LIVE TV

‘ମୋନ୍ଥା’ ପ୍ରଭାବରେ କଳିଙ୍ଗା ଘାଟିରେ ଭୂସ୍ଖଳନ ଆଶଙ୍କା, ଆସନ୍ତା ୩୦ ଯାଏଁ ଘାଟି ରାସ୍ତା ସିଲ୍

NEWS7
dhinguan-mahostav-end-in-patna

ଜି. ଉଦୟଗିରି ୧୦: ଭୀଷଣ ବାତ୍ୟା ମୋନ୍ଥା’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କା କରି କଳିଙ୍ଗା ଘାଟି ରାସ୍ତା ସିଲ୍ । କଳିଙ୍ଗା ଘାଟି ରାସ୍ତାକୁ ବ୍ୟାରିକେଟ୍ ବାନ୍ଧି ସିଲ୍ କଲା ପ୍ରଶାସନ । ଭୂସ୍ଖଳନ ଆଶଙ୍କାରେ ଘାଟି ଅଞ୍ଚଳରେ ବସବାସ କରୁଥିବା ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

ବାତ୍ୟାର ପ୍ରଭାବ ଜି.ଉଦୟଗିରିରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ସକାଳୁ ସକାଳୁ ଜିଲ୍ଲାର ଜି.ଉଦୟଗିରି, ରାଇକିଆ, ଟିକାବାଲି, ଚକାପାଦ ଆଦି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । କଳିଙ୍ଗା ଘାଟିରେ ପ୍ରଶାସନ ପକ୍ଷରୁ କାମ ବନ୍ଦ କରାଯାଇଛି । ଘାଟିର ଭୁସ୍ଖଳନ ସ୍ଥାନକୁ ଜି.ଉଦୟଗିରି ପୋଲିସ ଯାଇ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ସହ ତାଙ୍କ ଟିମ୍ ଏହି ସ୍ଥାନ ସମୀକ୍ଷା କରିବା ସହ କଳିଙ୍ଗା ଠାରେ ନାକା ବନ୍ଦୀ କରାଯାଉଛି । କାହାକୁ ବି ଘାଟି ଭିତରକୁ ଛଡାଯାଉ ନାହିଁ ।

ଜି.ଉଦୟଗିରି ବିଡ଼ିଓ କହିଛନ୍ତି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ତଳିଆ ଅଞ୍ଚଳ, ପାହାଡିଆ ଅଞ୍ଚଳରେ ଥିବା ଲୋକଙ୍କ ପ୍ରତି ଧ୍ୟାନ ଦିଆଯାଉଛି । ଆବଶ୍ୟକ ପଡିଲେ ପ୍ରଶାସନକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ବିଡ଼ିଓ ଶରତ କୁମାର ମଲ୍ଲିକ । ଅନ୍ୟପକ୍ଷରେ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ କହିଛନ୍ତି, ୩୦ ତାରିଖ ପର୍ଯ୍ୟନ୍ତ କାହାକୁ ଘାଟିକୁ ଯିବାକୁ ବାରଣ କରାଯାଇଛି