LIVE TV

ସୁନାପୁଅକୁ ହରାଇ କାନ୍ଦୁଛି ଡେଙ୍ଗ ଗାଁ...ଦେବନ୍ତପଡାରେ ହେବ ଶେଷକୃତ୍ୟ

NEWS7
daughter-of-tea-seller-becomes-flying-officer-in-indian-air-force

ଭୁବନେଶ୍ୱର ୧୮/୧୧: ଆରପାରିରେ ଓଡ଼ିଆ ସଙ୍ଗୀତ ଜଗତର ଭର୍ସାଟାଇଲ୍ ସିଙ୍ଗର ହ୍ୟୁମାନ ସାଗର । ୩୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ଖବର ଶୁଣିବା ପରେ କେବଳ କଳାକାର ନୁହେଁ, ବିଭିନ୍ନ ବୟସ ବର୍ଗର ଲୋକେ ପାର୍ଥିବ ଶରୀର ଦେଖିବାକୁ ଏମ୍ସରେ ଭିଡ଼ ଲଗାଇଥିଲେ ।

ପୂରା ଏମ୍ସ ପରିସର ସ୍ତମ୍ଭୀଭୂତ ହୋଇଯାଇଥିଲା। କାହା ମୁହଁରେ ଯେମିତି କିଛି କହିବାକୁ ଭାଷା ନଥିଲା । ରାତି ୯ଟା ୮ ମିନିଟରେ ପରଲୋକ ହେବା ପରେ ପ୍ରାୟ ସାଢେ ୧୧ଟା ବେଳକୁ ଏମ୍ସରୁ କଟକ ବାସଭବନ ଅଭିମୁଖେ ଯାଇଥିଲା ମୃତଦେହ । କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ହ୍ୟୁମାନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଏବଂ ଓଲିଉଡ୍ ଜଗତର ଜଣାଶୁଣା କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ମାନେ ଶେଷ ଦର୍ଶନ କରିଥିଲେ । ହ୍ୟୁମାନଙ୍କ କୁନି ଝିଅ ମଧ୍ୟ ଶେଷ ଦର୍ଶନ କରିଛନ୍ତି ।

ଏହି ସମୟରେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଥମେ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା କଯେ, ପାର୍ଥିବ ଶରୀରକୁ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କଟକରେ ରଖାଯିବ। କିନ୍ତୁ ବିଳମ୍ୱିତ ରାତି ୩ଟା ୨୦ ରେ ହ୍ୟୁମାନଙ୍କ ପାର୍ଥିବ ଶରୀରକୁ ଟିଟିଲାଗଡ଼ ସ୍ଥିତ ଦେବନ୍ତପଡା ବାସଭବନକୁ ନିଆଯାଇଛି । ସେଠାରେ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।