ସ୍ୱାଧିନତା ପରେ ବଦଳିଛି ଅନେକ ନାଁ, ନୂଆ ପରିଚୟ ପାଇଛି ଭାରତର ଏହି ସବୁ ରାଜ୍ୟ

NEWS7
dhinguan-mahostav-end-in-patna

ନୂଆଦିଲ୍ଲୀ, ୨୫/୦୨: ବଦଳିବ କେରଳର ନାଁ । କେରଳ ଏବେ ହେବ କେରଳମ । କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ନାମ ପରିବର୍ତ୍ତନ ନେଇ ମୋହର ବାଜି ସାରିଛି । ସଂସଦରେ ବିଲ୍ ଆଣି ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦେବେ ସରକାର । ତେବ କେବଳ କେରଳ ନୁହେଁ ଅତୀତରେ ଅନେକ ରାଜ୍ୟର ନାଁ ପରିବର୍ତ୍ତନ ହୋଇଛି । ସ୍ୱାଧିନତା ବେଳେ ଗୋଟିଏ ନାଁ ଥିଲା ବେଳେ ପରବର୍ତ୍ତୀ ସମୟରେ ଏହା ବଦଳିଯାଇଛି ।

ଖାଲି କେରଳ ନୁହେଁ, ଆହୁରି ଅନେକ ରାଜ୍ୟ ନାଁ ପରିବର୍ତ୍ତନ ନେଇ କେନ୍ଦ୍ର ପାଖରେ ଦାବି ରଖି ଆସୁଛନ୍ତି । ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରାଯାଇ ବଙ୍ଗଲା ରଖିବାକୁ କୁହାଯାଉଛି । ୨୦୧୮ରେ ଏନେଇ ପ୍ରଥମେ ଦାବି ଉଠିଥିଲା .। ଏବେସୁଦ୍ଧା ଦାବିକୁ ସରକାର ଗ୍ରହଣ କରି ନାହାଁନ୍ତି ।

ଏହି ଖବରଟି ପଢନ୍ତୁ... ୪୦% ନେତା ଅପରାଧିକ ପୃଷ୍ଠଭୂମିର, NCERT ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ଚାପ୍ଟର ଦେଖି କ୍ଷୁବ୍ଧ ଆଡଭୋକେଟ୍

୧୯୫୦ରେ ପ୍ରଥମ ଥର ଉତ୍ତର ପ୍ରଦେଶର ନାଁ ପରିବର୍ତ୍ତନ ହୋଇଥିଲା । ପ୍ରଥମେ ଏହା ଥିଲା ୟୁନାଇଟେଡ୍ ପ୍ରୋଭିଏନ୍ସ । ଏହାକୁ ପରବର୍ତ୍ତୀ ମୁହୂର୍ତ୍ତରେ ଉତ୍ତର ପ୍ରଦେଶ କରାଯାଇଥିଲା । ସେହିପରି ୧୯୬୯ରେ ମାଦ୍ରାସ ଷ୍ଟେଟର ନାଁ ପରିବର୍ତ୍ତନ ହୋଇ ତାମିଲନାଡୁ ରଖାଯାଇଥିଲା । ଯାହା ଫଳରେ ତାମିଲ ଭାଷାଭାଷୀଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା ।

କର୍ଣ୍ଣାଟକର ପ୍ରକୃତ ନାଁ ଥିଲା ମୟୀସୁର୍ । ଏହାକୁ ୧୯୭୩ରେ ପରିବର୍ତ୍ତନ କରାଯାଇଥିଲା । କନ୍ନଡ ଭାଷାଭାଷୀ ଲୋକଙ୍କୁ ଏହା ନୂଆ ପରିଚୟ ପ୍ରଦାନ କରିଥିଲା । ୨୦୦୭ରେ ଉତ୍ତରାଞ୍ଚଳର ନାଁ ପରିବର୍ତ୍ତନ କରାଯାଇ ସରକାର ଉତ୍ତରାଖଣ୍ଡ ରଖିଥିଲେ । ଆମ ରାଜ୍ୟ ଓଡିଶା ନାଁ ବି ପରିବର୍ତ୍ତନ ହୋଇଛି । ୨୦୧୧ରେ ଇଂରାଜୀ ନାଁ ଓରିଶାରୁ ରାଜ୍ୟର ନାଁ ଓଡିଶା କରାଯାଇଥିଲା । ତେବେ ଏହା ନାଁ ପରିବର୍ତ୍ତନ ନୁହେଁ ବରଂ ସଂଶୋଧନ ଥିଲା ।

କେବଳ ରାଜ୍ୟ ନୁହେଁ ଅନେକ କେନ୍ଦ୍ର ଶାସିତ ଅଞ୍ଚଳର ନାଁକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ୧୯୭୩ରେ ଲାକାଦିଭ୍, ମିନିକଏ ଏବଂ ଆମିନଡିଭି ଦ୍ୱୀପକୁ ଏକତ୍ର କରାଯାଇ ଲାକ୍ଷାଦ୍ୱୀପ ରଖାଯାଇଥିଲା । ୨୦୦୬ରେ ପଣ୍ଡିଚେରୀ ପୁଡୁଚେରୀ ଭାବେ ନାମିତ ହୋଇଥିଲା ।