ଭୁଶୁଡ଼ି ପଡିଲା ଅଧାଭଙ୍ଗା କାନ୍ଥ, ଚାଲିଗଲା ଯୁବକଙ୍କ ଜୀବନ

NEWS7
dont-drink-tea-with-plastic-glass

ସୋନପୁର ୨୩।୧୨: କାନ୍ଥ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରୁଗୁଡ଼ିପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ହେଲେ ଶଶାଙ୍କ ମିଶ୍ର ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରୁଗୁଡ଼ିପାଲି ଗାଁର ଯୁବକ ଶଶାଙ୍କ ମିଶ୍ର ରାତିରେ ପରିସ୍ରା କରିବାକୁ ବାହାରକୁ ଯାଇଥିଲେ । ସେହି ସମୟରେ ଏକ ଅଧା ଭଙ୍ଗା କାନ୍ଥ ତାଙ୍କ ଉପରେ ପଡିଯାଇଥିଲା । ଫଳରେ ଶଶାଙ୍କ କାନ୍ଥ ତଳେ ଚାପି ହୋଇ ଯାଇଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ଯୁବ ବ୍ୟବସାୟୀ ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।