କେତେ ଗଲେ ଆଉ ଚେତିବେ? ଭୁବନେଶ୍ୱରରେ ମାଳ ମାଳ ବିପଦପୂର୍ଣ୍ଣ ହୋଡିଂ

NEWS7
delay-pregnancies-brazil-urges-local-women-amid-coronavirus

ଭୁବନେଶ୍ୱର ୨୫/୦୨: ଆଇଗିଣିଆରେ ହୋର୍ଡିଂ ପଡ଼ି ଗଲା ୨ ଜୀବନ । ଅଦିନିଆ ବର୍ଷା ପବନରେ ଶିରିପୁରରୁ ଏୟାରପୋର୍ଟ ଛକରେ ହୋଡିଂ ରାସ୍ତାରେ ବିଛାଇ ହୋଇ ପଡ଼ିଛି । ଲୋୟର ପିଏମ୍‌ଜିରେ ହୋର୍ଡିଂ ଉଡ଼ିଲା । ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଏମିତି ମାଳ ମାଳ ବିପଦପୂର୍ଣ୍ଣ ହୋର୍ଡିଂ ଝୁଲୁଛି । ଏହି ଘଟଣା ପରେ ବିଏମ୍ସିର ବେଆଇନ୍ହୋର୍ଡିଂ ଚିହ୍ନଟ ଆରମ୍ଭ ହୋଇଛି । ହେଲେ ଏହାକୁ ହଟାଇବାକୁ ହାତ ଯାଉନି ।

ବରଂ କର୍ପୋରେସନ ବୈଠକର ଘରୋଇ ହୋର୍ଡିଂକୁ ଗ୍ରୀନ ସିଗନାଲ ଦେବାକୁ ମସୁଧା ଚାଲିଛି । ବିଏମ୍ସି ପକ୍ଷରୁ ହୋର୍ଡିଂ ମାରିବାକୁ ନିର୍ଦ୍ଦିଷ୍ଟ ନିୟମ ରହିଛି । କୌଣସି ଅନୁଷ୍ଠାନ ମନଇଚ୍ଛା ହୋର୍ଡିଂ ମାରି ପାରିବେ ନାହିଁ । ବିଏମ୍ସିର ଅନୁମତି ନେବେ । ହେଲେ ସହର ସାରା ହୋର୍ଡିଂ ଲାଗିଛି । ମନଇଚ୍ଛା ଲୁହା ଷ୍ଟ୍ରକଚର ପୋତି ହୋର୍ଡିଂ ଲଗାଯାଉଛି । ଏହି ଷ୍ଟ୍ରକଚର କେହି ସୁରକ୍ଷିତ ତାକୁ କେହି ଯାଞ୍ଚ କରୁନାହାନ୍ତି ।

କେତେ ପରିମାଣର ପବନ ହେଲେ ଏହା ସମ୍ଭାଳିବ ତାହା ଯାଞ୍ଚ କରିବାକୁ କେହି ନାହାନ୍ତି । ଫଳରେ ଦଲକାଏ ପବନ ହେଲେ ରାସ୍ତାରେ ପଡ଼ୁଛି ଲୋକଙ୍କ ଜୀବନ ଯାଉଛି । ସହରର ଅନେକଙ୍କ ଘର ଉପରେ ହୋର୍ଡିଂ । ଏପରି ହୋର୍ଡ଼ିଂ ପାଇଁ ବିଏମ୍ସି କାହିଁକି ଅନୁମତି ଦେଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ନିକଟରେ ବିଏମ୍ସି ପକ୍ଷରୁ ମୋଟ ୧୧୦୦ ବେଆଇନ୍ ହୋର୍ଡିଂ ଚିହ୍ନଟ କରାଯାଇଥିଲା । ଏସବୁକୁ ହଟାଇବାକୁ ବିଏମ୍ସି ନିଷ୍ପତ୍ତି ନେଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ହୋର୍ଡିଂ ହଟି ପାରିଲା ନାହିଁ ।

ଏଜେନ୍ସି ପ୍ରେମରେ ବିଏମ୍ସି ହୋର୍ଡିଂ ହଟାଉନଥିବା ନେଇ ଅଭିଯୋଗ ହୋଇଛି । ବିଏମ୍ସି ରାଜସ୍ୱ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହିଁ । ଅନ୍ୟପକ୍ଷରେ ସହର ସାରା ସରକାରୀ କାର୍ଯ୍ୟକ୍ରମ ପରେ ନେତା ଓ ମନ୍ତ୍ରୀଙ୍କ ହୋର୍ଡିକୁ ହଟାଯାଉନି । ନିକଟରେବିଏମ୍ସି ପକ୍ଷରୁ ଏକ ବୈଠକ ବସିଥିଲା । ଏଥିରେ ବେଆଇନ୍ ହୋର୍ଡିଂ ମାରିଥିବା ସଂସ୍ଥାକୁ ନୂଆ ଟେଣ୍ଡରରେ ଭାଗ ନେବାକୁ ବାରଣ କରାଯାଇଥିଲା । ଏହା ସହ କୋଟି କୋଟି ଟଙ୍କା ବାକି ରଖିଥିବା ସଂସ୍ଥାକୁ ଏଥିରେ ଭାଗ ନେବାକୁ ବାରଣ କରାଯାଇଥିଲା ।

ହେଲେ ନିୟମକୁ ବଦଳାଇ ପୁଣି ୫୦ ପ୍ରତିଶତ ବେକୟା ଦେଇଥିବା ସଂସ୍ଥା ହାତକୁ ଟେଣ୍ଡର ଟେକି ଦେବାକୁ ଯୋଜନା ଚାଲିଛି । ବିଏମ୍ସି କମିଶନର ଚଞ୍ଚଳ ରାଣା କହିଛନ୍ତି, ଯେଉଁ ହୋଡିଂ ପଡିଛି , ସେ ସମ୍ପୂର୍ଣ୍ଣ ଭାବେ ବେଆଇନ୍ । ଏମିତି ଏକାଧିକ ହୋର୍ଡିଂ ବିଏମ୍ସି ନଜରକୁ ଆସିଛି । ଏହା ବିରୋଧରେ ଅପରାଧିକ ମାମଲା ରୁଜୁ ହେବ । ହୋର୍ଡିଂ ବିଏମ୍ସି ସହାୟତା ରାଶି ଯୋଗାଇ ଦେବ ।