ହାର୍ଦ୍ଦିକଙ୍କ ମାଆଙ୍କୁ ଭିଡିଓ କଲ୍ କଲେ ମାହିକା , ଫଟୋ ସେୟାର କରି ଲେଖିଲେ ଏମିତି…

NEWS7
doctor-removes-20-live-worms-from-mans-eyelid

ମୁମ୍ଵାଇ ୦୩।୦୧; ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ। ଏଥର କାରଣ ତାଙ୍କ କ୍ରିକେଟ୍ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ। ତାଙ୍କ ଲେଡି-ଲଭ୍ ତଥା ଅଭିନେତ୍ରୀ-ମଡେଲ ମାହିକା ଶର୍ମାଙ୍କ ସହ ରିଲେଶନରେ ଅଛନ୍ତି । ବର୍ତ୍ତମାନ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ କରିଛନ୍ତି । ଏତିକି ନୁହେଁ ଦୁହେଁ ଖୋଲାଖୋଲି ଭାବେ ପ୍ରେମ ପ୍ରକାଶ କରିବା ସହ ଟାଇମ୍‌ସ୍ପେଣ୍ଡ କରୁଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି କପଲ ନୂଆ ବର୍ଷକୁ ରୋମାଣ୍ଟିକ ଅନ୍ଦାଜ୍ରେ ସ୍ଵାଗତ କରିଥିଲେ । ଏହା ସହ ବିତାଇଥିବା ସୁନ୍ଦର ମୁହୁର୍ତ୍ତର ଅନସିନ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଗୋଟେ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଇନଷ୍ଟାଗ୍ରାମ୍‌ରେ ସେୟାର ହୋଇଥିବା ଫଟୋରେ ମାହିକା ଭିଡିଓ କଲ୍ର ଦୁଇଟି ଅଲଗା ଅଲଗା ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ କ୍ୟାପସନ୍ରେ ଲେଖିଥିଲେ ନଲିନି ପାଣ୍ଡ୍ୟାଙ୍କ ସହ ଲଙ୍ଗ ଡିସ୍‌ଟାଣ୍ଟ ଦର୍ଶନ।

ମାହିକାଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ସ୍କ୍ରିନ୍‌ସଟ୍‌ରେ ହାର୍ଦ୍ଦିକଙ୍କ ମାଆ ମାହିକାଙ୍କ ଭିଡିଓ କଲ୍‌ରେ କଥା ହେବା ସହ ହସୁଥିବାର ନଜର ଆସିଥିଲେ । ଯିଏ ଦୁରରେ ଥାଇ ମଧ୍ୟ ଏହି କପଲଙ୍କ ସହ ନୂଆ ବର୍ଷର ସୁନ୍ଦର ମୁହୁର୍ତ୍ତରେ ସାମିଲ ହୋଇଥିଲେ । ଏତିକି ନୁହେଁ ସେୟାର ହୋଇଥିବା ରୋମାଣ୍ଟିକ ପୋଷ୍ଟରେ ହାର୍ଦ୍ଦିକ-ମାହିକା ମ୍ୟାଚିଙ୍ଗ ମେରୁନ ଆଉଟ୍‌ଫିଟ୍‌ରେ ପୋଜ୍ ଦେଉଥିବାର ନଜର ଆସିଥିଲେ । କହିବାକୁ ଗଲେ କିଛି ଦିନ ପୂର୍ବରୁ ଆଲୋଚନା ହେଉଥିଲା ଯେ ସେମାନେ ସିକ୍ରେଟଲି ଭାବରେ ନିର୍ବନ୍ଧ କରିଛନ୍ତି। ଉଭୟ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାଁନ୍ତି।