ସତ୍ୟବ୍ରତ ହତ୍ୟା ମାମଲା, ଆତ୍ମ ସମର୍ପଣ କଲା ଅଭିଯୁକ୍ତ ଦୀନେଶ

NEWS7
dhanteras-auspicious-time-and-muhurat-for-buy-some-items

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ଭୁବନେଶ୍ଵର ନୀଳାଦ୍ରି ବିହାର ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ହତ୍ୟା ମାମଲାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ ଦୀନେଶ ନାୟକ। ଜଗତସିଂହପୁର ଟାଉନ ଥାନାରେ ଆତ୍ମସମର୍ପଣ କରିବା ପରେ ତାର ଜେରା ଚାଲିଛି। ପ୍ରେମିକା ଲିଜାକୁ ଅଟକ ରଖି ମଧ୍ୟ ପୋଲିସ ଜେରା କରୁଛି।ଦିନେଶକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ଏହା ପୂର୍ବରୁ ଆଜି ହତ୍ୟାପରର ସିସିଟିଭିର ଚିତ୍ର ସାମ୍ନାକୁ ଆସିଥିଲା। ସେଥିରେ ଆକ୍ରମଣ ପରେ ସତ୍ୟବ୍ରତ କିପରି ଜୀବନ ବିକଳରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା।

ଆଜି ଦୁଇଟି ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଆକ୍ରମଣ ସମୟରେ ସତ୍ୟବ୍ରତ କିପରି ଜୀବନ ବିକଳରେ ଦୌଡୁଛନ୍ତି । ତାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । ଆଉ ଏକ ଭିଡ଼ିଓରେ ଜଣେ ପୁଅ ଓ ଝିଅ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ପୁଅ ଜଣଙ୍କ ଦିନେଶ ଏବଂ ଝିଅଟି ଲିଜା ବୋଲି ଅନୁମାନ କରାଯାଉଛି। ହେଲେ ବର୍ତ୍ତମାନ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିଛି।

ଅନ୍ୟପଟେ ସତ୍ୟବ୍ରତ ହତ୍ୟାକାଣ୍ଡ ଘଟଣାରେ ପୋଲିସ ପ୍ରେମିକା ଲିଜାକୁ ଅଟକ ରଖି ଜେରା କରୁଛି । ଘର ମାଲିକ ଓ ଭଡ଼ାଟିଆଙ୍କୁ ଡାକି ଜେରା କରୁଛି । ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଛନ୍ତି ପ୍ରେମିକା ଲିଜାଙ୍କ ପଡୋଶୀ । ସମସ୍ତଙ୍କ ବୟାନ ରେକର୍ଡ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ତ୍ରିକୋଣୀୟ ପ୍ରେମ ପାଇଁ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କୁ ହତ୍ୟା ମାମଲାରେ ଚାଲିଛି ତନାଘନା। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦେବବ୍ରତଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ଘଟଣାରେ ପ୍ରେମିକା ଲିଜା କାଣ୍ଡିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଲିଜା ଏବଂ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ ଦିନେଶଙ୍କୁ ମୁହାଁମୁହିଁ ଜେରା କରାଯିବ। ପଚରାଉଚରା ବେଳେ ବାରମ୍ବାର ବୟାନ ବଦଳାଉଛି ଲିଜା।

ସତ ଜାଣିବାକୁ ୧୮୦ BNSS ଧାରାରେ ବୟାନ ରେକର୍ଡ ସହ CDR ଯାଞ୍ଚ୍ କରୁଛି ପୋଲିସ। ସିନିୟର୍ ଲେଡି ଇନ୍ସପେକ୍ଟର କରିବେ ବୟାନ ରେକର୍ଡ। ଲିଜା ରହୁଥିବା ଘର ସିଲ୍ ହୋଇଥିବା ବେଳେ ଅଧିକ ତଥ୍ୟ ପାଇଁ ଲିଜାଙ୍କ ପାର୍ଲରର ତଲାସୀ ଚଢ଼ାଉ କରିଛି ପୋଲିସ। ୮ତାରିଖ ବିଳମ୍ବିତ ରାତିରେ ଗାଡି ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା।