ଫୁଟବଲ କ୍ଲବ୍‌ର ମାଲିକ ହେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ, କିଣିଲେ ଏହି ଟିମ୍‌ ଅଂଶଧନ

NEWS7
cyclone-gulab-news

ମାଦ୍ରିଦ, ୨୭ /୦୨: ପର୍ତ୍ତୁଗାଲର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ । ବିଶ୍ୱର ସବୁଠୁ ଦାମୀ ଫୁଟବଲ ପ୍ଲେୟାର । ତେବେ ସେ କେବଳ ଜଣେ ଖେଳାଳି ନୁହେଁ ବରଂ ଏକ କ୍ଲବର ମାଲିକ । ଏନେଇ ନିଜେ କହିଛନ୍ତି ଷ୍ଟାର୍ ଫୁଟବଲର । ଏକ ଫୁଟବଲ କ୍ଲବର ଅଂଶଧନସେ କିଣିଥିବା ନେଇ ପ୍ରକାଶ କରିଛନ୍ତି ।ସେସ୍ପେନର ଆଲମେରିଆ କ୍ଲବର ୨୫ ପ୍ରତିଶତ ଅଂଶଧନ କ୍ରୟ କରିଛନ୍ତି । ଯାହା ସାଉଦି କମ୍ପାନୀ ଏସଏମସିର ନିୟନ୍ତ୍ରଣରେ ରହିଛି ।

ଆଲମେରିଆ୨୦୨୪ରେ ଲା ଲିଗା ଟୁର୍ଣ୍ଣାମେଣ୍ଟ ଖେଳିଥିଲା ।ଏବେସେଗୁନ୍ଦା ଲିଗରେ କ୍ଲବର ରାଙ୍କ୍ ତିନି ନମ୍ବରରେ ରହିଛି ।୨୦୨୪ରେ ଏହା ସେଗୁନ୍ଦା ଟୁର୍ଣ୍ଣାମେଣ୍ଟରେ ଦୁଇ ନମ୍ବରରେ ରହି ଲା ଲିଗା ଖେଳିବା ପାଇଁ ସୁଯୋଗ ପାଇଥିଲା । ଲା ଲିଗାର ନିୟମ ଅନୁସାରେ ସେଗୁନ୍ଦାରେ ଯେଉଁ ଟିମ୍ ପ୍ରଥମ ଦୁଇଟି ସ୍ଥାନରେ ରହିଥାଏ ତାକୁ ହିଁ ଲା ଲିଗା ଖେଳିବାକୁ ସୁଯୋଗ ମିଳେ ।

ନିଜ କମ୍ପାନୀ ସିଆର-୭’ର ଏକ କାର୍ଯ୍ୟକ୍ରମରେ ରୋନାଲ୍ଡୋ କହିଛନ୍ତି ଯେ, ସେ ଆଲମେରିଆରେ ସେ ନିବେଶ କରିଛନ୍ତି । କ୍ଲବର୨୫ପ୍ରତିଶତ ମାଲିକାନା ତାଙ୍କ ପାଖରେ ରହିଛି । ଏହାଦ୍ୱାରା ସେ ଖେଳାଳିଙ୍କ ପ୍ରଦର୍ଶନକୁ ନୂଆ ଶିଖରରେ ପହଁଚାଇବେ । ଦୀର୍ଘଦିନ ହେବ ଫୁଟବଲ ପ୍ରତି କିଛି କରିବାକୁ ତାଙ୍କର ଇଚ୍ଛା ରହିଥିଲା । ଯାହା ଏବେ ବାସ୍ତବତାର ରୂପ ନେଇଛି । କିପରି କ୍ଲବର ଖେଳାଳି ଅଧିକରୁ ଅଧିକ ଭଲ ଖେଳିବେ ସେନେଇ ସେ କ୍ଲବର ସହ ମାଲିକଙ୍କ ସହ ମିଶି କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।

ଆଲମେରିଆ କ୍ଲବ୍ ର ସଭାପତି ମହମ୍ମଦ ଅଲ୍ ଖେରେଇଜି କହିଛନ୍ତି ଯେ, ଭବିଷ୍ୟତରେ କ୍ଲବ୍ ପାଇଁ ରୋନାଲ୍ଡ ବଡ ଭୂମିକା ଗ୍ରହଣ କରିବେ । ପଡିଆରେ ରୋନାଲ୍ଡୋ ଖୁବ୍ ଭଲ ଖେଳନ୍ତି । ସ୍ପେନର ବିଭିନ୍ନ ଲିଗ୍ ବାବଦରେ ତାଙ୍କୁ ଭଲଭାବେ ଜଣା । ଏଠାକାର ଖେଳାଳିଙ୍କ ଦକ୍ଷତାକୁ ସେ ଭଲ ଭାବେ ଜାଣିଛନ୍ତି ।

ସୂଚନାଯୋଗ୍ୟ, ରୋନାଲ୍ଡୋ ଏବେ ସାଉଦି ପ୍ରୋ ଲିଗରେ ଅଲ ନସର ପାଇଁ ଖେଳୁଛନ୍ତି । ପୂର୍ବରୁ ସେ ରିଅଲ ମାଦ୍ରିଦରେବର୍ଷ ଖେଳିଥିଲେ । ତାଙ୍କ ନେତୃତ୍ୱରେ ଦଳ ଦୁଇଟି ଲିଗ୍ ଟ୍ରଫି ଏବଂ ଚାରୋଟି ଚାମ୍ପିଅନ୍ ଟ୍ରଫି ହାତେଇଛି ।୨୦୧୪-୧୫ରେ ରିଅଲ ମାଦ୍ରିଦ ପକ୍ଷରୁ ସେ୩୫ଟି ମ୍ୟାଚ୍ ଖେଳି୪୮ଗୋଲ୍ କରିଥିଲେ । ଏହାପରେ ସେ ମାଞ୍ଚେଷ୍ଟର ୟୁନାଇଟେଡ୍ ପକ୍ଷରୁ ମଧ୍ୟ କିଛି ମ୍ୟାଚ୍ ଖେଳିଥିଲେ । ଯାହାପରେ ରୋନାଲ୍ଡୋ ଜୁଭେଣ୍ଟସରେ ଯୋଗ ଦେଇଥିଲେ ।