ବଡଦିନରେ ଜଳିଗଲେ ୯ ଯାତ୍ରୀ : ଡିଭାଇଡର ଡେଇଁ ବସକୁ ପିଟିଲା କଣ୍ଟେନର, ଲାଗିଗଲା ନିଆଁ

NEWS7
delhi-crpf-hq-sealed-after-one-staff-tested-corona-positive

ବେଙ୍ଗାଲୁରୁ, ୨୪/୧୨: ବଡଦିନ ପାଲଟିଲା ଅଶୁଭ । ଜଳିଗଲା ଯାତ୍ରୀବାହୀ ବସ୍ । ଜଳିଗଲେ ୯ ଯାତ୍ରୀ । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଏଠାରେ ଏକ ଲରି ସହ ବସ୍ ଧକ୍କା ହୋଇ ଜଳିଯାଇଛି ।

ରିପୋର୍ଟ ଅନୁସାରେ, ଗୁରୁବାର ରାତିରେ ଏକ ବସ ବେଙ୍ଗାଲୁରୁଠାରୁ ଗୋକର୍ଣ୍ଣ ଅଭିମୁଖେ ଯାତ୍ରା କରୁଥିଲା । ଯିବା ବେଳେ ଚିତ୍ରଦୂର୍ଗ ରାସ୍ତାରେ ଏକ କଣ୍ଟେନର ଲରିକୁ ଏହା ଧକ୍କା ଦେଇଥିଲା । ଧକ୍କା ପରେ ତୁରନ୍ତ ବସରେ ନିଆଁ ଲାଗିଯାଇଥିଲା ।

ଚିତ୍ରଦୂର୍ଗ ପୋଲିସ କହିଛି ଯେ, କଣ୍ଟେନର ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା । ଫଳରେ ଏହା ଡିଭାଇଡର ଅତିକ୍ରମ କରି ସିଧା ବସକୁ ଧକ୍କା ଦେଇଥିଲା । ଲରିର ଡ୍ରାଇଭର ଏଥିରେ ପ୍ରାଣ ହରାଇଛନ୍ତି । ବସରେ ୩୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୨୧ ଜଣ ଗୁରୁତର ଅଛନ୍ତି । ଅନ୍ୟ ୯ ଜଣ ପ୍ରାଣ ହରାଇଛନ୍ତି ।

ଧକ୍କା ହେଲା ପରେ ବସରେ ତୁରନ୍ତ ନିଆଁ ଲାଗିଯାଇଥିଲା । ଫଳରେ ୯ ଯାତ୍ରୀ ଜଳି ଯାଇଥିଲେ । ସେମାନଙ୍କୁ ହିରିୟୁର ଏବଂ ଚିତ୍ରଦୂର୍ଗ ହସ୍ପିଟାଲ ନିଆଁଯାଇଥିଲା । ଆଙତମାନେ ମଧ୍ୟ ଏଠାରେ ଚିକିତ୍ସିତ ହେଉଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବସଟି ବେଙ୍ଗାଲୁରୁରୁ ରାତି ୧୧ଟା ୩୦ରେ ବାହାରିଥିଲା । ରାତି ୨ଟାରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସେ ସିଟରୁ ପଡିଯାଇଥିଲେ । ଝରକା ଭାଙ୍ଗି ବାହାରକୁ ଚାଲି ଆସିଥିଲେ । ଅନେକ ଯାତ୍ରୀ ପାଟି କରୁଥିଲେ । ସେମାନଙ୍କୁ ଉଦ୍ଧାର କରିବା ବେଳକୁ ଅନେକ ଯାତ୍ରୀ ପ୍ରାଣ ହରାଇ ସାରିଥିଲେ ।