ଓଟିଟିରେ ରିଲିଜ୍‌ ହେଲା ନୀଳଡ୍ରମ ମର୍ଡର ମିଷ୍ଟ୍ରି , ସାମ୍ନାକୁ ଆସିବ ରାଜା ହତ୍ୟାକାଣ୍ଡର ସତ

NEWS7
dellip-ghosh-reaction-on-babul-supriyo-face-book-post

ମୁମ୍ଵାଇ ୧୦।୦୧; ସ୍ବାମୀଙ୍କୁ ଅତି ନିର୍ମମଭାବେ ପ୍ରେମିକ ସହ ହତ୍ୟା କରିବା ପରେ ନୀଳ ଡ୍ରମରେ ଲୁଚାଇ ରଖିବା ଘଟଣା ୨୦୨୫ ମସିହାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଲା । ବିଗତ ବର୍ଷର ବହୁ ଚର୍ଚ୍ଚିତ ଘଟଣା ମଧ୍ୟରେ ଏହା ଅନ୍ୟତମ । ୟୁପିର ମୁସ୍କାନ ଏବଂ ସାହିଲ ସୌରଭଙ୍କୁ ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବା ପାଇଁ ନୀଳ ଡ୍ରମ ଭିତରେ ଶବକୁ ଲୁଚାଇ ରଖିଥିଲେ । ଦୁର୍ଗନ୍ଧ ହେବା ପରେ ପୁଲିସ ଘଟଣାକୁ ତଦନ୍ତ କରି କରିଥିଲା । ଅଭିଯୁକ୍ତ ଦ୍ବୟ ଏବେ ଜେଲରେ ସଜ୍ଜା କାଟୁଛନ୍ତି ।

ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ରିଲ୍ସ ସବୁ ଦେଖିବାକୁ ମିଳିଥିଲା । ଏବେ ଏହି ସତ୍ୟ ଘଟଣା ଉପରେ ଆଧାରିତ ଏକ ଓ୍ବେବ ସିରିଜ୍ ରିଲିଜ୍ ହେବାକୁ ଯାଉଛି । ଯାହାକୁ ଦର୍ଶକେ ବେଶ ପସନ୍ଦ କରିବେ ବୋଲି ଆଶା ରଖାଯାଇଛି । ଜି-୫ ନେଟଓ୍ବର୍କ ଓଟିଟି ପ୍ଲେ ପ୍ରିମିୟମରେ ପ୍ରସାରିତ ହେବାକୁ ଯାଉଛି ଏହି ଓ୍ବେବ ସିରିଜ୍ । ଆଜିଠାରୁ ଏହି ସିରିଜ୍ ପ୍ରସାରିତ ହେବାକୁ ଯାଉଛି । କେବଳ ଏହି ଘଟଣା ନୁହେଁ ୨୦୨୫ ମସିହାରେ ଘଟିଥିବା ଆଉ ଏକ ଚର୍ଚ୍ଚିତ ଘଟଣା ରାଜା-ସୋନମ ଘଟଣା ମଧ୍ୟ ପ୍ରସାରିତ ହେବାକୁ ଯାଉଛି ।

ହନିମୁନରେ ଯାଇ ପ୍ରେମିକ ସହ ହତ୍ୟା କରିଥିବା ଘଟଣା ସମ୍ପର୍କରେ ପ୍ରାୟତଃ ସମସ୍ତଙ୍କୁ ବେଶ ଭଲଭାବେ ଜଣା । ଏହି ଦୁଇଟି ଘଟଣା ଏବେ ଓ୍ବେବ ସିରିଜରେ ପ୍ରସାରିତ ହେବାକୁ ଯାଉଛି । ଏହା ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବାବେଳେ ପୋଲିସର ତଦନ୍ତ ଏବଂ ବାସ୍ତବିକ ଘଟଣା ପ୍ରଦର୍ଶିତ ହେବ । ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଉଛି କି, ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ।