LIVE TV

ଦୀପିକା କକ୍କର ସୁଟିଂ ସେଟରେ ହେଲେ ବେହୋସ୍ : ଡରିଗଲେ ତାଙ୍କ ଫ୍ୟାନ୍

NEWS7

ମୁମ୍ବାଇ ୨୯/୪: ପ୍ରସିଦ୍ଧ ଟିଭି ଅଭିନେତ୍ରୀ  ଏବଂ ବିଗ୍ ବସ୍ ବିଜେତା ଦୀପିକା କକ୍କର ଏବେ ନିଜ ନୂଆ ଶୋ ‘ପାନି ପୁରୀ’ର ସୁଟିଂ କରୁଛନ୍ତି। କିନ୍ତୁ ଶନିବାର ସୁଟିଂ କରୁଥିବାବେଳେ ଦୀପିକା ହଠାତ୍ ବେହୋସ୍ ହୋଇଯାଇଥିଲେ। ଦୀପିକାଙ୍କୁ ତୁରନ୍ତ ଏକ ସୋଫାରେ ଶୁଆଇ ଦିଆଯାଇଥିଲା। ଏହି ଶୋର ନିର୍ମାତା ସନ୍ଦୀପ ସକିନ୍ଦ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଥିଲେ।

{"id":108743,"width":595,"height":334}

 ନିର୍ମାତା ସନ୍ଦୀପ ସକିନ୍ଦ ସୁଟିଂ ସେଟରେ ବେହୋସ୍ ଦୀପିକାଙ୍କ ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି-ହିରୋଇନ ତ ବେହୋସ୍ ହୋଇଗଲେ। ଏହି ଫଟୋରେ ଦୀପିକା ପାରମ୍ପରିକ ଲୁକରେ ଦେଖାଯାଉଛନ୍ତି। ଟିଭିର ଜଣାଶୁଣା ଅଭିନେତ୍ରୀ ହୋଇଥିବା କାରଣରୁ ଦୀପିକାଙ୍କ ଫଟୋ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ​‌ ହୋଇଛି। ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନମାନେ ତାଙ୍କ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିଲେ।

{"id":108744,"width":596,"height":340}

ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ସୂଚନା ତାଙ୍କ ସ୍ବାମୀ ସୋଏବ ଇବ୍ରାହିମ୍ ତାଙ୍କର ଏକ ଫଟୋ ସେୟାର କରି ଦେଇଛନ୍ତି। ଦୀପିକାଙ୍କ ସହ ଏହି ଶୋରେ କରଣ ଗ୍ରୋଭର ନଜର ଆସିବେ।  ଖବର ମିଳିଛି ଏହି ଶୋରେ ବିଗ୍ ବସ୍ ପ୍ରତିଯୋଗୀ ରୋମିଲ ଚୈାଧୁରୀ ମଧ୍ୟ ସାମିଲ ହୋଇପାରନ୍ତି। ବିଗ୍ ବସ୍ ଶୋ ଜିତିବା ପରେ ଦୀପିକା ପ୍ରଥମ ଥର କୈାଣସି ଟିଭି ଶୋ ରେ ନଜର ଆସିବେ।

{"id":108746,"width":594,"height":521}

ବିଗ୍ ବସରେ ଦୀପିକା ଏବଂ ରୋମିଲଙ୍କ ମଧ୍ୟରେ ଭଲ ପଡ଼ୁନଥିଲା। ଶୋ ପରେ ମଧ୍ୟ ଉଭୟଙ୍କ ସମ୍ପର୍କରେ ସୁଧାର ଆସିନାହିଁ। ଏପରି ପରିସ୍ଥିତିରେ ଉଭୟଙ୍କୁ ଗୋଟିଏ ଶୋରେ ଏକାଠି ଦେଖିବା ଫ୍ୟାନଙ୍କ ପାଇଁ ନିଶ୍ଚୟ  ବିସ୍ମୟକର ହେବ।

{"id":108748,"width":597,"height":336}