ଗାଁ ନା ସହର କେଉଁଠି ଅଧିକ ବିକ୍ରି ହେଉଛି ପାର୍ଲେ-ଜୀ ଓ ବ୍ରିଟାନିୟା ବିସ୍କୁଟ, ମାର୍କେଟର ରାଜା କିଏ?

NEWS7
dc-5t-secretary-review-progress-of-covid-19-hospital-being-set-up-by-sum

ମୁମ୍ବାଇ ୧୮।୧: ଭାରତର ପ୍ରତ୍ୟେକ ଘରେ ଚା ସହିତ ବିସ୍କୁଟର ଏକ ଖାସ ସମ୍ପର୍କ ରହିଛି। ହେଲେ ଏଥର ବିସ୍କୁଟ ବଜାରର ଦୁଇ ବଡ଼ କମ୍ପାନୀ ପାର୍ଲେ ଓ ବ୍ରିଟାନିୟାର ଫଳାଫଳ ଅଲଗା ଅଲଗା କାହାଣୀ କହୁଛି। ଏଥିରେ ବ୍ରିଟାନିୟା ବଜାରରେ ନିଜର ଦବଦବା କାୟମ ରଖିଥିବା ବେଳେ ପାର୍ଲେ ବିକ୍ରିରେ ଅଧିକ ଥାଇ ମଧ୍ୟ ଲାଭ ମାମଲାରେ ପଛରେ ପଡି ଯାଇଛି। ପାର୍ଲେ-ଜୀ ଓ ମୋନାକୋ ନିର୍ମାତା ପାର୍ଲେ ପ୍ରଡକ୍ଟର ରେଭିନ୍ୟୁ ୮.୫% ବଢି ୧୫,୫୬୮ କୋଟି ହୋଇଯାଇଛି। ଅର୍ଥାତ ଲୋକେ ତ ଢେର ବିସ୍କୁଟ କିଣିଛନ୍ତି ହେଲେ କମ୍ପାନୀକୁ ଲାଭ କମ ମିଳିଛି।

କମ୍ପାନୀର ନିଟି ପ୍ରଫିଟ ୩୯% ହ୍ରାସ ହୋଇ ୯୭୯.୫୩ କୋଟିକୁ ପହଞ୍ଚିଛି। ଟୋଫଲର ଡାଟା ଅନୁସାରେ କମ୍ପାନୀର ମୋଟ ଆୟ ୧୬,୧୯୦ କୋଟି ରହିଛି। ସେପଟେ ସେୟାର ବଜାରରେ ଲିଷ୍ଟେଡ କମ୍ପାନୀ ବ୍ରିଟାନିୟା ଇଣ୍ଡଷ୍ଟ୍ରିଜ୍ ମାର୍କେଟର ରାଜା ବୋଲି ନିଜକୁ ପୁଣି ଥରେ ପ୍ରମାଣିତ କରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ରିଟାନିୟା ୧୭,୯୪୨ କୋଟି ରାଜସ୍ୱ ଆୟ କରିଛି, ଯାହା ପାର୍ଲେଠୁ ଢେର ଅଧିକ। ଗୁଡ ଡେ, ଟାଇଗର ଓ ନ୍ୟୁଟ୍ରି ଚୟେସ୍ ପ୍ରିମିୟମ ବ୍ରାଣ୍ଡ ବଳରେ ବ୍ରିଟାନିୟା ଏବେବି ଦୈଡରେ ସବୁଠୁ ଆଗରେ ରହିଛି। ବ୍ରିଟାନିୟା ସେୟାର ପ୍ରାଇସ୍ ରେ ଶୁକ୍ରବାର ମାମୁଲି ହ୍ରାସ ଦେଖାଯାଇଛି। ଏହାର ସେୟାର ୫,୯୦୦ ଟଙ୍କାରେ ବନ୍ଦ ହୋଇଛି।

ପାର୍ଲେ ସବୁଥର ଭଳି ଏଥର ମଧ୍ୟ ମାସ ମାର୍କେଟ୍ (ସାଧାରଣ ଜନତା ଓ ଗ୍ରାମୀଣ ଭାରତ)ର ପସନ୍ଦ ହୋଇ ରହିଛି, ଯେଉଁଠି ଲାଭର ମାର୍ଜିନ କମ୍। ବୋଧେ ଏହି କାରଣରୁ କମ୍ପାନୀ ଏବେ ନିଜର ପ୍ରିମିୟମ ବିସ୍କୁଟ ‘ପ୍ଲାଟିନା ରେଞ୍ଜ’କୁ ପ୍ରୋତ୍ସାହିତ କରିବାକୁ ଗୁରୁତ୍ୱ ଦେଉଛି। ଏହା ଦ୍ୱାରା କମ୍ପାନୀର ଲାଭ ବଢି ପାରିବ। ଅନ୍ୟପଟେ ବ୍ରିଟାନିୟା ପୂର୍ବରୁ ପ୍ରିମିୟମ ଓ ଡେରୀ ସେଗମେଣ୍ଟରେ ବେଶ ମଜଭୁତ ରହିଛି।