ଶାରୀରିକ ସୁଖ ନେଇ ଦୁଃଖରେ ଥିଲେ ହିଟଲର୍, କ୍ଷୁଦ୍ର ଗୁପ୍ତାଙ୍ଗ ସହ ଯୌନ ରୋଗ ପାଇଁ ଥିଲା ଟେନସନ୍, DNA ରିପୋର୍ଟରେ ଚମକିଲା ଭଳି ତଥ୍ୟ

NEWS7
danish-siddiquis-funeral-to-be-held-at-jamia-university-protocol-broken-by-chancellor

ବର୍ଲିନ, ୧୯/୧୨: ହିଟଲରଙ୍କୁ ହୋଇଥିଲା ଗୁପ୍ତ ରୋଗ । ମାରାତ୍ମକ ଯୌନରୋଗରେ ପୀଡିତ ଥିଲେ ତାନାଶାହୀ । ଦିନେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ଜର୍ମାନୀର ବସ୍ ଆଡଲଫ୍ ହିଟଲରଙ୍କୁ ନେଇ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ । ଡିଏନଏ ନମୂନାରୁ ହିଟଲରଙ୍କ ବିଷୟରେ ଏହି ତଥ୍ୟ ପାଇଛନ୍ତି ବୈଜ୍ଞାନିକ । ବୈଜ୍ଞାନିକମାନେ ହିଟଲରଙ୍କ ବାବଦରେ ଆହୁରି ରୋଚକ ତଥ୍ୟ ଜାଣିବାକୁ ପାଇଛନ୍ତି ।

ଦ୍ୱିତୀୟ ବଶ୍ୱଯୁଦ୍ଧ ବେଳେ ହିଟଲର୍ ଥିଲେ ସାରା ବିଶ୍ୱର ଚର୍ଚ୍ଚିଚ ଚେହେରା । ଅତି ନୃଶଂସ ଭାବେ ସେ ଅଣନାଜିମାନଙ୍କୁ ହତ୍ୟା କରୁଥିଲେ । ଜର୍ମାନୀକୁ ନାଜିବିହୀନ କରିବା ପାଇଁ ନେଇଥିଲେ ପ୍ରତିଜ୍ଞା । ତାଙ୍କ ପାଇଁ ହିଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିବା ଅନେକ କୁହନ୍ତି । ହେଲେ ଶେଷ ସମୟରେ ତାଙ୍କର ଅବସ୍ଥା ଖରାପ ହୋଇଯାଇଥିଲା । ବର୍ଲିନର ଏକ ଗୁମ୍ଫାରେ ସେ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ତେବେ ଅନେକ ବର୍ଷ ପରେ ଆଡଲଫଙ୍କ ଡିଏନଏର ଯାଞ୍ଚ୍ ହୋଇଛି । ଡିଏନଏର ସତ୍ୟତା ପରଖିବା ପାଇଁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଡିଏନଏକୁ ମ୍ୟାଚ୍ କରାଯାଇଥିଲା ।

ଯାଞ୍ଚରୁ ଜଣାପଡିଛି ଯେ, ହିଟଲରଙ୍କୁ କାଲମାନ୍ ସିଣ୍ଡ୍ରୋମ୍ ହୋଇଥିଲା । ଯାହା ଏକ ଯୌନ ରୋଗ । ଏଥିରେ ବ୍ୟକ୍ତିର ଯୌନ କ୍ଷମତା ହ୍ରାସ ପାଏ । ଏହି ରୋଗ ହେଲେ ପୁରୁଷଙ୍କ ଗୁପ୍ତାଙ୍ଗର ଆକାର କ୍ଷୁଦ୍ର ରହିଥାଏ । ଯାହାକୁ ମାଇକ୍ରୋ ପେନିସ୍ କୁହାଯାଏ । ଅର୍ଥାତ ଏହାର ଲମ୍ବ ୯ ସେଣ୍ଟିମିଟରରୁ ଅଧିକ ହୁଏ ନାହିଁ ।

ତେବେ ଗର୍ଭରେ ଥିବା ସମୟରେ ଶିଶୁ ଶରୀରରେ ଟେଷ୍ଟୋଷ୍ଟରନ୍ ହରମୋନ୍ ପାଇଁ ଅଙ୍ଗର ବିକାଶ ହୋଇନଥାଏ । ଶିଶୁ ବଡ ହେଲା ପରେ ରୋଗର ଲକ୍ଷଣ ଦେଖିବାକୁ ମିଳେ । ହିଟଲରଙ୍କ ମେଡିକାଲ ରିପୋର୍ଟରେ କାଲମାନ୍ ରୋଗ ବାବଦରେ ଉଲ୍ଲେଖ ରହିଛି ।

କେବଳ କାଲମାନ୍ ନୁହେଁ ହିଟଲର ଏଡିଏଚଡି ଏବଂ ଅଟିଜିମ୍ ରୋଗରେ ପୀଡିତ ଥିଲେ । ତାଙ୍କ ଡିଏନଏ ଏଡିଏଚଡିର ସାମ୍ନା କରିଥିବା ଜଣାପଡିଛି । ଯାହା ତାଙ୍କର ମାନସିକ ସ୍ଥିତିକୁ ପ୍ରଭାବିତ କରୁଥିଲା । ଅଧିକାଂଶ ସମୟ ସେ ଚାପରେ ରହୁଥିଲେ । ଶୀଘ୍ର ଦୁଃଖରେ ଭାଙ୍ଗି ପଡୁଥିଲେ । ତେବେ ଏହା କେବେହେଲେ ଚିହ୍ନଟ ହୋଇପାରିନଥିଲା । ହିଟଲରଙ୍କ ଡାକ୍ତର ମଧ୍ୟ ଏହାକୁ ସଠିକ୍ ଭଆବେ ଠାବ କରିନଥିଲେ ।

ଅନ୍ୟ ଦିଗରେ ହିଟଲରଙ୍କ ବାବଦରେ ଡିଏନଏ ତଥ୍ୟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର କମେଣ୍ଟ୍ କରିଛନ୍ତି । ମୃତ୍ୟୁ ପରେ ବି ଲୋକେ ହିଟଲରଙ୍କୁ ରୋଷ୍ଟ୍ କରୁଥିବା କେହି କେହି କହିଛନ୍ତି । ଅନ୍ୟ କେହି ୟୁଜର ତୃତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ହିଟଲରଙ୍କ ବାବଦରେ ନୂଆ ତଥ୍ୟ ମିଳିଗଲା ବୋଲି ମତ ଦେଇଛନ୍ତି ।