ଦେବାଶିଷଙ୍କୁ ଧୋଇଦେଲେ ପ୍ରଭାତ, ପ୍ରେସମିଟ୍‌ରେ ଖୋଲିଦେଲେ ସବୁ କଳା ଚିଠା, ତାଙ୍କ ଚରିତ୍ର ସମସ୍ତେ ଜାଣନ୍ତି

NEWS7
dhenkanal-businessman-murder-case-accused-wife-arrested

ଭୁବନେଶ୍ୱର ୦୧।୦୩ : ତେଜିଛୁ ବିବାଦ । ବଢୁଛି ପ୍ରଭାତ-ଦେବାଶିଷ କଳି । ଚାଲିଲା କାଦୁଆ ପିଙ୍ଗା ରାଜନୀତି। ଗଣମାଧ୍ୟମ ସାମ୍ନାରେ ହେଲେ ତୁ ତୁ ମେ ମେ। କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ ବିଜେଡ଼ିରୁ ବହିଷ୍କାର ହେବା ପରେ ବିଷ ଓଗାଳିଥିଲେ ଦେବଶିଷ ସାମନ୍ତରାୟ। ଏବେ ପ୍ରେସମିଟ୍ କରି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଛନ୍ତି ପ୍ରଭାତ ରଞ୍ଜନ ବିଶ୍ୱାଳ।

ଏ ଖବର ବି ପଢନ୍ତୁ:-BIG BREAKING: ଦଳ ବିରୋଧୀ ଆଚରଣ ପଡ଼ିଲା ମହଙ୍ଗା, ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ

ପ୍ରଭାତ କହିଛନ୍ତି ଯେ,  ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଚରିତ୍ର ସମସ୍ତେ ଜାଣନ୍ତି। ‘ମଦୁଆ, ଗୁଣ୍ଡା, ଚରିତ୍ରହୀନ’ ବ୍ୟକ୍ତି ହେଲେ ଦେବାଶିଷ ସାମନ୍ତରାୟ । ସେ ସ୍ଵାଧୀନ ଭାବେ କର୍ପୋରେଟର ହୋଇ ନିର୍ବାଚନ ଲଢନ୍ତି । ବିଜେଡିକୁ ଠିକା ସଂସ୍ଥା ଭାବେ ବ୍ୟବହାର କରି କାର୍ଯ୍ୟ କରୁଛନ୍ତି । AT ଚିଟଫଣ୍ଡ୍ ଠକେଇରେ ଦେବାଶିଷଙ୍କ ସଂପୃକ୍ତି ରହିଥିଲା । କଟକ ସହରରେ ସଫେଇ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ପ୍ରମାଣ ଦେଖାଇ ତାଙ୍କର ପୋଲ୍ ଖୋଲିଲେ ପ୍ରଭାତ ବିଶ୍ବାଳ।

ଏ ଖବର ବି ପଢନ୍ତୁ:- ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା, ସଂତୃପ୍ତ ଓ ଦତ୍ତେଶ୍ୱରଙ୍କ ନାଁରେ ମୋହର ମାରିଲେ ସୁପ୍ରିମୋ ନବୀନ

ଦେବାଶିଷଙ୍କୁ ଟାର୍ଗେଟ୍ କରି ପ୍ରଭାତ ଆହୁରି କହିଛନ୍ତି, ବିଜେଡିରେ ନବୀନ ପଟ୍ଟନାୟକ କିଛି ନିଷ୍ପତ୍ତି ନିଅନ୍ତି ନାହିଁ। ମୋର ରାଜନୈତିକ କ୍ୟାରିଅର ନଷ୍ଟ କରିବାକୁ ଉଦ୍ୟମ କରିଥିଲେ । ଯେତେ ଚକ୍ରାନ୍ତ କଲେ ବି ମତେ ଜେଲ୍ ପଠେଇ ପାରିଲେ ନାହିଁ । ପ୍ରଭାତ ବିଶ୍ବାଳଙ୍କ ଘରେ ସିବିଆଇ ରେଡ୍ କଲା, କିଛି ପାଇଲା ନାହିଁ। ନୀତିକୁ ବନ୍ଧା ପକେଇ କେବେ କିଛି କାମ କରିନାହିଁ । ମଦୁଆଙ୍କ ଶେଷ ସୀମା ହେଲେ ଦେବାଶିଷ ସାମନ୍ତରାୟ । ବେପାର କରିବା ପାଇଁ ବିଜେଡି ସହ ଅଛନ୍ତି ଦେବାଶିଷ । ଲୋକଙ୍କ ସହ କେବେ ଦିନଟିଏ ବି ଆସି ନାହାଁନ୍ତି । ପ୍ରତାପ ଜେନା, ଚନ୍ଦ୍ର ସାରଥୀ ବେହେରା, ଦେବାଶିଷ ସାମନ୍ତରାୟ, ପ୍ରଭାତ ରଞ୍ଜନ ବିଶ୍ଵାଳ, ପ୍ରଦୀପ ପଟ୍ଟନାୟକ ଭଳି ବ୍ୟକ୍ତିଙ୍କ ବିରୋଧରେ ଚୌଦ୍ଵାର ଜେଲରୁ ଚିଠି ଆସିଥିଲା। ଦେବାଶିଷ ସାମନ୍ତରାୟଙ୍କ ପାଇଁ ମୁଁ ଆଜି ନାଲି ପୋଷାକ ପିନ୍ଧିଛି ।

ଏ ଖବର ବି ପଢନ୍ତୁ:-ଇସ୍ରାଏଲର ୩୦ ଶକ୍ତିଶାଳୀ ବୋମା, ମାଟି ତଳେ ଲୁଚିଥିବା ଖାମେନୀଙ୍କୁ ଉଡାଇଦେଲା...ଓଜନ ୨ ହଜାର କେଜିରୁ ବେଶି