Rajyasabha race: କ୍ରସ ଭୋଟିଂ ଟେନ୍‌ସନ, ବିଜେପି କରୁଛି ବଡ଼ ପ୍ଲାନିଂ

NEWS7
donald-trump-warns-toughest-week-ahead-as-global-coronavirus-deaths

ଭୁବନେଶ୍ୱର ୧୪/୦୩: ଗଡୁଛି ସମୟ ବଢୁଛି ସସ୍‌ପେନ୍ସ । ଦିନକ ପରେ ରାଜ୍ୟସଭା ଭୋଟ । ଉଠୁଛି ପଡୁଛି ରାଜ୍ୟ ରାଜନୀତି । ବିଶେଷ କରି କଂଗ୍ରେସକୁ ଘାରିଲାଣି ଘୋଡା ବେପାର ଭୟ । ଏଆଇସିସି ସ୍କାନରରେ ଦାଶରଥୀ ଗମାଙ୍ଗ । ପିସିସି ସଭାପତି ଏବଂ ଏଆଇସିସି ନେତା ମାନେ ଦାଶରଥୀଙ୍କ ସହ ଯୋଗାଯୋଗ କରୁଛନ୍ତି । ହେଲେ ସେ ଫୋନ ଉଠାଉ ନାହାନ୍ତି । ତଥାପି ତାଙ୍କ ଉପରେ କଂଗ୍ରେସ ଭରସା ରଖିଛି । ସେ ନିଶ୍ଚିତ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବେ । ଯେଉଁମାନେ କ୍ରସ ଭୋଟିଂ କରିବେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଜେପି ଯେଉଁ ଯୋଜନା କରୁଛି, ସେଥିରେ ସଫଳ ହେବ ନାହିଁ । 

ସୂଚନା ଥାଉକି, କଂଗ୍ରେସରେ ଅଧିକ କ୍ରସ୍ ଭୋଟିଂ ହେବ ବୋଲି କୁହାଯାଉଥିବାରୁ ପିସିସି ସଭାପତି ଶ୍ରୀ ଦାସ ସତର୍କତାର ସହ ଗୋଟି ଚାଳନା କରୁଛନ୍ତି। ଗତକାଲି ସେ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଯାଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାର ଥିବାରୁ ସେହି ସ୍ଥାନକୁ ସୁରକ୍ଷିତ ମଣିଛନ୍ତି। ଏହି ବିଧାୟକମାନେ ବେଙ୍ଗାଲୁରୁରେ ୱାଣ୍ଡର୍‌ଲା ରିସୋର୍ଟରେ ରହିଛନ୍ତି। ସେମାନେ ରବିବାର ସନ୍ଧ୍ୟା କିମ୍ବା ସୋମବାର ସକାଳୁ ଓଡ଼ିଶା ଫେରିବାର ସମ୍ଭାବନା ରହିଛି।

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ସେଠାକାର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ରିସେର୍ଟକୁ ଯାଇ ବିଧାୟକଙ୍କୁ ସାକ୍ଷାତ କରିଥିଲେ। ଗଣମାଧ୍ୟମକୁ ଶିବକୁମାର କହିଥିଲେ, ଓଡ଼ିଶାର ବିଧାୟକଙ୍କ ଦାୟିତ୍ବ ଆମର କର୍ତ୍ତବ୍ୟ। ସେମାନଙ୍କୁ ଭୟଭୀତ କରାଯାଉଛି କିମ୍ବା ବିଭିନ୍ନ ଅଫର୍ ଦିଆଯାଉଛି। ତେବେ ସେମାନେ ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି। ‘ଅପରେସନ୍ ଲୋଟସ୍’ର ଅଂଶ ହେବାକୁ ସେମାନେ ଆଗ୍ରହୀ ନୁହନ୍ତି। ସେମାନେ ଏଠାରୁ ଯିବେ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ।

also read...

ରାଜ୍ୟସଭା ଭୋଟ ୨୦୨୬:ବିଧାୟକ ଡେଇଁବେ କି ଲକ୍ଷ୍ମଣରେଖା? କ୍ରସ ଭୋଟିଂ ଭୟ ବଢିଲା