ହାଇଓ୍ୱା ଧକ୍କାରେ ବାଇକ୍ ଆରୋହୀ ମୃତ, ଅନ୍ୟ ଜଣେ ଗୁରୁତର

NEWS7
dharmendra-pradhan-discuss-with-people-about-ujjala-yojna

କଟକ ୨୧।୧୨ : କଟକ-ପାରାଦୀପ ରାସ୍ତା କୁଜଙ୍ଗ ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ହାଇଓ୍ବା ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର । ଗୁରୁତରଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ, ଶନିବାର ରାତିରେ ବାଗୋଇ ଗାଁର ସଂଗ୍ରାମ ସ୍ୱାଇଁ, ମାନସ ପ୍ରଧାନ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ କୁଜଙ୍ଗ ବଜାର ନିକଟରେ ଏକ ବାଲି ବୋଝେଇ ହାଇଓ୍ବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣାସ୍ଥଳରେ ସଂଗ୍ରାମ ସ୍ୱାଇଁଙ୍କ ମୃତ୍ୟୁ ବରଣ କରିଥିବା ବେଳେ ମାନସ ପ୍ରଧାନ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ବି ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।