ଭାରତର ବଜେଟକୁ ପ୍ରଶଂସା କଲେ ତାଲିବାନ ସରକାର, କାହିଁକି ଆଫଗାନିସ୍ତାନବାସୀ ଏତେ ଖୁସି ?

NEWS7
donald-trump-twitter-permanently-suspends

କାବୁଲ,୨|୦୨ : ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଆଗତ ହୋଇଛି ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରିଛନ୍ତି । ଭାରତର ବଜେଟକୁ ନେଇ ଦେଶରେ ମିଶ୍ରିତ ପ୍ରତିକ୍ରିୟା ଆସୁଛି । ତେବେ ଏହା ଉପରେ ନଜର ରଖିଥିବା ପଡୋଶୀ ଦେଶ କିନ୍ତୁ ପୁରା ଖୁସ୍ । ନୂଆ ଭାରତର ଆତ୍ମନିର୍ଭର ବଜେଟକୁ ପ୍ରଶଂସା କରିଛି ଆଫଗାନିସ୍ତାନ । ଏହି ବଜେଟ୍ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଫଗାନର ବରିଷ୍ଠ ଅଧିକାରୀ କହିଛନ୍ତି ।

ବଜେଟରେ ଆଫଗାନିସ୍ତାନକୁ ପ୍ରଦାନ କରାଯାଉଥିବା ଆର୍ଥିକ ସାହାଯ୍ୟକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୧୦୦ କୋଟି ଥିଲା । ଏବେ ଏହାକୁ ୧୫୦ କୋଟି କରାଯାଇଛି । ଯାହା ଆଫଗାନର ବିକାଶରେ ସାହାଯ୍ୟ କରିବ । ଏହାକୁ ନେଇ କତାରରେ ଥିବା ଆଫଗାନର ରାଷ୍ଟ୍ରଦୂତ ସୁହେଲ ସାହିନ୍ କହିଛନ୍ତି ଯେ, ଭାରତ ବଜେଟରେ ଆଫଗାନିସ୍ତାନକୁ ଦେଉଥିବା ସହାୟତା ରାଶିର ବୃଦ୍ଧି କରିଛି । ଏହାଦ୍ୱାରା ଉଭୟ ଦେଶ ଲାଭବାନ ହେବେ । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ ହେବ ।

ସେ ଆହୁରି କହିଛନ୍ତି ଯେ, ଆଫଗାନିସ୍ତାନ ହେଉଛି ଭାରତର ପାରମ୍ପରିକ ବନ୍ଧୁ । ଉଭୟ ଦେଶ ମଧ୍ୟରେ ବର୍ଷ ବର୍ଷ ଧରି ଭଲ ସମ୍ପର୍କ ରହିଛି । ଖାଲି ସରକାର ନୁହେଁ ଦୁଇ ଦେଶର ନାଗରିକଙ୍କ ମଧ୍ୟ ପରସ୍ପର ସହ ଜଡିତ । ଏବେ ଆଫଗାନିସ୍ତାନ ଆଗକୁ ବଢୁଛି । ନୂଆକରି ସବୁ ଆରମ୍ଭ ହେଉଛି । କାବୁଲର ଦ୍ୱାର ଭାରତୀୟ ନିବେଶକଙ୍କ ପାଇଁ ସଦାବେଳେ ଖୋଲା ରହିଛି । ଭାରତ ସହ ବାଣିଜ୍ୟ ପାଇଁ ତାଲିବାନ ସରକାର ସଦାବେଳେ ପ୍ରସ୍ତୁତ ଥିବା ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ସରକାର ଗଠନ ହୋଇଥିଲା । ସେବେଠୁ ଭାରତ ସହ ଅନେକ ଅନ୍ତର୍ଜାତୀୟ ମଞ୍ଚରେ ଆଫଗାନ୍ ଠିଆ ହୋଇଛି । ଅନେକ ସମୟରେ ସମର୍ଥନ କରିଛି । ଅପରେସନ ସିନ୍ଦୂରରେ ମଧ୍ୟ ପାକିସ୍ତାନ ବିରୋଧରେ ଭାରତକୁ କାବୁଲ ସରକାର ସମର୍ଥନ କରିଥିଲେ ।