୯୦୦ କୋଟିର ଜଳ ଜୀବନ ମିଶନ ଦୁର୍ନୀତି ମାମଲା : ଦେଶର ୧୫ ସ୍ଥାନରେ ରେଡ୍, ଅବସରପ୍ରାପ୍ତ IASଙ୍କୁ ଜେରା

NEWS7
dharmendra-pradhan-invites-to-siam-for-growing-automobile-unit

ନୂଆଦିଲ୍ଲୀ, ୧୮/୦୨ : ରାଜସ୍ଥାନର ବହୁଚର୍ଚ୍ଚିତ ଜଳ ଜୀବନ ମିଶନ ଦୁର୍ନୀତିରେ ବଡ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ମାମଲାରେ ୧୫ଟି ଜାଗାରେ ଚଢଉ କରିଛି ଏସିବି ବା ଆଣ୍ଟି କରପସନ୍ ବ୍ୟୁରୋ । ଡିଆଜି ରାମେଶ୍ୱ ସିଂଙ୍କ ନେତତ୍ୱରେ ଏହି ରେଡ୍ ହୋଇଛି । ଜୟପୁର ସମେତ ଦିଲ୍ଲୀ, ବାଡମେର, ସିକାର, ଜୋଲୋର ଏବଂ ଝାଡଖଣ୍ଡର ଅନେକ ସ୍ଥାନରେ ଚଢଉ କରାଯାଇଛି ।

ଏହି ଖବରଟି ପଢନ୍ତୁ... ଷ୍ଟଣ୍ଟ୍ ନିଶାରେ ପାଗଳ : ବସ୍ ଏବଂ ଅଟୋର ଡୋର୍ ଖୋଲିଦେଲେ ଯୁବକ, ବାଇକରେ ନାହିଁ ନମ୍ବର ପ୍ଲେଟ୍... ଦେଖନ୍ତୁ ଭିଡିଓ

ଅବସରପ୍ରାପ୍ତ ଆଇଏଏସ ସୁବୋଧ ଅଗ୍ରଓ୍ୱାଲଙ୍କ ଠିକଣାରେ ରେଡ୍

କାର୍ଯ୍ୟାନୁଷ୍ଠାନ ସମୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ପୂର୍ବତନ ଆଇଏଏସ ଅଧିକାରୀ ସୁବୋଧ ଅଗ୍ରଓ୍ୱାଲ । କୁହାଯାଉଛି ଯେ, ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ରହିଛି । ଅନେକ ବାବୁ ଏଥିରେ ସାମିଲ ଅଛନ୍ତି । ନହେଲେ କୋଟି କୋଟି ଟଙ୍କାର ଦୁର୍ନୀତି ସମ୍ଭବପର ନୁହେଁ ।

୯ ଜଣ ଗିରଫ

କେବଳ ଚଢଉ ନୁହେଁ ଏସିବି ଏହି ମାମଲାରେ ୯ ଜଣଙ୍କୁ ଗିରଫ କରିଛି । କିଛି ଠିକାଦାରଙ୍କୁ ଜେରା କରାଯାଉଛି । ସେମାନଙ୍କଠୁ ସତ ବାହାରକରିବାକୁ ଏସିବି ଅଧିକାରୀ ପ୍ରୟାସ କରୁଛନ୍ତି ।

ପୂର୍ବରୁ ଏସିବି ଜାଲ୍ କାଗଜପତ୍ର ମାଧ୍ୟମରେ କୋଟି କୋଟି ଟଙ୍କାର ଠକେଇ କରାଯାଇଥିବା ବାବଦରେ ସୁରାକ ପାଇଥିଲା । ଜନ ସ୍ୱାସ୍ଥ୍ୟ ବିଭାଗର କିଛି ଅଧିକାରୀଙ୍କ ନାଁ ପଦାକୁ ଆସିଥିଲା । ସେମାନେ ନିୟମକାନୁନକୁ ଦଳି ମକଚି ବେସରକାରୀ କମ୍ପାନୀକୁ ଫାଇଦା ଦେଲା ଭଳି କାମ କରିଥିଲେ ।

ଜଳ ଜୀବନ ମିଶନ ଦୁର୍ନୀତି କ'ଣ

ରାଜସ୍ଥାନରେ ଜଳ ଜୀବନ ମିଶନ ଦୁର୍ନୀତି ସବୁଠୁ ବଡ ଘୋଟାଲା ବୋଲି କୁହାଯାଏ । ଏଥିରେ ହର ଘର ଜଲ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ଜଳ ଯୋଗାଣ ନାଁରେ ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗ ସାମ୍ନାକୁ ଆସିଥିଲା । କିଛି ଠିକାଦାର ପିଏଚଡି ବା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ହାତ ମିଳାଇ ଟେଣ୍ଡର ହାସଲ କରିଥିଲେ । ଏଥିପାଇଁ ସେମାନେ କୋଟି କୋଟି ଟଙ୍କାର ଲାଞ୍ଚ ମଧ୍ୟ ଦେଇଥିଲେ । କିଛି ସ୍ଥାନରେ କାମ ନହୋଇ ଟଙ୍କା ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଥିଲା । ଏହାର ମୁଖ୍ୟ କାର୍ପଟଦାର ଆଇଏଏସ ସୁବୋଧ ବୋଲି ତଦନ୍ତରେ ଜଣାପଡିଥିଲା ।