Live Live
LIVE

ଧୂଆଁରେ ଆଚ୍ଛାଦିତ କ୍ୟାବିନ, ନିଶ୍ୱାସ ନେବା ହେଲା କଷ୍ଟ: ଅଳ୍ପକେ ବର୍ତ୍ତିଲେ ଡେପୁଟି ସିଏମ୍

NEWS7
dal-lake-cleaning-gears-up-on-gandhi-jayanti

ୟୁପି ୦୭/୦୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ହେଲିକପ୍ଟରର ଏମର୍ଜେନ୍ସି ଲ୍ୟାଣ୍ଡି । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କେଶବ ପ୍ରସାଦ । ଲକ୍ଷ୍ନୌରୁ କୌଶାମ୍ବୀ ଅଭିମୁଖେ ଉଡ଼ାଣ ଭରିବା ପରେ ତାଙ୍କ ହେଲିକପ୍ଟରରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ତାକୁ ରାଜଧାନୀ ଲକ୍ଷ୍ନୌର ଅମୌସି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ତେବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

ସୂଚନା ଥାଉକି, ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ନୌର ଲା ମାର୍ଟସ୍ ପଡ଼ିଆରୁ କୌଶାମ୍ବୀ ଅଭିମୁଖେ ଉଡ଼ାଣ ଭରୁଥିଲେ । ତେବେ ଉଡ଼ାଣ ଭରିବାର କିଛି ମିନିଟ୍ ପରେ, ହେଲିକପ୍ଟର କ୍ୟାବିନ୍ ହଠାତ୍ ଧୂଆଁରେ ଭରି ଯାଇଥିଲା । ଧୀରେ ଧୀରେ ଡିସପ୍ଲେ ସିଷ୍ଟମ ବି ଅଚଳ ହୋଇଯାଇଥିଲା । ଫଳରେ ବିମାନରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

​​​​​​​

ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି, ପାଇଲଟ୍ ତୁରନ୍ତ ଲକ୍ଷ୍ନୌ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହିତ ଯୋଗାଯୋଗ କରି ଅମୌସି ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ। ଜରୁରୀକାଳୀନ ଅବତରଣ ସମୟରେ ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ହେଲିକପ୍ଟରଟି ଅବତରଣ କରିବା ମାତ୍ରେ ସୁରକ୍ଷା ଓ ବୈଷୟିକ ଦଳ ଏହାର ପରୀକ୍ଷା ଆରମ୍ଭ କରିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା।

ପ୍ରାଥମିକ ତଦନ୍ତରୁ ଏହି ଘଟଣାର କାରଣ ଏକ ବୈଷୟିକ ତ୍ରୁଟି ବୋଲି ସୂଚିତ ହେଉଛି । ବିଶେଷଜ୍ଞଙ୍କ ଏକ ବୈଷୟିକ ଦଳ ବର୍ତ୍ତମାନ ବିସ୍ତୃତ ତଦନ୍ତ କରୁଛନ୍ତି ।କହିବାକୁ ଗଲେ ହେଲିକପ୍ଟରଟି ବାଚରାୱା ଅଞ୍ଚଳରେ ପହଞ୍ଚିଥିବା ସମୟରେ ପାଇଲଟଙ୍କ ଡ୍ୟାସବୋର୍ଡରେ ଥିବା ଡିସପ୍ଲେ ହଠାତ୍ ବନ୍ଦ ହୋଇଯାଇଥିଲା । ଡିସପ୍ଲେକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଇଥିଲା। ତେଣୁ ପାଇଲଟ ତୁରନ୍ତ ହେଲିକପ୍ଟରକୁ ବିମାନବନ୍ଦର ଆଡକୁ ଫେରାଇ ନେଇଥିଲେ ।

ଏହି ସମୟରେ, ହେଲିକପ୍ଟରରେ ଧୂଆଁ ଭର୍ତ୍ତି ହେବାକୁ ଲାଗିଥିଲା । ଯାହା ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା । ତେବେ ପାଇଲଟ୍ ଉପସ୍ଥିତି ବୁଦ୍ଧି ପ୍ରଦର୍ଶନ କରି ହେଲିକପ୍ଟରକୁ ସୁରକ୍ଷିତ ଭାବରେ ବିମାନବନ୍ଦରରେ ଅବତରଣ କରାଇଥିଲେ। ହେଲିକପ୍ଟରରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ତାଙ୍କ ସହଯୋଗୀ ବିବେକ, ସୁରକ୍ଷା କର୍ମୀ ଓ ପାଇଲଟ୍ ଉପସ୍ଥିତ ଥିଲେ ।