ପଶ୍ଚିମ ଓଡ଼ିଶାରେ ଟୋକନ ଟେନସନ, ସ୍ଵାଭାବିକ ହୋଇ ପାରୁନି ଖରିଫ ଧାନ କିଣା

NEWS7
dharmendra-pradhan-reaction-over-india-today-survey-report

ବରଗଡ଼/ସମ୍ବଲପୁର: ପଶ୍ଚିମ ଓଡିଶାରେ ସ୍ବାଭାବିକ ହୋଇ ପାରୁନି ଖରିଫ ଧାନ କିଣା | ଚାଷୀଙ୍କୁ ଘାରିଛି କଟନୀ ଛଟନୀ ଭୟ ଓ ଟୋକନ ଯନ୍ତ୍ରଣା | ଟୋକନ ନଥିବାରୁ ପୂର୍ବରୁ ବରଗଡ ଗୋଡଭଗାରେ ରାସ୍ତାରେ ଧାନ ରଖିଥିବା ବେଳେ ସମ୍ବଲପୁରରେ ରାଜରାସ୍ତାରେ ଧାନ ଶୁଖାଉଛନ୍ତି ଚାଷୀ | ରାତି ସୁଦ୍ଧା ଟୋକନ ନଆସିଲେ ସମ୍ବଲପୁରରେ ଆସନ୍ତାକାରି ରାସ୍ତାରୋକ କରିବ ଚାଷୀ |

ପଶ୍ଚିମ ଓଡ଼ିଶାରେ ଟୋକନ ଟେନସନ। ଉତ୍ପାଦନଠାରୁ ବଳିଗଲାଣି ଧାନ ବିକ୍ରି ଯନ୍ତ୍ରଣା। ଚାଷୀ ଧାନ ବିକ୍ରି କରିନପାରିବାରୁ ଆନ୍ଦୋଳନ ମୁହାଁ ହେଲେଣି | ବରଗଡ ଓ ସମ୍ବଲପୁରରେ ଥରେ ଲେଖାଏଁ ରାସ୍ତା ରୋକ ସରିଥିବାବେଳେ ପୁଣି ଆସନ୍ତାକାଲି ସମ୍ବଲପୁରରେ ରାସ୍ତାରୋକ ପାଇଁ ସଜବାଜ ହେଲେଣି | ତଥ୍ୟ ଅନୁସାରେ ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୬୩ ହଜାର ଚାଷୀ ପଂଜିକରଣ କରିଥିବା ବେଳେ ଆସିଛି ମାତ୍ର ୭୩ ହଜାର ଟୋକନ୍|

ସେହିପରି ସମ୍ବଲପୁର ଜିଲ୍ଲାରେ ୬୦ ହଜାର ଚାଷୀ ପଂଜିକରଣ କରିଥିବା ବେଳେ ଆସିଛି ୪୧ ହଜାର ଟୋକନ | ହେଲେ ଚାଷୀଙ୍କର କେବଳ ଥରେ ଲେଖାଏଁ ଟୋକନ ଆସିଥିବାବେଳେ ବାକି ଧାନ ମଧ୍ୟ ବିକ୍ରି ହୋଇ ପାରିନି | ଅଲଗା ବର୍ଷରେ ଡିସେମ୍ବର ମଧ୍ୟ ସୁଦ୍ଧା ୭୦ ପ୍ରତିଶତ ଧାନ ବିକ୍ରି ସାରିଥାଏ ଚାଷୀ | ହେଲେ ଚଳିତ ବର୍ଷ ମାତ୍ର ୩୦ ପ୍ରତିଶତ ବିକ୍ରି ସରିଛି |

ସେପେଟେ ଚାଷୀ କଟନୀ ଛଟନି ଭୟ ଓ ଟୋକନ ନଆସିବାରୁ ରାଜ ରାସ୍ତାରେ ଧାନ ଶୁଖାଇଛି | ରାସ୍ତାରେ ଶୀତ କାକରରେ ଧାନ ପକାଇ ରଖିବା ସହ ଧାନ ଜଗୁଛି ଚାଷୀ | ଟୋକନ ନ ଆସିବାରୁ ଚାଷୀ ଧାନ କିଣାକୁ ନେଇ ଦ୍ବଦ୍ବରେ ରହିଛି | ଖରିଫ ଧାନ ବିକ୍ରି ହେଲେ ରବି ପାଇଁ ସଜବାଜ କରିବ ବୋଲି ଚାଷୀ କହିଛନ୍ତି।ଟୋକନ ଓ କଟନୀ ଛଟନୀ ଚାଷୀଙ୍କ ଟେନସନ ବଢାଇଥିବା ବେଳେ ଯୋଗାଣ ବିଭାଗର ମୌନ ବ୍ରତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |