ବୃଷ ରାଶି ବ୍ୟକ୍ତିଙ୍କୁ ଆର୍ଥିକ ଲାଭର ଯୋଗ ରହିଛି, ବକେୟା ଅର୍ଥ ଫେରିପାଇବେ

NEWS7
deha-byabasaya-in-hotel-jubaka-jubati-udhhar

ମେଷ- ପରାକ୍ରମ ବୃଦ୍ଧି ପାଇବ ଏବଂ ବନ୍ଧୁବାନ୍ଧବଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ଆୟର ନୂତନ ପନ୍ଥା ଉନ୍ମୁକ୍ତ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତାର ସହ ପଢ଼ାପଢ଼ି କରି ପ୍ରଶଂସିତ ହେବେ।

ବୃଷ- ବିଭିନ୍ନ ସୂତ୍ରରୁ ଆର୍ଥିକ ଲାଭ ମିଳିବାର ଯୋଗ ରହିଛି ଏବଂ ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ଜ୍ଞାନ ଆହରଣ କରିବେ ଏବଂ ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଫେରି ପାଇପାରନ୍ତି। ମିଷ୍ଟାନ୍ନ ଭୋଜନର ସୁଯୋଗ ମିଳିବ।

ମିଥୁନ- ନିଜ ରାଶିରେ ଚନ୍ଦ୍ର ଥିବାରୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଓ ପ୍ରସନ୍ନ ରହିବେ।କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ସଫଳତା ପାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ କୃତିତ୍ୱ ହାସଲ କରିବେ।

କର୍କଟ- ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇପାରେ ତେଣୁ ନିଜର ବଜେଟ୍ ପ୍ରତି ସତର୍କ ରୁହନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସାମାନ୍ୟ ବାଧା ଅନୁଭବ କରିପାରନ୍ତି କିନ୍ତୁ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ଦୂର ଯାତ୍ରାର ଯୋଗ ରହିଛି କିନ୍ତୁ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ- ଉତ୍ତମ ଆୟର ଯୋଗ ରହିଛି ଏବଂ ପୁରୁଣା ନିବେଶରୁ ଭଲ ଫଳ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଶୁଭଫଳ ପାଇବେ। ମନ ଖୁସି ରହିବା ସହ କୌଣସି ଶୁଭ ସମ୍ବାଦ ପ୍ରାପ୍ତି ହେବାର ସମ୍ଭାବନା ଅଛି।

କନ୍ୟା- ଘାତ ଚନ୍ଦ୍ର ରହିଥିବାରୁ ମାନସିକ ଅଶାନ୍ତି ଓ କାର୍ଯ୍ୟରେ ବାଧା ଉପୁଜିପାରେ। କର୍ମକ୍ଷେତ୍ରରେ କାହାରି ସହ ଯୁକ୍ତିତର୍କ କରନ୍ତୁ ନାହିଁ ଏବଂ ଆର୍ଥିକ ନେଣଦେଣରେ ବିଶେଷ ସତର୍କ ରୁହନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତାର ଅଭାବ ଅନୁଭବ କରିବେ।

ତୁଳା- ଘାତବାର ରହିଥିବାରୁ ସମସ୍ତ କାର୍ଯ୍ୟରେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ। ଆର୍ଥିକ ନେଣଦେଣରେ ସାବଧାନ ରୁହନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ କିନ୍ତୁ ମନ ଚଞ୍ଚଳ ରହିପାରେ।

ବିଛା- ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ କାରଣ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଆର୍ଥିକ କ୍ଷେତ୍ରରେ ସାମାନ୍ୟ ବାଧା ଉପୁଜିପାରେ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏକାଗ୍ରତାର ଅଭାବ ଅନୁଭବ କରିବେ। ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ।

ଧନୁ- ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ବ୍ୟବସାୟରେ ନୂତନ ଅଂଶୀଦାରଙ୍କ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଶୁଭଫଳ ପାଇବେ ଏବଂ ଆୟ ସନ୍ତୋଷଜନକ ରହିବ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ।

ମକର- ଶତ୍ରୁମାନଙ୍କୁ ପରାସ୍ତ କରିବେ ଏବଂ କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ଉନ୍ନତି ହେବାର ଉତ୍ତମ ଯୋଗ ଅଛି ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ସୁଯୋଗ ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ରୋଗରୁ ମୁକ୍ତି ମିଳିବ।

କୁମ୍ଭ- ଘାତବାର ରହିଥିବାରୁ ସାବଧାନ ରୁହନ୍ତୁ ଏବଂ କୌଣସି ବିପଦଜନକ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଆଶାଜନକ ଫଳ ପାଇବେ ନାହିଁ କିନ୍ତୁ ଆର୍ଥିକ ସ୍ଥିତି ମିଶ୍ରିତ ରହିବ। ସନ୍ତାନଙ୍କ ପାଇଁ କିଛିଟା ଚିନ୍ତା ରହିପାରେ।

ମୀନ- ପାରିବାରିକ ସମ୍ପତ୍ତି ବା ଗାଡ଼ି କ୍ରୟ ପାଇଁ ଯୋଜନା କରିପାରନ୍ତି ଏବଂ ମାଆଙ୍କ ଠାରୁ ଆଶୀର୍ବାଦ ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ଆର୍ଥିକ ଲାଭର ଯୋଗ ରହିଛି। ମନରେ ଶାନ୍ତି ରହିବ ଏବଂ କୌଣସି ନୂତନ କାମ ଆରମ୍ଭ କରିପାରନ୍ତି।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682