LIVE TV

ହିରୋଇନ୍‌ଙ୍କ ପ୍ରେମରେ ସରପଞ୍ଚ ସାହେବ, ବାହୁରେ ଧରି କଲେ ରୋମାଣ୍ଟିକ୍ ଡ୍ୟାନ୍ସ

NEWS7
dibyang-corona-warrior

ନୂଆଦିଲ୍ଲୀ ୨୨/୧୦: ଭାରତର ବିସ୍ଫୋରକ ବ୍ୟାଟର । ହାର୍ଡ ହିଟର । ତାଙ୍କୁ ଲୋକେ ଶ୍ରଦ୍ଧାରେ ଡାକନ୍ତି ସରପଞ୍ଚ ସାହେବ । ଏତିକି କହିଦେଲେ ଲୋକେ ଜାଣିଦେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଶ୍ରେୟସ ଆୟର । ଭାରତୀୟ କ୍ରିକେଟର ଦଳର ମୋଷ୍ଟ ଇଲିଜିବଲ ବ୍ୟାଚଲର ଭାରି ଆଗ୍ରେସିଭ୍ । ସାଏ ନେଚରକୁ ଡିଫରେଣ୍ଟ ଆଟିଚ୍ୟୁଡ୍ ।​​​​​​​ବହୁତ କମ୍ ସମୟ ତାଙ୍କୁ ହସୁଥିବାର ଦେଖିବାକୁ ମିଳେ । ତେବେ ଭାଇରାଲ ହେଉଛି ତାଙ୍କର ଏକ ଖାସ୍ ଅନ୍ଦାଜ । ଯାହାକୁ ନେଇ ଅନେକ ଚର୍ଚ୍ଚା । ତାଙ୍କର ଏହି ହଟ୍‌କେ ଷ୍ଟାଇଲ୍ ବେଶ୍ ଲାଇମ ଲାଇଟ୍‌ରେ । ଆସନ୍ତୁ ଜାଣିବା ପୁରା ଘଟଣା । 

ନିକଟରେ ଦିଓ୍ୱାଲୀ ସେଲିବ୍ରେଟ କରୁଥିଲେ ଭାରତୀୟ କ୍ରିକେଟର ଶ୍ରେୟସ ଆୟର । ଏହି ଅବସରରେ ସେ ଫ୍ୟାନ୍ସଙ୍କୁ ବଡ଼ ଉପହାର ଦେଇଥିଲେ । ଶ୍ରେୟସ ଆୟରଙ୍କୁ ଏହି ଉପହାର ଫ୍ୟାନ୍ସଙ୍କୁ ବଡ଼ ଝଟ୍‌କା ବି ଲାଗିଛି । କ୍ରିକେଟର ଗୋଟିଏ ସୋସିଆଲ ମିଡିଆରେ ବେଶ୍ ଧୂମ୍ ମଚାଉଛି । ଭିଡିଓରେ ସେ ଜଣେ ଅଭିନେତ୍ରୀଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ତେବେ ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି କେରଳା ଷ୍ଟୋରୀ ଫେମ୍ ଅଦା ଶର୍ମା । ତାଙ୍କ ବାହୁରେ ବାହୁ ଛନ୍ଦି ସେ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ନାଚୁଥିବାର ଦେଖିବାକୁ ମିଳିଛି ।

 

କହିବାକୁ ଗଲେ ଅଦା ଏବଂ ଶ୍ରେୟସ ଗୋଟିଏ ମ୍ୟୁଜିକ୍ ଭିଡିଓ ପାଇଁ ଏକାଠି ହୋଇଥିଲେ । ମ୍ୟୁଜିକ୍ ଭିଡିଓର ଟାଇଟଲ ବୁଲେଟ ଆସିକାନା । ଏ ପ୍ରଥମ ମଉକା ଯେଉଁଥିରେ ଶ୍ରେୟସ ଆୟରଙ୍କୁ ଜଣେ ଅଭିନେତ୍ରୀଙ୍କ ସହ ଅଫିସିଆଲି ନାଚୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ବି ଅଦା ଓ ଏବଂ ଶ୍ରେୟସ ଆୟରଙ୍କ ଜବଦରଦସ୍ତ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।

ଗୀତରେ କ୍ରିକେଟର ନିଜ ଡ୍ୟାନ୍ସ ଷ୍ଟେପରେ ବଡ଼ ବଡ଼ ଅଭିନେତାଙ୍କୁ ଟକ୍କର ଦେଇଦେବେ । ଅଦାଙ୍କ ସହ ଏତେ ସୁନ୍ଦର ତାଳମେଳ ବସାଇଥିଲେ କି, ଯିଏ ଦେଖିଥିଲେ ସେ ତାଟକା ହୋଇ ଚାହିଁ ରହିଥିଲା । ସେପଟେ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ରିଆକ୍ସନ ଦେଉଛନ୍ତି । ଖାସ୍ କରି ଆୟରଙ୍କ ପାଇଁ କହିଛନ୍ତି ଆପଣ କଣ ପ୍ରଫେସନ ଚେଞ୍ଜ କରିଦେଲେ କି । ସେହିଭଳି ଆଉ ଜଣେ ଲେଖିଛନ୍ତି ବିରାଟ କୋହଲି ସତ କହିଥିଲେ କି, ଶ୍ରେୟସ ତାଙ୍କର ଏଥିପାଇଁ ଫେଭରିଟ୍ ।

ଆଉ କିଛି କହିଛନ୍ତି କ୍ରିକେଟରଙ୍କୁ ଏବେ ଅଭିନୟ କରିବା ଶିଖିବାକୁ ପଡିବ । ଶ୍ରେୟସ ଆୟର କ୍ରିକେଟର ହିସାବରେ ମ୍ୟୁଜିକ୍ ଭିଡିଓରେ ଯେଉଁଭଳି ଏକ୍ସପ୍ରେସନ ଏବଂ ଡ୍ୟାନ୍ସ ଷ୍ଟେପ୍ ଦେଉଛନ୍ତି, ତାଙ୍କ ପ୍ରଶଂସା ଯେତେ କଲେ ବି କମ୍ ହେବ। ଆଉ କିଛି କହିଛନ୍ତି ରବନେ ବନାଦି ଯୋଡି ।