୪୦ ବର୍ଷ ହେଲା ଆତଙ୍କବାଦକୁ ରୋକିବାରେ କାନାଡା ବିଫଳ : ଖଲିସ୍ତାନୀ ପ୍ରସଙ୍ଗରେ ଭାରତର ଟାର୍ଗେଟ୍

NEWS7
damodar-routs-campaign-slower-in-balikuda-erasama

ନୂଆଦିଲ୍ଲୀ ୧୪/୦୧: କାନାଡାରେ ବଢୁଛି ଭାରତ ବିରୋଧୀ ନିଆଁ । ଖଲିସ୍ତାନୀ ଆତଙ୍କବାଦୀଙ୍କ ଅଭୟାରଣ୍ୟ ପାଲଟିଛି ଟରୋଣ୍ଟୋ । ଯାହାକୁ ଟାର୍ଗେଟ୍ କରିଛି ଭାରତ । ଦୀର୍ଘ୪୦ବର୍ଷ ହେଲା ଭାରତ ବିରୋଧରେ କାନାଡା ମାଟିରେ ଷଡଯନ୍ତ୍ର ହେଉଛି । ଏହାକୁ ରୋକିବାରେ କାନାଡା ସରକାର ବିଫଳ ହୋଇଥିବା କାନାଡାରେ ଅବସ୍ଥାପିତ ଭାରତୀୟ ଦୁତାବାସ ଦିନେଶ ପଟ୍ଟନାୟକ କହିଛନ୍ତି ।

ଏକ ସାକ୍ଷାତକାରରେଦିନେଶ ପଟ୍ଟନାୟକ କହିଛନ୍ତି ଯେ,୪୦ବର୍ଷ ହେଲା କାନାଡା ସରକାର ଆତଙ୍କବାଦକୁ ରୋକିବା ମାମଲାରେ କିଛି କରି ନାହାଁନ୍ତି । ଏହାସହ କାନାଡାରେ ଅନେକ ଭାରତ ବିରୋଧୀ ନେତାଙ୍କହତ୍ୟାମାମଲାରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଏଥିରେ କୌଣସି ପ୍ରମାଣ ନଥିବା ସେ କହିଥିଲେ । ଅଭିଯୋଗ କରିବା ସହଜ । କିନ୍ତୁ ମିଛକୁ ପ୍ରମାଣିତ କରିବା ସହଜ ନୁହେଁ ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ ଭାରତୀୟ ଦୁତାବାସ କହିଛନ୍ତି ଯେ, ଅନେକ ପ୍ରସଙ୍ଗରେ କାନାଡା ଭାରତ ବିରୋଧରେ ରହିଛି ।୪୦ବର୍ଷ ହେଲା ଏଠାରେ ଆତଙ୍କବାଦ ବଢୁଛି । ଏହାକୁ ରୋକା ଯାଇନାହିଁ ।୧୯୮୫ରେ ଏୟାର ଇଣ୍ଡିଆ ବିମାନରେ ବିସ୍ଫୋରଣ ହୋଇଥିଲା । ଏଥିରେ୩୨୯ଜଣ ପ୍ରାଣ ହରାଇଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ କାନାଡାର ନାଗରିକ ଥିଲେ । କିନ୍ତୁ କାନାଡା ସରକାର ଏଯାଏଁ ତଦନ୍ତ ଶେଷ କରିନାହାଁନ୍ତି ।

ସେ ଆହୁରି କହିଛନ୍ତି ଯେ, କାନାଡା ଦୋମୁହାଁ ନୀତି ଆପଣାଉଛି । ଅନେକ ଅପରାଧୀ ଭାରତରୁ ଖସି ଆସି ଏଠାରେ ରହୁଛନ୍ତି । ଯାହା ବାବଦରେ କୌଣସି ସହଯୋଗ ମିଳୁନାହିଁ । ନୂଆଦିଲ୍ଲୀ ଅପରାଧୀ ଏବଂ ଆତଙ୍କବାଦୀଙ୍କ ବିରୋଧରେ କାନାଡାକୁ ସମସ୍ତ ତଥ୍ୟ ଦେଇଥାଏ । କିନ୍ତୁ କୌଣସି ଆକ୍ସନ୍ ନିଆଯାଉ ନାହିଁ । କାନାଡା କେବଳ ଭାରତ ବିରୋଧରେ ଅଭିଯୋଗ କରୁଛି । ଯାହାର କୌଣସି ପ୍ରମାଣ ନଥିବା ସେ କହିଛନ୍ତି ।