ହଳଦିଆପଦରରେ ବୈଷୟିକ ଟିମ୍‌ର ତଦନ୍ତ, ବ୍ରିଜ୍‌ର ଢାଞ୍ଚାଗତ ତ୍ରୁଟି ପରଖିଲେ ଅଧିକାରୀ

NEWS7
cyclone-will-go-towards-wb-and-bangladesh

ବ୍ରହ୍ମପୁର ୨୬/୦୨: ବ୍ରହ୍ମପୁର ବହୁଚର୍ଚ୍ଚିତ ହଳଦିଆପଦର ଓଭରବ୍ରିଜ୍ ଦୁର୍ଘଟଣା । ଘଟଣାସ୍ଥଳରେ ୫ ଜଣିଆ ବୈଷୟିକ ଟିମ୍‌ର ତଦନ୍ତ । ୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ତଦନ୍ତ । ବ୍ରିଜ୍‌ର ଢାଞ୍ଚାଗତ ତ୍ରୁଟି ପରଖୁଛନ୍ତି ବୈଷୟିକ ଟିମ୍‌ । ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ବ୍ରହ୍ମପୁରର ବହୁ ଚର୍ଚ୍ଚିତ ହଳଦିଆପଦର ଓଭର ବ୍ରିଜ ।

ଗତ ୧ ତାରିଖରେ ଏହି ଓଭର ବ୍ରିଜରେ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଯାଇଥିଲା । ଏହାପରେ ବ୍ରିଜର ଆକାର, ଡିଜାଇନକୁ ନେଇ ଉଠିଥିଲା ପ୍ରଶ୍ନ । ଏହାର ଆକାର ପରିବର୍ତ୍ତନ ନେଇ ଜିଲ୍ଲା ପ୍ରଶାସନ, ମନ୍ତ୍ରୀ ପ୍ରତିକ୍ରିୟା ରଖିବା ପରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା । ଆଜି ସ୍ୱତନ୍ତ୍ର ଟିମ ଏଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ରିଜର ରୂପରେଖ କଣ ରହିବ ଅନୁଧ୍ୟାନ ପରେ ରିପୋର୍ଟ ପ୍ରଦାନ କରିବୁ ବୋଲି କହିଛନ୍ତି ସ୍ୱତନ୍ତ୍ର ବୈଷୟିକ ଟିମ । 

also read..

ତିଆରି ହେବାଠୁ ରାସ୍ତା ଡିଜାଇନ ଭୁଲ୍: ମନ୍ତ୍ରୀ କହିଲେ- 'ସ୍ୱର ଉଠାଇଲି, କେହି ଶୁଣିଲେନି'
ସୂଚନା ଥାଉକି, ବ୍ରହ୍ମପୁର ହଳଦିଆପଦର ଦୁର୍ଘଟଣାକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ କମିଟି । ସଡ଼କ ସୁରକ୍ଷା ନେଇ ଗଠିତ ଏହି କମିଟି ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ଗଣମାଧ୍ୟମ ରିପୋର୍ଟକୁ ଭିତ୍ତି କରି ସୁପ୍ରିମକୋର୍ଟ କମିଟି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହାର ବିସ୍ତୃତ ରିପୋର୍ଟ ମାଗିଛନ୍ତି ।
ଆସନ୍ତା ମାର୍ଚ୍ଚ ୫ ସୁଦ୍ଧା ଏହି ଦୁର୍ଘଟଣାର ରିପୋର୍ଟ ଦେବାକୁ ନିର୍ଦେଶ ରହିଛି । ସେହିପରି ସଡ଼କ ସୁରକ୍ଷା ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ବି କମିଟିକୁ ଜଣାଇବାକୁ କୁହାଯାଇଛି । ବିଶେଷ କରି ରଙ୍ଗ ସାଇଡ ଡ୍ରାଇଭିଙ୍ଗ ସହ ଓଭରସ୍ପିଡିଙ୍ଗ ନେଇ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ବିଷୟରେ ଜଣେଇବାକୁ କମିଟି କହିଛି ।