‘କ୍ଷମତାକୁ ଆସିବାକୁ ନଥିବା ଦଳ ହିଁ ଅଧିକ ପ୍ରତିଶ୍ରୁତି ଦିଅନ୍ତି’, କଂଗ୍ରେସ ଘୋଷଣା ପତ୍ରକୁ ନେଇ କଟାକ୍ଷ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | April 24, 2024 IST

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ବୁଧବାର କଂଗ୍ରେସର ଘୋଷଣା ପତ୍ରକୁ ନେଇ କଟାକ୍ଷ କରିଛନ୍ତି । ଏହାସହ ରାହୁଲ ଗାନ୍ଧୀଙ୍କ ଅର୍ଥ ପୁନର୍ବିତରଣ ପ୍ରତିଶ୍ରୁତିର ସମାଲୋଚନା କରି କହିଛନ୍ତି ଯେ ବ୍ୟବହାରିକ ଜ୍ଞାନ ନଥିବା ବ୍ୟକ୍ତି ହିଁ ଏପରି କହିପାରିବ । ୯୦ ବର୍ଷୀୟ ଜେଡିଏସ୍ ସୁପ୍ରିମୋ କହିଛନ୍ତି ଯେ କଂଗ୍ରେସ ଏପରି ଏକ ଦଳ ଯିଏ କେବେ ବି କ୍ଷମତାକୁ ଆସିବନି ବୋଲି ଆଶ୍ୱସ୍ତ, ତେଣୁ ଏତେ ସବୁ ପ୍ରତିଶ୍ରୁତି କରିପାରିବ ।

ଏକ ସାମ୍ୱାଦିକ ସମ୍ମିଳନୀରେ ଦେବେଗୌଡା କହିଛନ୍ତି, 'କଂଗ୍ରେସ ନିଜ ଘୋଷଣା ପତ୍ରରେ ଅନେକ ପ୍ରତିଶ୍ରୁତି ଦେଇଛି । ଏକ ମାତ୍ର ପାର୍ଟି ଯିଏ ପୂରା ଆଶ୍ୱସ୍ତ ଅଛି ଯେ ସେ କେବେ କ୍ଷମତାକୁ ଆସିବ ନାହିଁ, ସେ ହିଁ ଏତେ ସଂଖ୍ୟାରେ ପ୍ରତିଶ୍ରୁତି ଦେବ । କଂଗ୍ରେସ ଏହି ଦେଶକୁ ଓଲଟା କରିବାକୁ ଚାହୁଁଛି ଏବଂ ଦଳ ଦ୍ୱାରା ଦିଆଯାଉଥିବା ପ୍ରତିଶ୍ରୁତିରୁ ଏହା ସଂକେତ ମିଳୁଛି ଯେ ସେ ଯେକୌଣସି ସ୍ଥିତିରେ କ୍ଷମତାକୁ ଆସିବାକୁ ଚାହୁଁଛି ।

ରାହୁଲ ଗାନ୍ଧୀଙ୍କ ପ୍ରତିଶ୍ରୁତି ଉପରେ ଗୌଡା କହିଛନ୍ତି ଯେ କଂଗ୍ରେସ ନେତା ଧନ ସର୍ଭେକ୍ଷଣ କରିବାକୁ ଚାହୁଁଛନ୍ତି ଏବଂ ଅର୍ଥ ବିତରଣ କରିବାକୁ ଚାହୁଁଛନ୍ତି । ସେ ଜଣେ ଜନ ନେତା ବୋଲି ନିଜକୁ ଭାବୁଛନ୍ତି କି ? ସେ ଏକ କ୍ରାନ୍ତିର ସ୍ୱପ୍ନ ଦେଖୁଛନ୍ତି । ଆର୍ଥିକ ଉଦାରିକରଣରେ ପି ଭି ନରସିଂହ ରାଓ ଏବଂ ମନମୋହନ ସିଂଙ୍କ ଯୋଗାଦାନଙ୍କୁ ମନେ ପକାଇ ସେ କହିଛନ୍ତି ଯେ ଅର୍ଥ ପୁନର୍ବିତରଣ କଥା କହି ରାହୁଲ ଗାନ୍ଧୀ କଂଗ୍ରେସର ଦୁଇ ପ୍ରଧାନମନ୍ତ୍ରୀଙ୍କ ଅପମାନ କରିଛନ୍ତି । ଯେଉଁମାନେ ବଜାରରେ ସୁଧାର ଆଣିଛନ୍ତି ଏବଂ ଦେଶର ସମ୍ପତ୍ତି ବଢାଇଛନ୍ତି ।

ସେ ପ୍ରଶ୍ନ କରିଛନ୍ତି ଯେ କେବଳ ୪୦ ଲକ୍ଷ ସ୍ୱୀକୃତିପ୍ରାପ୍ତ ଚାକିରି ଅଛି । ସେମାନେ ରାତାରାତି ୩୦ ଲକ୍ଷରୁ ଅଧିକ ଚାକିରି କିପରି ସୃଷ୍ଟି କରିପାରିବେ ? କେଉଁଠି ସେମାନଙ୍କୁ ନିଯୁକ୍ତି ଦେବେ ? ପି ଚିଦାମ୍ୱରମ ଘୋଷଣା ପତ୍ର କମିଟିର ଅଧ୍ୟକ୍ଷ ଥିଲେ, କ'ଣ ସେ ରାହୁଲ ଗାନ୍ଧୀଙ୍କ ଅପରିପକ୍ୱ ଆର୍ଥିକ ବିଚାର ସହ ସହମତ ଅଛନ୍ତି ? 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.