LIVE TV

ମହିଳା ଡାକ୍ତରଙ୍କ ଆତ୍ମହତ୍ୟା , ଦୁଇ ପୁଲିସ କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

NEWS7
dipa-sahu-1st-death-anniversary

ମୁମ୍ୱାଇ : ମହାରାଷ୍ଟ୍ରର ସତାରାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି। କେବଳ ଏତିକି ନୁହେଁ , ଏହି ଡାକ୍ତର ତାଙ୍କ ହାତ ପାପୁଲିରେ ଲେଖିଛନ୍ତି ସୁଇସାଇଡ୍‌ ନୋଟ୍‌। ଏଥିରେ ଦର୍ଶାଇଛନ୍ତି ଯେ, ଦୁଇ ଜଣ ପୁଲିସ କର୍ମଚାରୀଙ୍କ ଦ୍ୱାରା ସେ ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହୋଇ ଥିଲେ। ସେଥିପାଇଁ ସେ ଖୁବ୍‌ ଅବସାଦରେ ଜୀବନ ହାରି ଦେଇ ଥିଲେ। ଲାଇଭ୍ ହିନ୍ଦୁସ୍ତାନ ଡଟ୍‌କମ୍‌ରେ ପ୍ରକାଶିତ ସୂଚନା ଆଧାରରେ ସଟାରାର ଫାଲଟନ ଠାରେ ଏକ ହୋଟେଲ ରୁମ୍‌ରୁ ଡାକ୍ତରଙ୍କ ମୃତଦେହ ଫାଶୀରେ ଝୁଲୁ ଥିବାର ମିଳି ଥିଲା। ଏହା ଉପରେ ପୁଲିସକୁ ଆଲର୍ଟ କରାଯାଇ ଥିଲା। ମହିଳା ଡାକ୍ତର ବିଡ ଜିଲ୍ଲାରେ ରହୁଥିଲେ ଏବଂ ସତାରାର ଫାଲଟନ ସ୍ଥିତ ସରକାରୀ ହସ୍ପିଟାଲରେ ଚାକିରି କରୁଥିଲେ। ସେ ସୁଇସାଇଡ୍‌ ନୋଟ୍‌ରେ ୪ଥର ଦୁଷ୍କର୍ମ କରାଯିବା କଥା ଲେଖିଛନ୍ତି।

ମହିଳା ଡାକ୍ତର ଜଣଙ୍କ ଲେଖିଛନ୍ତି ଯେ, ସେ ଏହି ଉତ୍ପୀଡ଼ନର ଶିକାର ହୋଇ ଖୁବ୍‌ ମାନସିକ ଆଘାତ ପାଇଥିଲେ। ଏଥିପାଇଁ ସେ ଏଭଳି ଏକ ଭୟଙ୍କର ପଦକ୍ଷେପ ନେଇଥିଲେ। ହାତ ପାପୁଲିରେ ଲେଖା ହୋଇଥିବା ସୁଇସାଇଡ୍‌ ନୋଟ୍‌ରେ ମହିଳା ଡାକ୍ତର କହିଛନ୍ତି , ଦୁଇ ଜଣ ପୁଲିସ କର୍ମୀ ଗତ ୫ ମାସରୁ ଦୁଷ୍କର୍ମ କରୁଥିଲେ। ସେ ଲେଖିଛନ୍ତି ଯେ, ସବ-ଇନ୍ସପେକ୍ଟର ଗୋପାଳ ବାଡାନେ ତାଙ୍କୁ ରେପ୍ କରିଥିଲେ। ଏହା ବ୍ୟତୀତ ଅନେକ ଥର ଯୌନ ନିର୍ଯାତନା ଦେଇ ଥିଲେ। ଅନ୍ୟଜଣେ ପୁଲିସ କର୍ମୀ ପ୍ରଶାନ୍ତ ବାଙ୍କର ତାଙ୍କୁ ମାନସିକ ଯନ୍ତ୍ରଣା ଦେଉ ଥିଲେ। ସତାରା ପୁଲିସର ଜଣେ ଅଧିକାରୀଙ୍କ କହିବାନୁସାରେ , ଉକ୍ତ ମାମଲାର ଯାଞ୍ଚ ଜାରି ରହିଛି। ସେ କହିଛନ୍ତି ଯେ, ଆମେ କେସ୍‌ ରୁଜୁ କରିଛୁ ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଅଭିଯୋଗ ଗୁଡ଼ିକର ଯାଞ୍ଚ ଚାଲିଛି,ଯାହାକୁ ମହିଳା ଡାକ୍ତର ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି।

ପୁଲିସର କହିବାନୁସାରେ, ଆମ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଯାଇଛି, ଯେଉଁ ଦୁଇ ପୁଲିସକର୍ମୀଙ୍କ ଉପରେ ଅଭିଯୋଗ ଲଗାଯାଇଛି, ତାଙ୍କର ଭୂମିକାର ଯାଞ୍ଚ କରାଯାଉଛି।