LIVE TV

ଜଗଦ୍ଧାତ୍ରୀ ମେଳା ବୁଲିବାକୁ ଆସିଥିଲେ ନାବାଳକ, ଛୁରାମାଡ଼ କଲେ ଦୁର୍ବୃତ୍ତ

NEWS7
dia-mirza-support-kangna-ranaut-said-sanjay-rawat-should-apologize-for-his-words

ବାରିପଦା ୮୧୧: ମେଳାରେ ନାବାଳକଙ୍କୁ ଛୁରାମାଡ଼ । ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଜଗଦ୍ଧାତ୍ରୀ ମେଳାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମେଳା ବୁଲିବାକୁ ଆସିଥିବା ନାବାଳକ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି । ରେଲଓ୍ବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟାରେ ବାଙ୍ଗିରିପୋଷି ବ୍ଲକ କଳାବାଡିଆ ପଞ୍ଚାୟତ, ପଣସଡିହା ଗ୍ରାମର ଓ ପଥୁରୀ ପଞ୍ଚାୟତର କିଛି ନାବାଳକ ଓ ଯୁବକ ମାନେ ବାଙ୍ଗରିପୋଷି ମେମୁ ଟ୍ରେନ୍‌ରେ ଭଞ୍ଜପୁରରେ ଚାଲିଥିବା ଜଗଦ୍ଧାତ୍ରୀ ମେଳା ବୁଲିବାକୁ ଯାଇଥିଲେ । କିଛି ସମୟ ମେଳା ବୁଲିବା ପରେ ଜଣେ ନାବାଳକ ଓ ଯୁବକ ସଞ୍ଜୟ ନାଏକ ପରିସ୍ରା କରିବାକୁ ଭଞ୍ଜପୁର ରେଲୱେ ଷ୍ଟେସନ ପାଖକୁ ଯାଇଥିଲେ । ପରିସ୍ରା କରୁଥିବା ବେଳେ ୭, ୮ ଜଣ ଯୁବକ ଆସି ସଞ୍ଜୟ ନାଏକକୁ ହଠାତ ମାରପିଟ କରିଥିଲେ । ସଞ୍ଜୟ ସେଠାରୁ ଦୌଡ଼ି ପଳାଇବାରୁ, ସାଙ୍ଗରେ ଥିବା ନାବାଳକଙ୍କୁ ଦୁର୍ବୃତ୍ତ ମାନେ ଛୁରାମାଡ଼ କରିଥିଲେ ।

ଏହି ଘଟଣାଟି ଭଞ୍ଜପୁର ରେଲୱେ ଷ୍ଟେସନ ବାହାରେ ହୋଇଥିଲା । ଛୁରାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ମାନେ ଦୌଡ଼ି ପଳାଇଥିଲେ । ସଞ୍ଜୟ ଠାରୁ ଖବର ପାଇ ସଙ୍ଗେ ସଙ୍ଗେ ମେଳାରେ ଥିବା ସମ୍ପର୍କୀୟ କକା ଶୁଭମ୍ ନାଏକ ଆସି ଅଟୋ ଯୋଗେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, ନାବାଳକ ଆକାଶ ଗୁରୁତର ଥିବାରୁ ମଧ୍ୟରାତ୍ରିରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ବାରିପଦା ରେଲଓ୍ବେ ସୁରକ୍ଷାବଳ ପକ୍ଷରୁ ଘଟଣାକୁ ତଦନ୍ତ ଜାରି ।