ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ ଆରୋହୀଙ୍କୁ ଚାପିଦେଲେ ଟ୍ରକ୍

NEWS7
delete-these-23-apps-which-may-expose-you-to-scam

ବଡ଼ବିଲ: ରାଜପଥରେ ଚାପିଦେଲା ଟ୍ରକ୍। ଅକାଳରେ ଚାଲିଗଲା ୩ ଜଣଙ୍କ ଜୀବନ। ଶୁକ୍ରବାର ଯୋଡ଼ା ଥାନା NH ୫୨୦ ଲହଣ୍ଡା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପୋଲିସ ମୃତଦେହ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଛି। ୩ ଜଣ ବ୍ୟକ୍ତି ଏକ ବାଇକରେ ଯୋଡ଼ା ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ଯାଉଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇ ଚଢ଼ିଯାଇଥିଲା।

ଫଳରେ ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା । ଏଯାଏ ମୃତକଙ୍କ ପରିଚୟ ମିଳପାରିନାହିଁ । ଖବର ପାଇ ଯୋଡ଼ା ପୋଲିସ୍ ଘଟଣାସ୍ଥଳରୁ ମୃତଦେହକୁ ଉଠାଇ ଯୋଡ଼ା ମେଡ଼ିକାଲକୁ ପଠାଇଛି। ସେପଟେ ଦୁର୍ଘଟଣା ଘଟାଇ ଟ୍ରେଲରଟି ପଳାଉଥିବାବେଳେ କାରଣ ସାହି ନିକଟରୁ ଟ୍ରେଲରକୁ ଜବତ୍ କରିବା ସହ ଡ୍ରାଇଭରକୁ ଅଟକ ରଖାଯାଇଛି।