ମା’ ମଝିଘରିଆଣୀ ମନ୍ଦିରର ଖୋଲିଲା ଦାନହୁଣ୍ଡି, ୬ ମାସ ପରେ କଡ଼ା ସୁରକ୍ଷାରେ ଚାଲିଛି ଗଣତି

NEWS7
doctor-claims-corona-virus-causing-blood-clotting-leading-to-death

ରାୟଗଡା ୧୯/୦୧: ଖୋଲିଲା ମା ମଝିଘରିଆଣୀଙ୍କ ଦାନହୁଣ୍ଡି । ରାୟଗଡ଼ାରେ ଥିବା ମା’ ମଝିଘରିଆଣୀ ମନ୍ଦିରରେ ଖୋଲିଲା ଦାନହୁଣ୍ଡି । ୬ ମାସ ପରେ କଡ଼ା ସୁରକ୍ଷାରେ ଖୋଲିଛି ମା’ଙ୍କ ଦାନହୁଣ୍ଡି । ଦାନହୁଣ୍ଡିର ଟଙ୍କା ଓ ସୁନା ଗଣତିରେ ୨୫୦ ଜଣ ନିୟୋଜିତ ହୋଇଛନ୍ତି । ପୂର୍ବରୁ ଜୁଲାଇ ମାସରେ ମା’ଙ୍କ ଦାନହୁଣ୍ଡି ଖୋଲାଯାଇଥିଲା । ମା’ ମଝିଘରିଆଣୀଙ୍କ ହୁଣ୍ଡିରୁ ୧.୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବାହାରିଥିଲା ।

ସୂଚନା ଥାଉକି, କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଅର୍ଥ ଗଣତି ଚାଲିଛି । ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳାମାନେ ଗଣତି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମାଁଙ୍କ ପୂଜାର୍ଚ୍ଚନା ପରେ ୬ ମାସ ବ୍ୟବଧାନରେ ଆଜି ରାଜସ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ଦାନ ହୁଣ୍ଡି ଖୋଲାଯାଇଥିଲା ।

ଗତଥର ହୁଣ୍ଡିରୁ ନଗଦ ୧ କଟି,୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା,୨ କେଜି ୫୦୫ ଗ୍ରାମ ରୂପା ଓ ୩୮ ଗ୍ରାମ ସୁନା ବାହାରିବା ସହ ସଂଗ୍ରହ ସମସ୍ତ ଅର୍ଥ ଓ ସୁନା ରୂପା ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ବ୍ୟାଙ୍କ କୁ ସ୍ଥାନାନ୍ତର କରାଗଲା । ଆଜିର ଗଣତି ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୨୫୦ ଜଣ ମହିଳା ସାମିଲ ହୋଇଛି । ଆଜିର ଦାନ ଅର୍ଥ ୟୁନିୟନ୍ ବ୍ୟାଙ୍କରେ ଜମା କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।