ଲକ୍ଷ୍ମୀ ବସ୍ ଚଳାଚଳକୁ ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ ବିରୋଧ, ଦେଲା ଧର୍ମଘଟ ଚେତାବନୀ

NEWS7
dist-judge-wife-son-dies-of-constable-firing-in-gurgaon

କଟକ ୧୭।୧: ଗାଁରୁ ଜିଲ୍ଲା ସଦର ମହକୁମା ଯାଏଁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ । ନିଷ୍ପତ୍ତି ବଦଳାଇବାକୁ ସରକାରଙ୍କ ନିକଟରେ ଦାବି କରାଯିବ । ଯଦି ୨୩ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ନିଆନଯାଏ, ତେବେ ୨୪ ତାରିଖରୁ କଟକକୁ କୌଣସି ବସ୍ ଗଡିବ ନାହିଁ । ଏଭଳି ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ ।

ଲକ୍ଷ୍ମୀ ବସ୍ ଗାଁରୁ ପଞ୍ଚାୟତ ଯାଏଁ ଚାଲିବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଗତ କିଛି ଦିନ ଭିତରେ ଉକ୍ତ ନିଷ୍ପତ୍ତିରେ ପରିବର୍ତ୍ତନ ଆସିଛି । କେନ୍ଦ୍ରାପଡା, ଜଗତସିଂହପୁର ଏବଂ କଟକରେ ଜିଲ୍ଲା ସଦର ମହକୁମା ଯାଏଁ ଲକ୍ଷ୍ମୀ ବସ୍ ଚଳାଚଳ ଆରମ୍ଭ ହୋଇଛି । କିଛି ଜାଗାରେ ବିରୋଧ କାରଣରୁ ଏହାକୁ ବନ୍ଦ ରଖାଯାଇଛି ।

ତେବେ ଶନିବାର କଟକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଜରୁରୀ ବୈଠକ ବସିଥିଲା । ଯେଉଁଠି ନିଷ୍ପତ୍ତି ହୋଇଛି କି, ଜିଲ୍ଲା ହେଡ଼ କ୍ଵାର୍ଟର ଯାଏଁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରାଯିବ । ଯଦି ସରକାର ଦାବି ପୂରଣ ନକରନ୍ତି, ତେବେ ୨୪ ତାରିଖରୁ କଟକରେ ବସ୍ ଗଡ଼ିବା ବନ୍ଦ ହେବ । ଆବଶ୍ୟକ ପଡିଲେ ସାରା ରାଜ୍ୟରେ ବସ୍ ଧର୍ମଘଟ ହେବ ବୋଲି ଘରୋଇ ବସ୍ ମାଲିକ ସଙ୍ଘ ତରଫରୁ କୁହାଯାଇଛି ।