ବେଆଇନ ସିମ୍ ବିକ୍ରି ଲିଙ୍କ୍ : ଭଦ୍ରକର ବିଭିନ୍ନ ଅଞ୍ଚଳରୁ ୪ ଅଭିଯୁକ୍ତ ଗିରଫ

NEWS7
dmk-general-meeting-today

ଭଦ୍ରକ ୧୩।୧: ସିମ୍ ଜାଲିଆତି କରି ବାହାର ରାଜ୍ୟକୁ ବେଆଇନ ସିମ୍ ବିକ୍ରି ଘଟଣାରେ ଭଦ୍ରକରୁ ଦୁଇ ଗିରଫ ଘଟଣା ପରେ ଆକ୍ସନ ମୋଡ୍କୁ ଆସିଛି ପୋଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରୁ ଆଉ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଯୁବକ ମାନେ ସିମ୍ ଗୁଡ଼ିକୁ ବ୍ୟକ୍ତିଙ୍କ ଅଜାଣତରେ ତାଙ୍କ ନାମରେ ଆକ୍ଟିଭ କରୁଥିଲେ । ପରେ ମୋଟା ଅଙ୍କର ଟଙ୍କା ନେଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ । ଏହି ସିମ୍କୁ ବ୍ୟବହାର କରି ସାଇବର କ୍ରାଇମ୍ ଓ ଡିଜିଟାଲ ଆରେଷ୍ଟ ଭଳି କାର୍ଯ୍ୟ କରାଯାଉଥିଲା । ଏହି ଅଭିଯୋଗରେ ଦିଲ୍ଲୀ ପୋଲିସ ଗିରଫ କରିଥିବା ଅଭିଯୁକ୍ତଙ୍କ ବୟାନ ଆଧାରରେ ପୁଣି ୪ ଜଣଙ୍କୁ ଭଦ୍ରକ ପୋଲିସ ବିଭିନ୍ନ ଅଞ୍ଚଳରୁ ଗିରଫ କରିଛି ।

ତେବେ ଏହି ରାକେଟ୍ରେ ଅନେକ ଲିଙ୍କ୍ ରହିଥିବା ସନ୍ଦେହ କରାଯାଉଛି । ବେଆଇନ ସିମ୍ କାରବାରର ଚେର କେଉଁଆଡେ ଲମ୍ବିଛି ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି । ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଭଦ୍ରକରୁ ପୂର୍ବରୁ ଦୁଇ ଜଣ ଗିରଫ ହୋଇଥିବା ବେଳେ ଏବେ ଆଉ ୪ ଜଣ ଗିରଫ ହେବା ପରେ ଗିରଫଦାରୀ ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି ।