ବିବାହର ୩ ବର୍ଷ ପରେ ମା' ହେଲେ ଇଣ୍ଡିଆନ୍ ଆଇଡଲ ଫେମ୍, ଘରକୁ ଆସିଲେ କୁନି ଅତିଥି

NEWS7
dead-body-of-covid-positive-father-taken-by-son-in-a-scooty

ମୁମ୍ୱାଇ ୧୬/୧୨ : ବିବାହର ୩ ବର୍ଷ ପରେ ଘରେ ବଡ଼ ଖୁସି । ଘରକୁ ଆସିଲେ କୁନି ବିଘ୍ନରାଜ । କାରଣ ଗଣପତିଙ୍କୁ ପୂଜା କରୁଥିଲେ ସାୟଲୀ କାମ୍ୱଲେ । ସେ ମରାଠି ହୋଇଥିବାରୁ ତାଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଗଣେଷ । ଆଉ ବୋଧହୁଏ ବିଘ୍ନରାଜ ଅଧିକ ଖୁସି ହୋଇ ଆଶିର୍ବାଦ ସ୍ୱରୂପ ତାଙ୍କ କୋଳକୁ ଦେଇଛନ୍ତି ପୁଅ । ମୋଟାମୋଟି ଭାବେ କହିବାକୁ ଗଲେ ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି ସାୟଲୀ ।

ଏହା ଶୁଣିବା ପରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏପର୍ଯ୍ୟନ୍ତ ସେ ଶିଶୁର ନାମ କିମ୍ବା ଫେସ୍ ରିଭିଲ୍ କରିନାହାଁନ୍ତି ।ଛୋଟ ପାଦ ଥିବା ଏକ ପୋଷ୍ଟ ସେୟାର କରି, ସାୟଲୀ କାମ୍ବଲେ କ୍ୟାପସନରେ ଲେଖିଛନ୍ତି, "ଛୋଟିଆ ଚମତ୍କାର, ଜୀବନବ୍ୟାପୀ ପ୍ରେମର ପ୍ରତିଦାନ'' ଆମ କୋଳକୁ ଆସିଛି କୁନି ପୁଅ । ଆପଣଙ୍କ ସମସ୍ତ ପ୍ରାର୍ଥନା ଓ ଶୁଭକାମନା ପାଇଁ ଧନ୍ୟବାଦ । ଧାୱଲ ଓ ସାୟଲୀ । ସେପଟେ ସାୟଲୀ ପୋଷ୍ଟରେ କମେଣ୍ଟ କରିଛନ୍ତି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ । ଶ୍ରେୟାଙ୍କ ସହିତ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

​​​​​​​

କହିବାକୁ ଗଲେ "ଇଣ୍ଡିଆନ୍ ଆଇଡଲ୍"ର ଦ୍ୱାଦଶ ସିଜିନ୍ ନଭେମ୍ବର ୨୦୨୦ ରୁ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ବିଶାଲ, ନେହା ଓ ହିମେଶ ବିଚାରକ ଥିଲେ। ଆଦିତ୍ୟ ନାରାୟଣ ହୋଷ୍ଟ ଥିଲେ । ପବନଦୀପ ରାଜନ୍ ବିଜେତା ଥିଲେ । ଅରୁଣିତା କାଞ୍ଜିଲାଲ୍ ପ୍ରଥମ ରନର୍ସ-ଅପ୍ ଥିଲେ । ସାୟଲୀ ଥିଲେ ଦ୍ୱିତୀୟ ରନର୍ସ-ଅପ୍ ।କହି ରଖୁ ଯେ, ସାୟଲୀଙ୍କ ବାପା ଥିଲେ ଆମ୍ବୁଲାନ୍ସ ଡ୍ରାଇଭର । ମୁମ୍ବାଇ ନିବାସୀ ସାୟଲିଙ୍କ ନାମ ସାୟଲି କିଶୋର କାମ୍ବଲେ।

ସେ ପିଲାଦିନରୁ ଶାସ୍ତ୍ରୀୟ ସଂଗୀତରେ ତାଲିମ ନେଇଛନ୍ତି । ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ଅଡିସନ୍ ସମୟରେ ସାୟଲୀ ପ୍ରକାଶ କରିଥିଲେ ଯେ ତାଙ୍କ ମାଆ ଜଣେ ଗୃହିଣୀ ଏବଂ ତାଙ୍କ ବାପା ଜଣେ ଆମ୍ବୁଲାନ୍ସ ଡ୍ରାଇଭର। ହିମେଶ ରେଶମିଆ, ନେହା କକ୍କର ଏବଂ ବିଶାଲ ଦଦଲାନି ତାଙ୍କ ସ୍ୱରକୁ ବହୁତ ପ୍ରଶଂସା କରିଥିଲେ।