LIVE TV

ଦର୍ଶନ ସାରି ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା : ଖାଇରେ ଗାଡ଼ି ଖସି ଯିବାରୁ ୮ଜଣଙ୍କ ମୃତ୍ୟୁ

NEWS7
cyron-yojana-started-from-today

​​​​​​​ମୁମ୍ୱାଇ : ମହାରାଷ୍ଟ୍ରରେ ଏକ ଭୟଙ୍କର ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ନନ୍ଦୁରବାର ଜିଲ୍ଲାରେ ହୋଇଛି, ଯେତେବେଲେ ଗୋଟିଏ ଗାଡ଼ି ଚନ୍ଦରଶାଳୀ ଘାଟରେ ଏକ ଖାଇରେ ଖସି ପଡ଼ିଥିଲା। ମହାରାଷ୍ଟ୍ର ପୁଲିସ ଶନିବାର ଘଟଣାର ସୂଚନା ଦେଇଛି। ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇ ଥିଲା। ଏହି ଘଟଣା ସହାଦା ପୁଲିସ ଥାନା ଅଞ୍ଚଳରେ ହୋଇଛି। ସୂଚନା ମୁତାବିକ ଅସ୍ତମ୍ୱା ଦେବୀ ମନ୍ଦିରରୁ ଦର୍ଶନ କରି ଫେରୁଥିଲେ।

ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ପରେ ଶବ ପରିବାର ଲୋକଙ୍କ ପ୍ରଦାନ କରାଯାଇଛି। ଗାଡ଼ିରେ ବସିଥିବା ସବୁ ଲୋକ ଅସ୍ତମ୍ୱା ଦେବୀ ଦର୍ଶନ ପାଇଁ ଯାଇଥିଲେ। ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ି ଚାଳକ ଘାଟ ଚଢିବା ବେଳେ ନିୟନ୍ତ୍ରଣ ହରାଇ ଥିଲେ ଏବଂ ଗାଡ଼ିଟି ଘାଟିରେ ପଡ଼ି ଯାଇଥିଲା। ପୁଲିସର କହିବାନୁସାରେ , ଘାଟଟି ବହୁତ ଗଭୀର ଥିଲା। ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ, ଗାଡ଼ିରେ ଥିବା ଲୋକେ ଗାଡ଼ିରୁ ବାହାରି ବାହାରେ ଖସି ପଡ଼ିଥିଲେ। ଗାଡ଼ିଟି ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଯାଇଛି।

ଏହି ଭୟଙ୍କର ଦୁର୍ଘଟଣାର ଖବର ମିଳିବା କ୍ଷଣି ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ପୁଲିସ ଆହତଙ୍କୁ ତଲୋଦା ଉପ-ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ। ଅନ୍ୟପଟେ , ଗୁରୁତର ରୂପେ ଆହତ ଲୋକଙ୍କୁ ଜିଲ୍ଲୀ ହସ୍ପିଟାଲ ରେଫର କରାଯାଇଛି।

ଅସ୍ତମ୍ୱା ଦେବୀର ଯାତ୍ରାର ମହତ୍ତ୍ୱ ଆଦିବାସୀ ସଂପ୍ରଦାୟରେ ଖୁବ୍‌ ଅଧିକ ରହିଛି। ଗୁଜରାଟ ଓ ମହାରାଷ୍ଟ୍ରରୁ ଏଠାକୁ ବହୁ ସଂଖ୍ୟାରେ ଲୋକେ ଯାଆନ୍ତି। ଯେଉଁ ଚାନ୍ଦଶୈଳୀ ଘାଟିରେ ଏହି ଦୁର୍ଘଟଣା ଘଟିଛି, ତାହା ବି ଖୁବ୍ ବିପଜ୍ଜନକ। ଏଠାରେ ଚଢିବା ବହୁତ ବିପଦପୂର୍ଣ୍ଣ ଏବଂ ଅନେକ ସ୍ଥାନରେ ଖୋଲାରେ ଚଢିବାକୁ ହୁଏ । ଏଥିପାଇଁ ଦୁର୍ଘଟଣାର ଭୟ ରହିଥାଏ।