ବାଲେଶ୍ଵର ସାଂସଦ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

NEWS7
dhoni-girlfriend-priyanka-jha-pics-getting-viral

ନୀଳଗିରି: ବାଲେଶ୍ଵର ସଂସାଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସେ ଦିଲ୍ଲୀରେ ନିଜ ବାସଭବନରେ ଥିଲେ। ତିନି ଦିନ ପୂର୍ବରୁ ଥଣ୍ଡା ପାଇଁ ନିଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରୁଥିଲେ। ଏପରିକି ଛାତିରେ କଫ ଜମିଥିବା ଜଣାପଡିଥିଲା। ପରେ ତାଙ୍କୁ   ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଚି। ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ,ଜୁଏଲ ଓରାମ,ଅନ୍ୟ ମନ୍ତ୍ରୀ ଓ ସାଂସଦ ମାନେ ପ୍ରତାପ ଷଡ଼ଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଆଶୁ ଆରୋଗ୍ୟ କାମନା କରିବା ସହ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ତାଙ୍କର ଉତ୍ତମ ସ୍ଵାସ୍ଥ୍ୟ କାମନା କରି ଖୁବଶୀଘ୍ର ହସ୍ପିଟାଲରୁ ଫେରି ଆସିବା ନେଇ ମହାପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଛନ୍ତି। ତାଙ୍କର ଅସୁସ୍ଥ ଖବର ପାଇବା ପରେ ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ଶୁଭେଛୁ ମାନେ ଆସୁ ଆରୋଗ୍ୟ କାମନା କରିଛନ୍ତି।