ୍ତି । ନଚେତ ଏହା ତାଙ୍କ ଲାଗି ବିପଦଜନକ ହୋଇଥାନ୍ତା ବୋଲି ଲେଖିଛନ୍ତି। ଏଥିରେ ଜଣେ ୟୁଜର ଲେଖିଛନ୍ତି ଯେ ଯଦି ସେ ନୂଆ ସ୍କାଏଡାଭର ହୋଇଥାନ୍ତେ ତେବେ ଏପରି କିଛି କରି ପାରିଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ଓ ସ୍କାଇଡାଇଭରଙ୍କ ପାଖରେ ଛୁରି ନଥିଲେ ସେ କଣ କରିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି।