Border 2 Box Office: ଦୁଇ ଦିନରେ ବର୍ଡର ୨ ପାଲଟିଲା ସନି ଦେଓଲଙ୍କ ତୃତୀୟ ସବୁଠୁ ଫିଲ୍ମ, ଧୂରନ୍ଧରକୁ ପକାଇଲା ପଛରେ

NEWS7
devi-prasad-padhys-book-soul-brother-release

ନୂଆଦିଲ୍ଲୀ: ବର୍ଡର ୨ ବର୍ଷର ଆରମ୍ଭ କରିଥିବା ସନି ଦେଓଲଙ୍କୁ ଚମତ୍କାର ଷ୍ଟାର୍ଟ ମିଳିଛି । ବର୍ଡର ୨ ଫିଲ୍ମର କଲେକ୍ସନରେ ରେକର୍ଡ ପରେ ରେକର୍ଡ କରିବାରେ ଲାଗିଛି । ଫିଲ୍ମ ଦୁଇ ଦିନରେ ହିଁ ଭାରତରେ ଭଲ ଆୟ କରିଛି ଓ ବିଦେଶରେ ବି ଏହାର ଆୟ ଭଲ ରହିଛି । ଯଦିଓ ଫିଲ୍ମ ଗଦର ୨ର ରେକର୍ଡ ଭାଙ୍ଗି ପାରିନାହିଁ କିନ୍ତୁ ଏହା ଧୂରନ୍ଧରକୁ ଟକ୍କର ଦେଇସାରିଛି । ଫିଲ୍ମର ଆୟର ସଦ୍ୟତମ ଡାଟା ଦର୍ଶାଉଛି ଯେ ଏହା ଆଗାମୀ ଦିନରେ ଆହୁରି ଭୟ କଲେକ୍ସନ କରିବ ।

ଏହି ଫିଲ୍ମ ୨ ଦିନରେ ସାରା ଦୁନିଆରେ ଏତେ ଟଙ୍କା ଆୟ କରିସାରିଛି, ଯାହା ସନି ଦେଓଲଙ୍କ ଅନେକ ଫିଲ୍ମ ଲାଇଫଟାଇମ୍ ଆୟ କରିପାରି ନାହାନ୍ତି । ସନି ଦେଓଲଙ୍କ ବର୍ଡର ୨ ରିଲିଜ ହେବାର ଦୁଇ ଦିନ ଭିତରେ ହିଁ ନିଜର ଅନେକ ଫିଲ୍ମର ଆୟକୁ ପଛରେ ପକାଇ ସାରିଛି । ରିପୋର୍ଟ ଅନୁସାରେ ଏହି ଫିଲ୍ମ ଓପନିଂ ଡେ’ରେ ୩୦ କୋଟି ଟଙ୍କା ଆୟ କରିଥିଲା । ଅନ୍ୟପଟେ ଫିଲ୍ମର ଦ୍ୱିତୀୟ ଦିନର ଆୟ ୩୬.୫ କୋଟି ଟଙ୍କା ଥିଲା । କହିବାକୁ ଗଲେ ଫିଲ୍ମ ଦ୍ୱିତୀୟ ଦିନରେ ଅଧିକ ୬ କୋଟି ଟଙ୍କା ଆୟ କରିଛି, ଯାହା ଏକ ପଜିଟିଭ ସାଇନ୍ । ଦୁଇ ଦିନରେ ଫିଲ୍ମ ୬୬.୫୦ କୋଟି ଟଙ୍କା ଆୟ କରିସାରିଛି । ରବିବାର ସୁଦ୍ଧା ଫିଲ୍ମ ଭାରତରେ ଅତି ସହଜରେ ୧୦୦ କୋଟି ଟଙ୍କା ଆୟ କରି ନେବ । ଏହାପରେ ଗଣତନ୍ତ୍ର ଦିବସ ଦିନ ଏହି ଫିଲ୍ମର ଜ୍ୟାକପଟ୍ ଲାଗିବା ନିଶ୍ଚିତ ।

ବର୍ଡର ୨ ଫିଲ୍ମର ଧୂମ୍ ବିଦେଶରେ ବି ଦେଖିବାକୁ ମିଳୁଛି । ଫିଲ୍ମ ରିଲିଜର ୨ ଦିନ ଭିତରେ ହିଁ ଗ୍ରସ୍ କଲେକ୍ସନ ମାମଲାରେ ୭୯.୭୫ କୋଟି ଟଙ୍କା ପାର୍ କରିସାରିଛି । ଫିଲ୍ମର ଓଭରସିଜ୍ କଲେକ୍ସନ ୧୬ କୋଟି ଟଙ୍କା ରହିଛି । ଫିଲ୍ମର ୱାର୍ଲଡ ୱାଇଡ୍ କଲେକ୍ସନ କଥା ଯଦି କହିବା ତେବେ, ସ୍ୟାକନିକ୍ଲର ରିପୋର୍ଟ ଅନୁସାରେ ୯୫.୭୫ କୋଟି ଟଙ୍କା ଆୟ କରିସାରିଛି । ସେପଟେ ବର୍ଡର ୨ ଆଡଭାନ୍ସ ବୁକିଂ ମାମଲାରେ ଧୂରନ୍ଧରକୁ ପଛରେ ପକାଇବା ପରେଓପନିଂ ଡେ’ କଲେକ୍ସନରେ ମଧ୍ୟ ପଛରେ ପକାଇଛି । ଦୁଇ ଦିନରେ ଧୂରନ୍ଧରର ୱାର୍ଲଡ ୱାଇଡ୍ କଲେକ୍ସନ ୯୦ କୋଟି ଟଙ୍କା ଥିଲା, ଯାହାକୁ ବର୍ଡର ୨ ଅତିକ୍ରମ କରିସାରିଛି ।