LIVE TV

ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା 'ଫନୀ'

NEWS7

ଭୁବନେଶ୍ୱର ୨୯/୪ : ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା 'ଫନୀ' | ଆଜି ସକାଳ ସୁଦ୍ଧା ଚେନ୍ନାଇଠାରୁ ୧୦୫୦କମି ଦୂରରେ ରହିଛି ଫନୀ | ଘଣ୍ଟାପ୍ରତି ୬କିମି ବେଗରେ ଉତ୍ତର ଦିଗରେ ଗତି କରୁଛି | ୧୨ଘଣ୍ଟା ଭିତରେ ସିଭିଅର ସାଇକ୍ଲୋନରେ ପରିଣତ ହେବ ବୋଲି କେନ୍ଦ୍ର ପାଣିପାଗ ବିଭାଗ ସୂଚନା ଦେଇଛି | ୨୪ଘଣ୍ଟା ଭିତରେ ଭେରି ସିଭିଅର ସାଇକ୍ଲୋନ୍ ରୂପର ନେବ ଫନୀ | ମେ ୧ତାରିଖ ପରେ ଗତିପଥ ବଦଳାଇବ ବାତ୍ୟା 'ଫନୀ' |


ଓଡିଶା ପ୍ରତି ବାତ୍ୟା ବିପଦ ନାହିଁ ବୋଲି କହିଛନ୍ତି ପାଣିପାଗ ବିଭାଗ | ଉପକୂଳ ଆନ୍ଧ୍ର ଏବଂ ଓଡିଶାରେ ବର୍ଷା ଆଶଙ୍କା ରହିଛି | ମେ ୩ ତାରିଖରେ ପ୍ରବଳ ବର୍ଷା ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ |