ସାଉଦୀଆରବ, ୟୁଏଇ ଓ ଇରାନରେ କେବେ ଦେଖା ଯିବ ଚାନ୍ଦ, ଜାଣନ୍ତୁ ଭାରତରେ କେଉଁଦିନ ପାଳନ ହେବ ଇଦ

NEWS7
deadly-flying-car

  • ଭାରତରେ ଇଦ ପର୍ବ ସାଉଦୀ ଆରବରେ ପାଳିତ ହେବାର ଦିନକ ପରେ ପାଳନ ହେବ
  • ଯଦି ସାଉଦୀ ଆରବରେ ମାର୍ଚ୍ଚ ୧୮ ତାରିଖରେ ଚନ୍ଦ୍ର ଦେଖାଯାଏ ତେବେ ଭାରତରେ ୧୯ ମାର୍ଚ୍ଚରେ ଚନ୍ଦ୍ର ଦର୍ଶନ ପରେ ମାର୍ଚ୍ଚ ୨୦ ତାରିଖରେ ଇଦ ପାଳନ ହେବ
  • ରମଜାନ ପରେ ପାଳିତ ହେବାକୁ ଥିବା ଇଦ କୁ ଇଦ-ଉଲ-ଫିତର ବା ମିଠି ଇଦ ବୋଲି କୁହାଯାଏ

ନୂଆଦିଲ୍ଲୀ ୧୬।୩ : ଏବେ ସାରା ବିଶ୍ୱରେ ମୁସଲମାନଙ୍କ ପବିତ୍ର ମାସ ରମଜାନ ଚାଲିଛି। ରମଜାନ ପରେ ଆଗାମୀ ମାସରେ ସୱାଲ ର ପ୍ରଥମ ଦିନ ଇଦ ପର୍ବ ପାଳିତ ହେବ। ଇଦ ପର୍ବର ତାରିଖ ପୂର୍ଣ୍ଣତଃ ଚନ୍ଦ୍ର ଦେଖାଯିବା ଉପରେ ନିର୍ଭର କରେ। ରମଜାନ ପରେ ପାଳିତ ହେବାକୁ ଥିବା ଇଦ କୁ ଇଦ-ଉଲ-ଫିତର ବା ମିଠି ଇଦ ବୋଲି କୁହାଯାଏ।ତେବେ ସାଉଦୀ ଆରବରେ ଚନ୍ଦ୍ର କେବେ ଦେଖା ଯିବ ଓ ଭାରତରେ ଇଦ କେବେ ପାଳିତ ହେବ ଆସନ୍ତୁ ଜାଣିବା।

କେବେ ସାଉଦୀଆରବ, ୟୁଏଇ ଓ ଇରାନଦେର ଦେଖାଯିବ ଚାନ୍ଦ?
ଇଦ ପାଳନ ନିମନ୍ତେ ଚୂଡ଼ାନ୍ତ ତାରିଖ ଚନ୍ଦ୍ର ଦେଖାଯିବା ପରେ ନିର୍ଦ୍ଧାରିତ ହେବ। ଭାରତରେ ଇଦ ପର୍ବ ସାଉଦୀ ଆରବରେ ଇଦ ପାଳନର ଦିନକ ପରେ ପାଳିତ ହୁଏ। ଭୌଗଳିକ ପରିସ୍ଥିତି ଯୋଗୁ ସାଉଦୀ ଆରବରେ ଦିନକ ଆଗରୁ ଚନ୍ଦ୍ର ଦେଖାଯାଆନ୍ତି। ତେଣୁ ସେହି ସବୁ ଦେଶମାନଙ୍କରେ ଦିନ ପୂର୍ବରୁ ଇଦ ପାଳନ ହୁଏ। ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନମିକାଲ ସେଣ୍ଟରର ଏକ ଅନୁମାନ ଅନୁସାରେ ସାଉଦୀ ଆରବରେ ଚନ୍ଦ୍ର ମାର୍ଚ୍ଚ ୧୮ ତାରିଖରେ ଦେଖାଯିବ। ଏଣୁ ସେଠାରେ ମାର୍ଚ୍ଚ ୧୯ରେ ଇଦ ପାଳିତ ହେବ। ଏଣୁ ୨୯ ରୋଜା ପରେ ମାର୍ଚ୍ଚ ୧୯ରେ ଇଦ ହେବ। ଯଦି ସେଦିନ ଚନ୍ଦ୍ର ଦେଖା ନ ଯାଆନ୍ତି ୧୯ ମାର୍ଚ୍ଚରେ ଚନ୍ଦ୍ର ଦେଖା ଗଲେ ୨୦ ମାର୍ଚ୍ଚରେ ଇଦ ପାଳନ ହେବ।

ଭାରତରେ କେବେ ପାଳିତ ହେବ ଇଦ?
ଭାରତରେ ଇଦ ପର୍ବ ସାଉଦୀ ଆରବରେ ପାଳିତ ହେବାର ଦିନକ ପରେ ପାଳନ ହେବ। ଯଦି ସାଉଦୀ ଆରବରେ ମାର୍ଚ୍ଚ ୧୮ ତାରିଖରେ ଚନ୍ଦ୍ର ଦେଖାଯାଏ ତେବେ ଭାରତରେ ୧୯ ମାର୍ଚ୍ଚରେ ଚନ୍ଦ୍ର ଦର୍ଶନ ପରେ ମାର୍ଚ୍ଚ ୨୦ ତାରିଖରେ ଇଦ ପାଳନ ହେବ। ଯଦି ଚନ୍ଦ୍ର ଦେଖିବାରେ ବିଳମ୍ବ ହୁଏ ତେବେ ଭାରତରେ ମାର୍ଚ୍ଚ ୨୧ରେ ଇଦ ପାଳନ ହେବ। ଇଦ୍ ପାଳନ ନିମନ୍ତେ ଚୂଡ଼ାନ୍ତ ତିଥି ଚନ୍ଦ୍ର ଦେଖିବା ପରେ ହିଁ ନିଷ୍ପତ୍ତି ହେବ।

ବିଦ୍ର: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଉପରେ ଆଧାରିତ ତଥା କେବଳ ସୂଚନା ନିମନ୍ତେ ଦିଆଯାଇଛି।