LIVE TV

ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ, ନିଯୁକ୍ତି ପାଇବେ ୩୦ରୁ ୪୦ ହଜାର ଲୋକ

NEWS7
deepika-padukone-signed-5-films-on-new-year

ଭୁବନେଶ୍ବର ୧୦: ଓଡ଼ିଶାରେ ବେଦାନ୍ତ କରିବ ସବୁଠୁ ବଡ଼ ପ୍ରକଳ୍ପ ଢେଙ୍କାନାଳରେ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍‌ର ଆଲୁମିନିୟମ୍ ପ୍ଲାଣ୍ଟ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସରେ ଜମି ମିଳିଲେ ରୁ ମାସ ଭିତରେ କାମ ଆରମ୍ଭ ହେବ ୩୦ରୁ ୪୦ ହଜାର ଲୋକ କାମ ପାଇବେ ପ୍ରକଳ୍ପ କାମ ସରିବାକୁ ରୁ ସାଢେ ବର୍ଷ ଲାଗିବ

ମୁଖ୍ୟମନ୍ତ୍ରୀ କହିଲେ ମାସରେ ଜମି ଦେବେ ଏବଂ ସମସ୍ତ କ୍ଲିୟରନ୍ସ ମଧ୍ୟ ହୋଇଯିବ ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କଳାହାଣ୍ଡି ନିୟମଗିରି ଜଶୁଣାଣି  ଖୁବ୍‌ଶୀଘ୍ର କରିବେ କଳାହାଣ୍ଡିରେ ଲୋକଙ୍କୁ ଖଣିରେ କାମ ମିଳୁ ସେ କାମକୁ ମୁଖ୍ୟମନ୍ତ୍ରୀ ଆଗକୁ ବଢେଇବେ ବୋଲି କହିଛନ୍ତି କଳାହାଣ୍ଡିରେ କୌଣସି ବିରୋଧ ନାହିଁ କେବଳ ରାଜନୈତିକ ବିରୋଧ ଓଡ଼ିଶାରେ ଏମିତି ହୁଏନି ଓଡ଼ିଶାରେ ଆମର ଲୋକଙ୍କୁ କାମ ଦରକାର ରୋଜଗାର ଦରକାର କଳାହାଣ୍ଡି ଯାଇକି ଦେଖନ୍ତୁ କେମିତି ପ୍ରଗତି ହୋଇଛି

ଅନୀଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ ବେଳେ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବଙ୍କ ସହ ବେଦାନ୍ତର ଅଧିକାରୀ ମାନେ ଉପସ୍ଥିତ ଥିଲେ