ଗର୍ଭପାତର ଶିକାର ମହିଳାଙ୍କ ଶରୀରରେ ମିଳିଲା ପୁରୁଷ ରକ୍ତ, ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

NEWS7
dama-rout-target-debashis-samantray-and-pratap-jena

ନୂଆଦିଲ୍ଲୀ: ବ୍ରାଜିଲରେ ଜଣେ ମହିଳାଙ୍କ ରକ୍ତରେ ପୁରୁଷ କ୍ରୋମୋଜୋମ ଥିବା କଥା ଜଣାପଡ଼ିଛି । ମେଡିକାଲ୍ ସାଇନ୍ସରେ ଏହା ବିରଳ । ୩୫ ବର୍ଷୀୟ ମହିଳାଙ୍କ ଗର୍ଭପାତ ହେବା ପରେ ଏହା ଜଣାପଡ଼ିଛି ।କିନ୍ତୁ ମହିଳାଙ୍କ ନିକଟରେ ପୁରୁଷର କୌଣସି ଲକ୍ଷ୍ୟ ଦେଖାଯାଇ ନାହିଁ । ଡାକ୍ତରମାନେ ପରୀକ୍ଷା କରିବା ପରେ ଜାଣିବାକୁ ପାଇଛନ୍ତି ଯେ, ମହିଳାଙ୍କ ରକ୍ତରେ ପୁରୁଷ କ୍ରୋମୋଜୋମ ରହିଛି ।

ଟିସୁଗୁଡ଼ିକ ଦୁଇଟି ଜେନେଟିକ୍ ଲିନିଏଜ୍ ଦେଖାଇଥିଲେ । ଗୋଟିଏ ଶରୀରରେ ଦୁଇଟି ଜିନ୍ ସେଟ୍ ରହିଛି । ସାଓ ପାଉଲୋ ବିଶ୍ୱବିଦ୍ୟାଳୟର ଜେନେଟିକ୍ସ ପ୍ରଫେସର ଡକ୍ଟର ଗୁସ୍ତାଭୋ ଆରାନ୍ତେସ୍ ରୋଜା ମାସିଏଲ୍ କହିଛନ୍ତି ଯେ, ମହିଳା ଜଣକ ସାତ ସପ୍ତାହରେ ତାଙ୍କ ଶିଶୁକୁ ହରାଇଥିଲେ।

ରକ୍ତ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ, ପୁରୁଷମାନଙ୍କଠାରେ ଦେଖାଯାଉଥିବା କ୍ରୋମୋଜୋମ୍ ମହିଳାଙ୍କ ରକ୍ତରେ ରହିଛି । ଡାକ୍ତରମାନେ ଚିନ୍ତା କରିଥିଲେ, ହୁଏତ ପରୀକ୍ଷାରେ କିଛି ତ୍ରୁଟି ଥାଇପାରେ । ତେଣୁ ସେମାନେ ପୁଣି ପରୀକ୍ଷା କରିଥିଲେ । ଗୁସ୍ତାଭୋ ରୋଗୀଙ୍କୁ ଭେଟିଥିଲେ ଏବଂ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପାଖରେ ଜଣେ ସାଧାରଣ ମହିଳାଙ୍କର ବୈଶିଷ୍ଟ୍ୟ ରହିଛି। ତାଙ୍କର ଏକ ଗର୍ଭାଶୟ ଥିଲା, ଡିମ୍ବାଶୟ ଥିଲା । ଡିମ୍ବାଶୟଗୁଡ଼ିକ ସାଧାରଣ ଭାବରେ କାର୍ଯ୍ୟ କରୁଥିଲା। ତାଙ୍କ ଚର୍ମ କୋଷଗୁଡ଼ିକ ସାଧାରଣ ମହିଳା କ୍ରୋମୋଜୋମ ବହନ କରୁଥିଲେ । ଡାକ୍ତରମାନେ ପୁରୁଷ କ୍ରୋମୋଜୋମର ଉପସ୍ଥିତିକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ ।

ମହିଳାଙ୍କ ରକ୍ତରେ ୪୬, XY କ୍ରୋମୋଜୋମ ରହିଛି । କିନ୍ତୁ ଚର୍ମ କୋଷଗୁଡ଼ିକରେ ୪୬, XX କ୍ରୋମୋଜୋମ ମିଳିଛି । ସାଧାରଣତଃ, ପ୍ରତ୍ୟେକ ମାନବ କୋଷରେ ୨୩ ଯୋଡ଼ା କ୍ରୋମୋଜୋମ ଥାଏ । ପରେ ଡାକ୍ତରୀ ଟିମ୍ ମହିଳାଙ୍କ ଶରୀରର ପରୀକ୍ଷା କରିଥିଲେ । ମହିଳାଙ୍କ ଶରୀରର ଗଠନ ଜଣେ ସାଧାରଣ ମହିଳାଙ୍କ ଭଳି ରହିଛି, ହରମୋନ ସ୍ତର ସାଧାରଣ ପରିସର ମଧ୍ୟରେ ରହିଛି, ଯୌବନ ସ୍ୱାଭାବିକ , ନିୟମିତ ଋତୁସ୍ରାବ ୧୩ ବର୍ଷ ବୟସରୁ ଆରମ୍ଭ ହୋଇଥିଲା। ଡାକ୍ତରମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ, ତାଙ୍କ ଅବସ୍ଥାକୁ ବାଖ୍ୟା କରିବା ପାଇଁ ଅନ୍ୟ କିଛି ବିକଳ୍ପ ନାହିଁ । ତେଣୁ ଏହି ଅବସ୍ଥାକୁ କାଇମେରିଜମ୍ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ମହିଳା ଜଣଙ୍କ ୧୧ ମାସ ପରେ ପୁଣି ଥରେ ଗର୍ଭବତୀ ହୋଇଥିଲେ । ଏଥର ସେ କୌଣସି ଜଟିଳତାର ସମ୍ମୁଖୀନ ହେଲେ ନାହିଁ ଏବଂ ଏକ ସୁସ୍ଥ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଏବଂ ତାଙ୍କ ବାପାମାଙ୍କଠାରୁ ସମାନ ସଂଖ୍ୟକ ଜିନ୍ ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ କରିଛି ।