ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ, ନିର୍ବାଚନ ପ୍ରଚାର ପାଲଟିଲା ଶେଷ ଯାତ୍ରା

NEWS7
david-john-resigns-from-hockey-india

ମୁମ୍ୱାଇ ୨୮/୦୧: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ । ଅଜିତ ପାୱାରଙ୍କ ଦେହାନ୍ତ ନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା । ଅଜିତ ପାୱାରଙ୍କ ସମେତ ଅନେକଙ୍କ ମୃତ୍ୟୁ ହୋଇଥିବା PTI ସୂତ୍ରରୁ ସୂଚନା । ମୁମ୍ବାଇରୁ ବାରାମତୀ ଯିବାବେଳେ ୮ଟା ୪୫ ମିନିଟ୍ରେ ଦୁର୍ଘଟଣା ।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଅଜିତ ପାୱାରଙ୍କ ବିମାନ। ଏହି ଗୁରୁତର ଦୁର୍ଘଟଣାରେ ଅଜିତ ପାୱାର ଗୁରୁତର ଆହତ ହୋଇଥିଲେ । ତେବେ ତାଙ୍କର ମତ୍ୟୁ ହୋଇଛି । ପାଓ୍ୱାରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି ।

 

ଅଜିତ ପାଓ୍ୱାର, ଦୁଇ ଜଣ ପିଏସ୍ଓ, ୨ ଜଣ କ୍ରିୟୁ ସଦସ୍ୟ ଥିଲେ। ସେମାନଙ୍କର ବି ମୃତ୍ୟୁ ହୋଇଛି । ସେପଟେ ଏହି ଘଟଣା ସମଗ୍ର ମହାରାଷ୍ଟ୍ରକୁ ଦୋହଲାଇ ଦେଇଛି । ରାଜନୈତିକ ମହଲରେ ଏକ ବିରାଟ ହଇଚଇ ସୃଷ୍ଟି କରିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଅଜିତ ପାୱାର ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୁମ୍ବାଇରୁ ବାରାମତୀ ଯାଉଥିଲେ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବାରାମତୀରେ ପ୍ରଚାର ସଭା ଆୟୋଜନ କରାଯାଇଥିଲା । କିନ୍ତୁ, ବାରାମତୀ ବିମାନବନ୍ଦରର ରନୱେରେ ବିମାନଟି ଅବତରଣ କରୁଥିବା ସମୟରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଲା।

ଏହା ଯୋଗୁଁ ପାଇଲଟ୍ ନିୟନ୍ତ୍ରଣ ହରାଇବସିଥିଲେ । ଦୁର୍ଘଟଣାଟି ଭୟଙ୍କର ଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରଚୁର ପରିମାଣରେ ଧୂଆଁ ବ୍ୟାପିଯାଇଥିଲା। ତାଙ୍କ ବିମାନଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଅଜିତ ପାୱାର ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ତାଙ୍କ ସହିତ ଥିବା କିଛି କର୍ମଚାରୀ ଏବଂ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।