୨୦୨୫ର ସବୁଠାରୁ ବଡ଼ ବକ୍ସ ଅଫିସ୍ ହିଟ୍ ଫିଲ୍ମ; ‘ଧୁରନ୍ଧର’, ‘ଛାଭା’, ‘ସୈୟାଁରା’କୁ ଦେଇଛି ମାତ୍, ୨୪୦୦୦% ଲାଭ

NEWS7
dharmendra-pradhan-discussed-with-south-asian-countries-odia

ମୁମ୍ବାଇ : ଭାରତୀୟ ସିନେମା ପାଇଁ ୨୦୨୫ ଖୁବ୍ ଖାସ୍। ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ କରିଛି ରେକର୍ଡ ସ୍ତରରେ ଇନକମ୍...। ଅନେକ ହିଟ୍ ଏବଂ ସୁପରହିଟ୍ ବି ହୋଇଛି। ହିନ୍ଦୀ ସିନେମାରେ ତିନୋଟି ଭିନ୍ନ ଭିନ୍ନ ଚଳଚ୍ଚିତ୍ର - ‘ସୈୟାରା’, ‘ଏକ ଦିୱାନେ କି ଦିୱାନିୟତ’, ଏବଂ ‘ତେରେ ଇସ୍କ ମେଁ’ ଭଳି ରୋମାନ୍ସ ଜୋନରର ଫିଲ୍ମକୁ ମିଳିଥିଲା ଖୁବ୍ ସଫଳତା। ସେହିଭଳି ‘ଧୁରନ୍ଧର’ ଏବଂ ‘ଛାଭା’ ଆକ୍ସନ୍ ଓ ମନୋରଞ୍ଜନ ଭରି ରହିଛି। ଅନ୍ୟପଟେ ସାଉଥ୍ ଫିଲ୍ମ ‘କାନ୍ତରା’କୁ ବି ଜବରଦସ୍ତ ସଫଳତା ମିଳିଥିଲା।। ଏହି ସମସ୍ତ ଫିଲ୍ମଗୁଡ଼ିକ ଖୁବ୍ ଜବରଦସ୍ତ କଲେକ୍ସନ କରିଥିଲା। କିନ୍ତୁ ଦୁଃଖର କଥା ଏହି ଫିଲ୍ମଗୁଡ଼ିକ ବର୍ଷର ସବୁଠାରୁ ବଡ଼ ହିଟ୍ ହୋଇପାରି ନଥିଲା।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସଫଳତା କେବଳ ଏକ ଛୋଟ ଗୁଜୁରାଟୀ ଫିଲ୍ମକୁ ମିଳିଥିଲା। ଯାହା କେବଳ 50 ଲକ୍ଷ ବଜେଟରେ ତିଆରି ହୋଇଥିଲା। ଏଥିରେ ନା କୌଣସି ଷ୍ଟାର ଥିଲେ , ନା କୌଣସି ଗୀତ ନା ନାଚ କି ଆକ୍ସନ୍। ତଥାପି, ଏହା ଅନେକ ବ୍ଲକବଷ୍ଟର ଫିଲ୍ମ ଅପେକ୍ଷା ଏହା ଏକ ବଡ଼ ହିଟ୍ ସାବ୍ୟସ୍ତ ହୋଇଥିଲା। ଇଏ ଏକ ଗୁଜୁରାଟୀ ଭକ୍ତିପୂର୍ଣ୍ଣ ଫିଲ୍ମ ‘ଲାଲୋ କୃଷ୍ଣ ସଦା ସହାୟତେ’। ଭାରତୀୟ ସିନେମାରେ ବର୍ଷର ସବୁଠାରୁ ବଡ଼ ହିଟ୍ ଭାବରେ ଉଭା ହୋଇଛି। କେବଳ ୫୦ଲକ୍ଷ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି କୌଣସି ବଡ଼ କଳାକାରଙ୍କ ବିନା, ସର୍ବାଧିକ ଆୟକାରୀ ଗୁଜୁରାଟୀ ଫିଲ୍ମ ଭାବରେ ପରିଗଣିତ ହୋଇଛି। ୧୦୦ କୋଟି ଅତିକ୍ରମ କରିଥିବା ପ୍ରଥମ ଗୁଜୁରାଟୀ ଚଳଚ୍ଚିତ୍ର ହେବା ପରେ, ଏହା ବକ୍ସ ଅଫିସ୍ ରେ ୧୨୦ କୋଟି ରୋଜଗାର କରି ଭାରତୀୟ ସିନେମା ଇତିହାସରେ ସବୁଠାରୁ ଲାଭଦାୟକ ଚଳଚ୍ଚିତ୍ର ହୋଇଛି। ଯାହାର ମୋଟ୍ ଲାଭ ପ୍ରାୟ ୨୪୦୦୦% ବୋଲି ରିପୋର୍ଟ ହୋଇଛି। ଏହି ଚଳଚ୍ଚିତ୍ରଟି ଅନେକ ରେକର୍ଡ ଭାଙ୍ଗିଛି।

ଲାଲୋ ଆଶ୍ଚର୍ଯ୍ୟଜନକଭାବେ ୨୪୦୦୦% ଲାଭ କରି ବକ୍ସ ଅଫିସ୍ ସଫଳତା ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି। "କାନ୍ତାରା ଚାପ୍ଟର ୱାନ୍" 125 କୋଟି ବଜେଟରେ ତିଆରି ହୋଇ 850 କୋଟି ରୋଜଗାର କରିଥିଲା। ଯାହା 'କେବଳ' 680% ଲାଭ ଥିଲା। ଧୁରନ୍ଧର 760% ଲାଭ କରିଥିଲା। "ସୈୟାରା" ବର୍ଷର ଏକମାତ୍ର ପ୍ରମୁଖ ଚଳଚ୍ଚିତ୍ର ଥିଲା ଯାହା ଏହାର ବଜେଟର 10 ଗୁଣରୁ ଅଧିକ ଆୟ କରିଥିଲା। ₹40 କୋଟି ବଜେଟ୍ ରେ ଏହି ଫିଲ୍ମ 1350% ଲାଭ ଫେରାଇଥିଲା।