ଜାତିଆଣ ଆକ୍ଷେପକୁ ନେଇ ବିବାଦ, ଜଟଣୀରେ ପୁଣି ଫୁଟିଲା ବୋମା

NEWS7
dabugaon-mla-manohar-randhari-taught-students-at-school

ଜଟଣୀ ୦୭।୦୩ : ଅଶାନ୍ତ ପୁଣି ଜଟଣୀ । କିଛି ମାସର ବ୍ୟବଧାନରେ ପରେ ଜଟଣୀରେ ପୁଣି ଫୁଟିଛି ବୋମା । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଉପକଣ୍ଠ ପଦନପୁର ଛକରେ ଦୁଇଟି ବୋମା ଫୁଟିଛି । ଏହି ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି।

ଏ ଖବର ବି ପଢନ୍ତୁ:- ୫ ବର୍ଷର ନାବାଳକକୁ ଗଳା କାଟି ହତ୍ୟା, ଅପହରଣ ପରେ ମାରିଦେଲେ!

ଖବର ଅନୁଯାୟୀ, ପଦନପୁର ଛକରେ ଜାଣିଆଣ ଆକ୍ଷେପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟା କଟି ହୋଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକ ଜଣଙ୍କ ଅପରଗୋଷ୍ଠୀକୁ ଦୁଇଟି ବୋମା ଫିଙ୍ଗିଛନ୍ତି । ଯେଉଁଥିରେ ଘଟଣାସ୍ଥଳରେ ଥିବା ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ଦୁଇ ଆହତଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ବୋମା ବିସ୍ଫୋରଣରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପିପିଲି-ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ତେବେ ଘଟଣା ସଂପର୍କରେ ଖବର ପାଇ ଜଟଣୀ ଥାନା ପୋଲିସ ଘଟଣାସ୍ଥଳର ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଥିଲା ରାସ୍ତାରୋକ । ଏବେ ଗାଡ଼ି ଚଳାଚଳା ସ୍ୱାଭାବିକ ହେଉଛି ।

ଏ ଖବର ବି ପଢନ୍ତୁ:-  ରବିବାର ଫାଇନାଲ ଫାଇଟ, ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ!