ରାଇରଙ୍ଗପୁରରେ ଖୋଲିଲା ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର, ଭର୍ଚ୍ଚୁଆଲ ଉଦ୍ଘାଟନ କଲେ ରାଷ୍ଟ୍ରପତି

NEWS7
domestic-fight-causes-murder-and-suicide

ରାଇରଙ୍ଗପୁର ୨।୧: ନୂଆବର୍ଷରେ ରାଇରଙ୍ଗପୁରକୁ ରାଷ୍ଟ୍ରପତିଙ୍କ ଭେଟି । ଖୋଲିଲା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ । ନୂଆବର୍ଷରେ IGNOU ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ରକୁ ରାଷ୍ଟ୍ରପତି ଭର୍ଚ୍ଚୁଆଲରେ ଉଦଘାଟନ କରିଥିଲେ । ଉତ୍ସବ ପାଇଁ ସ୍ଥାନୀୟ ମହତାବ ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବର୍ତ୍ତମାନ ଅସ୍ଥାୟୀ ଭାବରେ ପୌର ପରିଷଦର ୬ ନମ୍ୱର ୱାର୍ଡ କଲ୍ୟାଣୀ ମଣ୍ଡପରେ କାର୍ଯ୍ୟାଳୟ ଚାଲିବ । ସେଥିପାଇଁ କଲ୍ୟାଣ ମଣ୍ଡପର ବ୍ୟାପକ ଉନ୍ନତିକରଣ କରାଯାଇଥିବା ବେଳେ ରାଇରଙ୍ଗପୁର ନିକଟରେ ଦୁଇ ଏକର ଜାଗାରେ ନୂତନ ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ କରାଯିବ । ଓଡ଼ିଶାର ଉତ୍ତରାଞ୍ଚଳର ୫ଟି ଜିଲ୍ଲା ଗୁଡ଼ିକରେ ଉଚ୍ଚ ଶିକ୍ଷାର ପ୍ରସାର ସାଙ୍ଗକୁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ନୂଆବର୍ଷରେ ରାଷ୍ଟ୍ରପତିଙ୍କ ଏହି ଭେଟିକୁ ନେଇ ରାଇରଙ୍ଗପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ସମାରୋହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସାଂସଦ ନବ ଚରଣ ମାଝି, ରାଇରଙ୍ଗପୁର, ସାରସକଣା ବିଧାୟକ, ମୟୂରଭଞ୍ଜ ଜିଲ୍ଲାପାଳ, ଏସପି, IGNOUର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ମନୋଜ ଦାସଙ୍କ ସମେତ ଅନେକ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।