LIVE TV

ଫିକା ରହିଲା ରୋ-କୋଙ୍କ ପ୍ରତ୍ୟାବର୍ତ୍ତନ, ପ୍ରଥମ ଦିନିକିଆରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ

NEWS7
deha-bepara-in-bhadrak

ପର୍ଥ: ଫିକା ରହିଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ। ଭାରତୀୟଙ୍କୁ ଦୀପାବଳି ଭେଟି ଦେଇ ପାରିଲାନି ଭାରତୀୟ ଦଳ। ଆଉ ନୂତନ ଅଧିନାୟକ ଶୁଭମନ ଗିଲଙ୍କ ଦିନିକିଆ ଯାତ୍ରା ପରାଜୟରୁ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଡକଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ଘରୋଇ କଙ୍ଗାରୁ ଦଳ ଭାରତକୁ  ୭ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ବର୍ଷା କାରଣରୁ ୨୬ ଓଭର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ୍ ହରାଇ ୧୩୬ ରନ କରିଥିଲା। ଏହା ପରେ ଅଷ୍ଟ୍ରେଲିଆକୁ ଡିଏଲଏସ ପ୍ରଣାଳୀ ଅନୁସାରେ ୧୩୧ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଯାହାକୁ ଘରୋଇ ଦଳ  ୨୧.୧ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ମିଚେଲ ମାର୍ଶ ୪୬ ରନର ଅପରାଜିତ ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। ଜୋଶ ଫିଲିପ୍ ୩୭ ରନ କରିଛନ୍ତି।