'ମ୍ୟାରେଜ କେବେ'... ପ୍ରଶ୍ନ ଶୁଣି ବିରକ୍ତ ହୋଇଗଲେଣି ଅଭିନେତ୍ରୀ ଅଦା ଖାନ, କହିଲେ-ଚାପ ବିବାହ ହୁଏ ନାହିଁ

NEWS7
delhi-labour-ministry-building-seal-after-personnel-found-coronavirus-positive

ମୁମ୍ଵାଇ ୨୧।୦୨: ଜଣାଶୁଣା ଟିଭି ଅଭିନେତ୍ରୀ ଅଦା ଖାନ୍ । ବହୁ ଚର୍ଚ୍ଚିତ ନାଗିନ୍ ଫେମ୍ ଅଦା ଖାନ୍ ଘରେ ଘରେ ପରିଚିତ । ୩୬ ବର୍ଷୀୟ ଏହି ଅଭିନେତ୍ରୀ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । ନିକଟରେ ଏକ ପ୍ରତିକ୍ରିୟାରେ କହିଥିଲେ କି, ସମସ୍ତେ କେବଳ ସେହି ଗୋଟିଏ ପ୍ରଶ୍ନ ପଚାରୁଛନ୍ତି। ଯାହା ଶୁଣି ଶୁଣି ଲାଗିଲାଣି ବିରକ୍ତ । ଏହା ସହ ସେ କହିଛନ୍ତି କି, ଯେତେବେଳେ ଇଚ୍ଛା ହେବ ସେତେବେଳେ ସେ ସମ୍ପର୍କ ଯୋଡ଼ିବେ।

ଅଦା ପୂର୍ବରୁ ଅଭିନେତା ଅଙ୍କିତଙ୍କ ସହ ଡେଟ୍ କରୁଥିଲେ । ଯେଉଁ ଖବର ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ପାଲଟିଥିଲା । ଅନେକ ଦିନ ସମ୍ପର୍କରେ ରହିବା ପରେ ଅଦା ଦାବି କରିଥିଲେ କି, ଅଙ୍କିତ ତାଙ୍କୁ ଚିଟ୍ କରିଛନ୍ତି । ଯେଉଁ କାରଣରୁ ପରବର୍ତ୍ତୀ ସମୟରେ ବ୍ରେକଅପ୍ ମଧ୍ୟ ହୋଇଥିଲା । ଆଉ ସେବେଠାରୁ ସେ ସିଙ୍ଗଲ ଅଛନ୍ତି । ଏକ ଗଣମାଧ୍ୟମ ସହ ଇଣ୍ଟରଭିୟୁ ସମୟରେ ଅଦା କହିଥିଲେ କି, କାହିଁକି କେଜାଣି ଲୋକମାନେ ବାହାଘର ବାହାଘର କହି ମୋ ଉପରେ ଖାଲି ଚାପ ପକାଉଛନ୍ତି । ମୁଁ କାହାକୁ ଚାପ ଦେବାକୁ ପସନ୍ଦ କରେ ନାହିଁ। ସବୁଠାରୁ ବଡ କଥା ବିବାହ କରିବା ଏକ ବଡ ଦାୟିତ୍ବ ।

ହେଲେ ଆମ ଉପରେ ଅନେକ ଗୁଡ଼ିଏ ଦାୟିତ୍ବ ମଧ୍ୟ ରହିଛି । ଯାହାକୁ ପୁରା କରିବାକୁ ପଡୁଛି । କିନ୍ତୁ ସମସ୍ତେ ମୋତେ କେବେ ବିବାହ କରିବ କହି କହି ଚାପ ପକାନ୍ତି । ଯେତେବେଳେ ମନ ହେବ ସେତେବେଳେ ବିବାହ କରିବା ଠିକ୍ । ଏହାସହ ସେ କହିଛନ୍ତି କି, ବିବାହ କରିବା ଭଗବାନଙ୍କ ଇଛା । ଯେତେବେଳେ ଭଗବାନ ଚାହିଁବେ ମୁଁ ବିବାହ କରିବି । ଅଦା କହିଛନ୍ତି କି, ମୁଁ ଯେପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ ସେବେ ଯାଏ ବିବାହ କରିବି ନାହିଁ ।

ସିଙ୍ଗଲ ରହିବା ବିଷୟରେ ପଚରାଯିବାରୁ ଅଦା ଥରେ କହିଥିଲେ ଯେ ଯେତେବେଳେ ସେ ବିବାହ କରିବେ, ସେ ଶିଳ୍ପ ବାହାରର କାହାକୁ ବିବାହ କରିବେ। କିନ୍ତୁ ସମାଜ ଚାହୁଁଥିବାରୁ ମୁଁ ବିବାହ କରିବି ନାହିଁ। କାରଣ ନିଜେ ଯେପର୍ଯ୍ୟନ୍ତ ପ୍ରସ୍ତୁତ ନୁହଁ ସେଯାଏଁ ବିବାହ କର ନାହିଁ। ଖାସ କରି କି ଚାପରେ କେବେବି କିଛି କର ନାହିଁ। ତୁମର ଜୀବନକୁ ନିଜ ଢଙ୍ଗରେ ବଞ୍ଚ। ଯଦି ତୁମେ କାହାକୁ ପ୍ରେମ କରୁଛ, ତେବେ ନିଜକୁ ପ୍ରସ୍ତୁତ ହେଲା ପରେ ହିଁ ବିବାହ କର।"

ଅଧିକ ପଢନ୍ତୁ-ବିବାହର ୧୨ ବର୍ଷ ପରେ ମାଆ ହେବେ ସରଗୁନ୍ ! କୁନି ଅତିଥିକୁ କରିବେ ୱେଲକମ୍‌