ଲୋକଙ୍କୁ ଏବେ ଜାଳେଣି ଭାଳେଣି, ରାଜଧାନୀରେ କାଠ ମହଙ୍ଗା, କିଣିବାକୁ ଲାଗିଛି ଲୋକଙ୍କ ଭିଡ଼

NEWS7
cyron-yojana-started-from-today

ଭୁବନେଶ୍ୱର ୧୨।୦୩ : ଲୋକଙ୍କୁ ଏବେ ଜାଳେଣି ଭାଳେଣି । ଗ୍ୟାସ୍ ପାଇଁ ଦହଗଞ୍ଜ । ଗୋଟିଏ ପଟେ LPG ଗ୍ୟାସ୍ ମିଳୁନଥିବାରୁ ଲୋକେ ଏବେ କାଠ ଚୁଲା ମୁହାଁ ହୋଇଛନ୍ତି । ପୁରୁଣା ଭୁବନେଶ୍ୱରରେ ଥିବା ବିଭିନ୍ନ କାଠ ଗୋଦାମରେ ଏବେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଯୁଦ୍ଧ ପରିସ୍ଥିତି କମିବା ପର୍ଯ୍ୟନ୍ତ ଗ୍ୟାସ୍ ବଦଳରେ କାଠ ଚୁଲି ଜାଳି ଚଳିବାକୁ ଚାଲିଛି ପ୍ରୟାସ । ହେଲେ କାଠ ଦର ଏବେ ଆକାଶ ଛୁଆଁ ।

ଏ ଖବର ବି ପଢନ୍ତୁ:- ଯୁଦ୍ଧ ଭିତରେ ଗ୍ୟାସ୍ ଯନ୍ତ୍ରଣା, କେମିତି ହେବ ରୋଷେଇ ଘରେ ପଡିଛି ଭାଳେଣି

ପୁରା ବିଶ୍ୱରେ ଏବେ ଯୁଦ୍ଧ ପରିସ୍ଥିତି । ଲୋକ କରିବେ କଣ ? ଯେକୌଣସି ବି ବିକଳ୍ପ ପନ୍ଥା ହାତୋଉଛନ୍ତି । ତା’ ଦର ଆକାଶ ଛୁଆଁ ହୋଇଯାଉଛି ନହେଲେ ବଜାରରେ ମିଳୁନି । ତାଭିତରେ ବି ଲୋକମାନେ ନିଜ ଦୈନଦିନ ଜୀବନ ପାଇଁ କରୁଛନ୍ତି ସଂଗ୍ରାମ । ଖାସ୍ କରି ବେଶୀ ହଇରାଣ ହେଉଛନ୍ତି ସହରୀବାସିନ୍ଦା । ରାଜଧାନୀରେ LPG ଗ୍ୟାସ୍ ମିଳୁନଥିବା ବେଳେ ଲୋକେ କାଠ ମୁହାଁ ହୋଇଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା କାଠ ଗୋଲାରେ ଭିଡ଼ ଲାଗିବାରେ ଲାଗିଛି । ଚିରା କାଠ ଏବଂ ଗୋଟେ କାଠ ଦର ଏବେ ଆକାଶଛୁଆଁ ହୋଇଯାଇଛି । ବିବାହ, ବ୍ରତଘର, ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଟରିଂ ଆଦିରେ ଗ୍ୟାସ ପରିବର୍ତ୍ତେ କାଠ ବ୍ୟବହାର କରିବାକୁ ଲୋକଙ୍କ ଭିଡ଼ ଲାଗିଛି । ଏବେ ଚିରା କାଠ କ୍ୱିଣ୍ଟାଲ ୧୭୦୦ ଟଙ୍କା ରହିଛି । ସେହିପରି ପୁରୁଣା ଭୁବନେଶ୍ୱରରେ ପ୍ରସାଦ ପ୍ରସ୍ତୁତ ଲାଗି ରୋଷେଇ ଘରେ କାଠ ବ୍ୟବହାର ହେଉଥିଲା । ଏହି ଗ୍ୟାସ ସଙ୍କଟ ମଧ୍ୟରେ କାଠ ବିକ୍ରି ବଢିଯାଇଛି ।

ଏ ଖବର ବି ପଢନ୍ତୁ:- ବିବାଦରୁ ସର୍ବନାଶ, ଆଖିପିଛୁଳାକେ ପିଟି ପିଟି ତିନି ଜଣଙ୍କୁ ମାରିଦେଲା ଜହ୍ଲାଦ ସ୍ୱାମୀ